ଭୁବନେଶ୍ୱର-ପୁରୀକୁ ନେଇ ଡିଲ୍‌ ଫାଇନାଲ! ମେଣ୍ଟ ହେଲେ ଏହି ଠୁ ଲଢିବେ ଅପରାଜିତା

ଭୁବନେଶ୍ୱର,୨୦।୩: ମେଣ୍ଟ ଚର୍ଚ୍ଚାରେ ଫାଇନାଲ ହେଲା ପୁରୀ-ଭୁବନେଶ୍ୱର ସିଟ୍‌! ପୁରୀର କେଉଁ ଆସନରୁ କିଏ ଆଉ ଭୁବନେଶ୍ୱରର କେଉଁ ସିଟରୁ କିଏ ହୋଇଛି କି ଡିଲ୍‌ ପକ୍କା! ଯାହା ଜଣାପଡୁଛି ଏନେଇ ପୁରୀରେ ହୋଇଛି ବିଜେଡିର ଗୁପ୍ତ ବୈଠକ। ଗୋଟିଏ ପଟେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଛିଡୁ ନ ଥିବାବେଳେ ଅନ୍ୟପଟେ ପୁରୀ ଏବଂ ଭୁବନେଶ୍ୱର ଲୋକ ସଭା କ୍ଷେତ୍ରକୁ ନେଇ ଦ୍ବନ୍ଦ୍ବ। ରାଜଧାନୀ ପାଗ ପରି ମେଣ୍ଟକୁ ନେଇ ସାଧାରଣ ଲୋକ ଏବେ ହରଡଘଣାରେ। ହେବ କି ନାହିଁ। କେବେ ଦଳୀୟ ନେତା ଆସି ଗଣମାଧ୍ୟମରେ ହଁ ମାରୁଥିବାବେଳେ ଶୀର୍ଷ ନେତା ମେଣ୍ଟ ଝୁଲାଇ ରଖୁଛନ୍ତି।

ଏବେ ପୁରୀ ଏମପି ସିଟ ବିଜେଡି ହାତରେ ଥିବା ବେଳେ ଭୁବନେଶ୍ୱର ରହିଛି ଭାଜପା ହାତରେ। ହେଲେ କୁହାଯାଉଛି ଏହି ଦୁଇଟି ସିଟ କିଏ କାହାକୁ ଛାଡିବାକୁ ନାରାଜ। ଏହାରି ଭିତରେ ଦୁଇ ଲୋକ ସଭା ସିଟକୁ ନେଇ ଉଭୟ ଦଳ କରିଲେଣି ରଣନୀତି।
ପୁରୀ ଏବଂ ଭୁବନେଶ୍ବର ଲୋକ ସଭା କ୍ଷେତ୍ର। ଉଭୟ ବିଜେଡି-ଭାଜପାର ଫୋକସରେ ଦୁଇ ଏମପି ସିଟ। ଆଉ ଏହି ଦୁଇ ସିଟ ହାତେଇବା ପାଇଁ ପଦ୍ମ ଏବଂ ଶଙ୍ଖ ସବବେଳେ ତତ୍ପର। ମେଣ୍ଟ ଚର୍ଚ୍ଚା ଭିତରେ ସମସ୍ତଙ୍କର ଫୋକସ ଏହି ଦୁଇ ସିଟ୍‌ ଉପରେ। ହେଲେ ସିଟକୁ ନେଇ ଅଙ୍କ ଛିଣ୍ଡୁନି। ବିଧାନ ସଭା ହେଉ କି ଲୋକ ସଭା, ପୁରୀ ହେଉଛି ବିଜେଡିର ଗଡ। ୨୦୧୯ରେ ବିଜେଡ଼ି ଲୋକ ସଭା ସିଟ ହାତେଇ ଥିଲା। ଏବଂ ଲୋକସଭା ଅଧିନରେ ୫ MLA ସିଟ ଜିତିଥିଲା। ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ସହ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଛି ବିଜେଡି। ଅନ୍ୟପଟେ ୨୦୧୯ରେ ଭାଜପାର ସମ୍ବିତ ପାତ୍ର କମ୍‌ ଭୋଟ ବ୍ୟବଧାନରେ ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ହାରିଥିଲେ। ଏପରିକି ପୁରୀ ଏବଂ ବ୍ରହ୍ମଗିରି MLA ସିଟ ଜିତିଥିଲା ଭାଜପା। ତେଣୁ ପୁରୀକୁ ନେଇ ଉତ୍ସାହିତ ରହିଛି ଭାଜପା ।

ପୁରୀ ପରି ଭୁବନେଶ୍ୱର ମଧ୍ୟ ଆଉ ଏକ ହାଇଭୋଲଟେଜ ସିଟ। ୨୦୧୯ରେ ଭୁବନେଶ୍ବର ଲୋକ ସଭା ଅଧିନସ୍ଥ ୭ଟି ବିଧାନ ସଭା ଆସନରୁ ୬ଟି ଜିତିଥିଲା ବିଜେଡି। ହେଲେ MP ସିଟରେ ଭାଜପାର ଅପରାଜିତା ଷଡଙ୍ଗୀ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଥିଲେ। ତେବେ ଗତଥର ହାରିଥିଲେ ବି ଏଥର କୌଣସି ପରିସ୍ଥିତିରେ ଭୁବନେଶ୍ବର ସିଟକୁ ବିଜେଡି ହାତଛଡା କରିବାକୁ ଚାହିଁବ ନାହିଁ। ଆଉ ଭାଜପା ମଧ୍ୟ ଏଥର ସିଟ ବଜାୟ ରଖିବାକୁ ବଳ ଲଗାଇବ। ଏଥର ଭାଜପା ପୁଣିଥରେ ଅପରାଜିତାଙ୍କୁ ରିପିଟ କରିପାରେ । ଅନ୍ୟପଟେ ବିଜେଡିର ଶ୍ରୀମୟୀ ମିଶ୍ରଙ୍କ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଲାଗିରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?