ଭୁବନେଶ୍ୱର ବସ୍ତିରୁ ହଟିବ ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର,୫।୧ (ବ୍ୟୁରୋ): ବସ୍ତିବହୁଳ ଭୁବନେଶ୍ୱର ଦିନକୁ ଦିନ ଅପରାଧ ପ୍ରବଣ ହୋଇପଡୁଛି। ବିଶେଷକରି ବାହାରୁ ଅପରାଧୀମାନେ ଏଠାକୁ ଆସି ବସ୍ତିରେ ଆଡ୍ଡା ଜମାଇ ଉତ୍ପାତ କରୁଛନ୍ତି। ଏମାନଙ୍କୁ ସାବାଡ଼ କରିବା ସହ ବସ୍ତିରୁ ଅପରାଧୀଙ୍କ ଆଡ୍ଡାକୁ ହଟାଇବାକୁ ଯୋଜନା କରିଛି କମିଶନରେଟ ପୋଲିସ। ଏଥିପାଇଁ ଆରମ୍ଭ କରିଛି ‘ବସ୍ତିକୁ ଚାଲ’ ଅଭିଯାନ।
ଅନୁଯାୟୀ, ବସ୍ତି ଲୋକଙ୍କ ସହ ସମ୍ପର୍କ ବଢ଼ାଇବ ପୋଲିସ। ଏଥିପାଇଁ ପ୍ରତି ସପ୍ତାହରେ ନିଜ ଥାନାଞ୍ଚଳର ୫ରୁ ୬ ବସ୍ତିକୁ ଯିବ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ମାସେ ପାଇଁ ପ୍ରତି ଥାନା ୩ଟି ବସ୍ତିକୁ ପରୀକ୍ଷାମୂଳକ ଭାବେ ନେବେ। ବସ୍ତି ଅଞ୍ଚଳରେ ରହୁଥିବା ବା ରହିବାକୁ ଥିବା ଭଡାଟିଆଙ୍କ ବିଷୟରେ ଘର ମାଲିକମାନେ ପୋଲିସକୁ ଅବଗତ କରାଇବାକୁ କହିବେ। ପୋଲିସ ଉକ୍ତ ଭଡାଟିଆଙ୍କ ସମସ୍ତ ପରିଚୟପତ୍ର ଯାଞ୍ଚ କରିବ। ଏଥିସହିତ ବସ୍ତିରେ କେଉଁମାନେ ରହୁଛନ୍ତି, ସେମାନେ କ’ଣ କରୁଛନ୍ତି, ବସ୍ତିର କିଏ କିଏ ପ୍ରମୁଖ ଲୋକ ଆଦି ସମସ୍ତ ତଥ୍ୟ ପୋଲିସ ସଂଗ୍ରହ କରିବ। ପୋଲିସକୁ ସହାୟତା ପାଇଁ ଉକ୍ତ ବସ୍ତି ଅଞ୍ଚଳର ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ଯଦି କାହା ନାଁରେ ଆପରାଧିକ ମାମଲା ରହିଥିବା ସୂଚନା ମିଳେ, ପୋଲିସ ତାଙ୍କ ଉପରେ ସର୍ବଦା ନଜର ରଖିବ। ସେହିଭଳି ପ୍ରତି ସପ୍ତାହରେ ପୋଲିସ ଉକ୍ତ ବସ୍ତିଲୋକଙ୍କୁ ନେଇ ବୈଠକ କରିବ। ଏହାଦ୍ୱାରା ରାଜଧାନୀରେ ଅପରାଧକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ତେବେ ସହରରେ ଗତବର୍ଷ ଛିନ୍‌ତାଇ ଓ ଲୁଟ୍‌ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା। ରାଜ୍ୟ ବାହାରୁ ଅନେକ ଗ୍ୟାଙ୍ଗ୍‌ ଆସି ବସ୍ତି ଅଞ୍ଚଳରେ ରହିବା ସହ ସହରସାରା ଲୁଟ୍‌ପାଟ୍‌ କରିଥିଲେ। ଏଥିସହିତ ଅନେକ ଆପରାଧିକ ମାମଲାରେ ବସ୍ତି ପିଲା ମଧ୍ୟ ସାମିଲ ରହୁଛନ୍ତି। ତେଣୁ ଅପରାଧ ହ୍ରାସ ପାଇଁ ପୋଲିସ ନୂଆବର୍ଷରୁ ବସ୍ତି ଅଞ୍ଚଳକୁ ଫୋକସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri