ଭୁଶୁଡିଲା ବିଜୁ ସେତୁ: ଜଣେ ମୃତ ୩ଗୁରୁତର

ନବରଙ୍ଗପୁର/ଉମରକୋଟ,୧୦ା୧: ନବରଙ୍ଗପୁର ଜିଲା ବଡକୁମାରୀ ପଞ୍ଚାୟତ ଅଧୀନ ତାଲାପଦର ନାଗୀନଦୀ ଉପରେ ବିଜୁ ସେତୁ ଯୋଜନାରେ ତିଆରି ଚାଲିଥିବା ପୋଲ ଭୁଶୁଡି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳୀ। ଏଥିରେ ପୁରୀ ଜିଲା ପାତ୍ରପଡା ଅଞ୍ଚଳର ସନ୍ତୋଷ ଭୋଇ(୩୨), ରମେଶ ଭୋଇ(୫୦) ଓ ବେହେରାଡାର ପ୍ରକାଶ ତାଣ୍ଡି(୫୦) ଗୁରୁତର ଅଛନ୍ତି। ଖବରପାଇ ନବରଙ୍ଗପୁର ଜିଲାପାଳ ଅଜିତ୍‌ କୁମାର ମିଶ୍ର, ଏସ୍‌ପି ପ୍ରହଲ୍ଲାଦ ସାହାଇ ମୀନା, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ପୋଲ ଭୁଶୁଡିବା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଛନ୍ତି।
ସୂଚନା ଅନୁଯାୟୀ, ୨ କୋଟି ୪୧ ଲକ୍ଷ ୫ଶହ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେବାକୁ ଥିବା ଏହି ବିଜୁ ସେତୁର କାର୍ଯ୍ୟାଦେଶ ପୁରୀର ଠିକାଦାର ଅସିଦ ବିଶ୍ୱାଳ ପାଇଥିଲେ। ୨୦୧୮ ଏପ୍ରିଲ ୪ ତାରିଖରୁ ଏହି କାମ ଆରମ୍ଭ ହୋଇ ୨୦୧୯ ମାର୍ଚ୍ଚ ୧୧ରେ ଶେଷ ହେବାର ଥିଲା। କିନ୍ତୁ ଏବେ ସୁଦ୍ଧା କାମ ସରିପାରି ନ ଥିଲା। ୩ ଦିନ ତଳେ ଜିଲାପାଳ ସେଠାକୁ ଯାଇ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୋଲ କାମ ଜୋରଦାର ଚାଲିଥିଲା। ସେତୁର ୬ଟି ସ୍ଲାବ ପାଇଁ ବ୍ୟବସ୍ଥା ହୋଇଛି। ୩ଟି ସ୍ଲାବ ଶେଷ ହୋଇଥିବାବେଳେ ୪ର୍ଥ ନମ୍ବର ସ୍ଲାବ ରବିବାର ପଡିଥିଲା। ଏଥିରେ ୩୦ ଜଣ ମହିଳା ଶ୍ରମିକଙ୍କ ସମେତ ପୁରୀ ଜିଲାର ୧୪ ଜଣ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ। ମହିଳାମାନେ କାମ ସାରି ଘରକୁ ଫେରି ଯାଇଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ କାମ ତଦାରଖ ପାଇଁ ମହେନ୍ଦ୍ରଙ୍କ ସହ ସେଠାରେ ପହଞ୍ଚତ୍ ଥିଲେ। ସନ୍ଧ୍ୟା ପ୍ରାୟ ୫ଟାବେଳେ ମହେନ୍ଦ୍ର ୩ଜଣ ଶ୍ରମିକଙ୍କ ସହ ପୋଲ ଉପରକୁ ଯାଇ ସ୍ଳାବ କାମ ଦେଖୁଥିବା ବେଳେ ହଠାତ୍‌ ତାହା ଭୁଶୁଡି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଜେଇଇଙ୍କ ଗାଡିରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ନିମ୍ନମାନର କାମ ଚାଲିଥିଲା। ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇ ନ ଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri