ଭୁଶୁଡିଲା ବିଜୁ ସେତୁ: ଜଣେ ମୃତ ୩ଗୁରୁତର

ନବରଙ୍ଗପୁର/ଉମରକୋଟ,୧୦ା୧: ନବରଙ୍ଗପୁର ଜିଲା ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ପୋଲ ଭୁଶୁଡି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳୀ। ଏଥିରେ ପୁରୀ ଜିଲା ପାତ୍ରପଡା ଅଞ୍ଚଳର ସନ୍ତୋଷ ଭୋଇ(୩୨), ରମେଶ ଭୋଇ(୫୦) ଓ ବେହେରାଡାର ପ୍ରକାଶ ତାଣ୍ଡି(୫୦) ଗୁରୁତର ଅଛନ୍ତି। ଖବରପାଇ ନବରଙ୍ଗପୁର ଜିଲାପାଳ ଅଜିତ୍‌ କୁମାର ମିଶ୍ର, ଏସ୍‌ପି ପ୍ରହଲ୍ଲାଦ ସାହାଇ ମୀନା, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ପୋଲ ଭୁଶୁଡିବା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଛନ୍ତି।
ସୂଚନା ଅନୁଯାୟୀ, ୨ କୋଟି ୪୧ ଲକ୍ଷ ୫ଶହ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେବାକୁ ଥିବା ଏହି ବିଜୁ ସେତୁର କାର୍ଯ୍ୟାଦେଶ ପୁରୀର ଠିକାଦାର ଅସିଦ ବିଶ୍ୱାଳ ପାଇଥିଲେ। ୨୦୧୮ ଏପ୍ରିଲ ୪ ତାରିଖରୁ ଏହି କାମ ଆରମ୍ଭ ହୋଇ ୨୦୧୯ ମାର୍ଚ୍ଚ ୧୧ରେ ଶେଷ ହେବାର ଥିଲା। କିନ୍ତୁ ଏବେ ସୁଦ୍ଧା କାମ ସରିପାରି ନ ଥିଲା। ୩ ଦିନ ତଳେ ଜିଲାପାଳ ସେଠାକୁ ଯାଇ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୋଲ କାମ ଜୋରଦାର ଚାଲିଥିଲା। ସେତୁର ୬ଟି ସ୍ଲାବ ପାଇଁ ବ୍ୟବସ୍ଥା ହୋଇଛି। ୩ଟି ସ୍ଲାବ ଶେଷ ହୋଇଥିବାବେଳେ ୪ର୍ଥ ନମ୍ବର ସ୍ଲାବ ରବିବାର ପଡିଥିଲା। ଏଥିରେ ୩୦ ଜଣ ମହିଳା ଶ୍ରମିକଙ୍କ ସମେତ ପୁରୀ ଜିଲାର ୧୪ ଜଣ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ। ମହିଳାମାନେ କାମ ସାରି ଘରକୁ ଫେରି ଯାଇଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ କାମ ତଦାରଖ ପାଇଁ ମହେନ୍ଦ୍ରଙ୍କ ସହ ସେଠାରେ ପହଞ୍ଚତ୍ ଥିଲେ। ସନ୍ଧ୍ୟା ପ୍ରାୟ ୫ଟାବେଳେ ମହେନ୍ଦ୍ର ୩ଜଣ ଶ୍ରମିକଙ୍କ ସହ ପୋଲ ଉପରକୁ ଯାଇ ସ୍ଳାବ କାମ ଦେଖୁଥିବା ବେଳେ ହଠାତ୍‌ ତାହା ଭୁଶୁଡି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଜେଇଇଙ୍କ ଗାଡିରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ନିମ୍ନମାନର କାମ ଚାଲିଥିଲା। ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇ ନ ଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ର୍ନିବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri