ଭୁବନେଶ୍ୱର ବସ୍ତିରୁ ହଟିବ ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର,୫।୧ (ବ୍ୟୁରୋ): ବସ୍ତିବହୁଳ ଭୁବନେଶ୍ୱର ଦିନକୁ ଦିନ ଅପରାଧ ପ୍ରବଣ ହୋଇପଡୁଛି। ବିଶେଷକରି ବାହାରୁ ଅପରାଧୀମାନେ ଏଠାକୁ ଆସି ବସ୍ତିରେ ଆଡ୍ଡା ଜମାଇ ଉତ୍ପାତ କରୁଛନ୍ତି। ଏମାନଙ୍କୁ ସାବାଡ଼ କରିବା ସହ ବସ୍ତିରୁ ଅପରାଧୀଙ୍କ ଆଡ୍ଡାକୁ ହଟାଇବାକୁ ଯୋଜନା କରିଛି କମିଶନରେଟ ପୋଲିସ। ଏଥିପାଇଁ ଆରମ୍ଭ କରିଛି ‘ବସ୍ତିକୁ ଚାଲ’ ଅଭିଯାନ।
ଅନୁଯାୟୀ, ବସ୍ତି ଲୋକଙ୍କ ସହ ସମ୍ପର୍କ ବଢ଼ାଇବ ପୋଲିସ। ଏଥିପାଇଁ ପ୍ରତି ସପ୍ତାହରେ ନିଜ ଥାନାଞ୍ଚଳର ୫ରୁ ୬ ବସ୍ତିକୁ ଯିବ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ମାସେ ପାଇଁ ପ୍ରତି ଥାନା ୩ଟି ବସ୍ତିକୁ ପରୀକ୍ଷାମୂଳକ ଭାବେ ନେବେ। ବସ୍ତି ଅଞ୍ଚଳରେ ରହୁଥିବା ବା ରହିବାକୁ ଥିବା ଭଡାଟିଆଙ୍କ ବିଷୟରେ ଘର ମାଲିକମାନେ ପୋଲିସକୁ ଅବଗତ କରାଇବାକୁ କହିବେ। ପୋଲିସ ଉକ୍ତ ଭଡାଟିଆଙ୍କ ସମସ୍ତ ପରିଚୟପତ୍ର ଯାଞ୍ଚ କରିବ। ଏଥିସହିତ ବସ୍ତିରେ କେଉଁମାନେ ରହୁଛନ୍ତି, ସେମାନେ କ’ଣ କରୁଛନ୍ତି, ବସ୍ତିର କିଏ କିଏ ପ୍ରମୁଖ ଲୋକ ଆଦି ସମସ୍ତ ତଥ୍ୟ ପୋଲିସ ସଂଗ୍ରହ କରିବ। ପୋଲିସକୁ ସହାୟତା ପାଇଁ ଉକ୍ତ ବସ୍ତି ଅଞ୍ଚଳର ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ଯଦି କାହା ନାଁରେ ଆପରାଧିକ ମାମଲା ରହିଥିବା ସୂଚନା ମିଳେ, ପୋଲିସ ତାଙ୍କ ଉପରେ ସର୍ବଦା ନଜର ରଖିବ। ସେହିଭଳି ପ୍ରତି ସପ୍ତାହରେ ପୋଲିସ ଉକ୍ତ ବସ୍ତିଲୋକଙ୍କୁ ନେଇ ବୈଠକ କରିବ। ଏହାଦ୍ୱାରା ରାଜଧାନୀରେ ଅପରାଧକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ତେବେ ସହରରେ ଗତବର୍ଷ ଛିନ୍‌ତାଇ ଓ ଲୁଟ୍‌ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା। ରାଜ୍ୟ ବାହାରୁ ଅନେକ ଗ୍ୟାଙ୍ଗ୍‌ ଆସି ବସ୍ତି ଅଞ୍ଚଳରେ ରହିବା ସହ ସହରସାରା ଲୁଟ୍‌ପାଟ୍‌ କରିଥିଲେ। ଏଥିସହିତ ଅନେକ ଆପରାଧିକ ମାମଲାରେ ବସ୍ତି ପିଲା ମଧ୍ୟ ସାମିଲ ରହୁଛନ୍ତି। ତେଣୁ ଅପରାଧ ହ୍ରାସ ପାଇଁ ପୋଲିସ ନୂଆବର୍ଷରୁ ବସ୍ତି ଅଞ୍ଚଳକୁ ଫୋକସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ନୂଆ ଷ୍ଟ୍ରେନ୍‌ରୁ ଲକ୍‌ଡାଉନ ଚର୍ଚ୍ଚା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇବାବେଳକୁ ପୁଣି ଚିନ୍ତା ବଢ଼ାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌। ଏହାକୁ ମୁକାବିଲା କରିବା ପାଇଁ ଭାରତ...

ବିଜେପୁର ଉପନିର୍ବାଚନ : ପ୍ରାର୍ଥୀଙ୍କ କଥା, ସେମାନଙ୍କ ମୁହଁରୁ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ। ମାତ୍ର ୧୮ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ ଦେବେ ବିଜେପୁରବାସୀ। ୨୦୧୮ ପରି ୨୦୧୯ରେ...

ଏଥର ଅମରନାଥ ଗୁମ୍ଫା ଆକୃତିର ତୋରଣ

କଟକ ଅଫିସ,୧୨ା୮: କରୋନା ମହାମାରୀ ଯୋଗୁ କଟକରେ ଗତ ୨ ବର୍ଷ ଧରି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳିତ ହୋଇଥିଲା। ହେଲେ ଚଳିତବର୍ଷ କରୋନା ସ୍ଥିତିରେ...

ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି...

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି, ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ହେମଗିରି,୪ା୮(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ବିଲେଇମୁଣ୍ଡାର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ବିଜେଡି ଜିଲା...

ରାଖୀ ବାନ୍ଧିବା ପୂର୍ବରୁ ଚାଲିଗଲା ଭଉଣୀର ଜୀବନ

ରାଇରଙ୍ଗପୁର,୨୨ା୮(ଡି.ଏନ.ଏ.): ଗାଧୋଇ ସାରି ଘରକୁ ଫେରିଥିଲେ ବଡ଼ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତେ। ହେଲେ ନିୟତିର ନିଷ୍ଠୁର ନିୟମ ତାଙ୍କୁ ପରିବାରଠାରୁ ସବୁଦିନ ପାଇଁ...

ବେଦିକ କଲେଜରେ ବଢୁଛି ସଂକ୍ରମଣ

ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବେଦିକ କଲେଜରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଶନିବାର ୯ରେ ପହଞ୍ଚିଛି। ସମସ୍ତ ଛାତ୍ର ଗୋଟିଏ ହଷ୍ଟେଲରେ ରହୁଥିବା ଜଣାପଡିଛି।...

Advertisement
Archives

Model This Week