ଭୁବନେଶ୍ୱର-ପୁରୀକୁ ନେଇ ଡିଲ୍‌ ଫାଇନାଲ! ମେଣ୍ଟ ହେଲେ ଏହି ଠୁ ଲଢିବେ ଅପରାଜିତା

ଭୁବନେଶ୍ୱର,୨୦।୩: ମେଣ୍ଟ ଚର୍ଚ୍ଚାରେ ଫାଇନାଲ ହେଲା ପୁରୀ-ଭୁବନେଶ୍ୱର ସିଟ୍‌! ପୁରୀର କେଉଁ ଆସନରୁ କିଏ ଆଉ ଭୁବନେଶ୍ୱରର କେଉଁ ସିଟରୁ କିଏ ହୋଇଛି କି ଡିଲ୍‌ ପକ୍କା! ଯାହା ଜଣାପଡୁଛି ଏନେଇ ପୁରୀରେ ହୋଇଛି ବିଜେଡିର ଗୁପ୍ତ ବୈଠକ। ଗୋଟିଏ ପଟେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଛିଡୁ ନ ଥିବାବେଳେ ଅନ୍ୟପଟେ ପୁରୀ ଏବଂ ଭୁବନେଶ୍ୱର ଲୋକ ସଭା କ୍ଷେତ୍ରକୁ ନେଇ ଦ୍ବନ୍ଦ୍ବ। ରାଜଧାନୀ ପାଗ ପରି ମେଣ୍ଟକୁ ନେଇ ସାଧାରଣ ଲୋକ ଏବେ ହରଡଘଣାରେ। ହେବ କି ନାହିଁ। କେବେ ଦଳୀୟ ନେତା ଆସି ଗଣମାଧ୍ୟମରେ ହଁ ମାରୁଥିବାବେଳେ ଶୀର୍ଷ ନେତା ମେଣ୍ଟ ଝୁଲାଇ ରଖୁଛନ୍ତି।

ଏବେ ପୁରୀ ଏମପି ସିଟ ବିଜେଡି ହାତରେ ଥିବା ବେଳେ ଭୁବନେଶ୍ୱର ରହିଛି ଭାଜପା ହାତରେ। ହେଲେ କୁହାଯାଉଛି ଏହି ଦୁଇଟି ସିଟ କିଏ କାହାକୁ ଛାଡିବାକୁ ନାରାଜ। ଏହାରି ଭିତରେ ଦୁଇ ଲୋକ ସଭା ସିଟକୁ ନେଇ ଉଭୟ ଦଳ କରିଲେଣି ରଣନୀତି।
ପୁରୀ ଏବଂ ଭୁବନେଶ୍ବର ଲୋକ ସଭା କ୍ଷେତ୍ର। ଉଭୟ ବିଜେଡି-ଭାଜପାର ଫୋକସରେ ଦୁଇ ଏମପି ସିଟ। ଆଉ ଏହି ଦୁଇ ସିଟ ହାତେଇବା ପାଇଁ ପଦ୍ମ ଏବଂ ଶଙ୍ଖ ସବବେଳେ ତତ୍ପର। ମେଣ୍ଟ ଚର୍ଚ୍ଚା ଭିତରେ ସମସ୍ତଙ୍କର ଫୋକସ ଏହି ଦୁଇ ସିଟ୍‌ ଉପରେ। ହେଲେ ସିଟକୁ ନେଇ ଅଙ୍କ ଛିଣ୍ଡୁନି। ବିଧାନ ସଭା ହେଉ କି ଲୋକ ସଭା, ପୁରୀ ହେଉଛି ବିଜେଡିର ଗଡ। ୨୦୧୯ରେ ବିଜେଡ଼ି ଲୋକ ସଭା ସିଟ ହାତେଇ ଥିଲା। ଏବଂ ଲୋକସଭା ଅଧିନରେ ୫ MLA ସିଟ ଜିତିଥିଲା। ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ସହ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଛି ବିଜେଡି। ଅନ୍ୟପଟେ ୨୦୧୯ରେ ଭାଜପାର ସମ୍ବିତ ପାତ୍ର କମ୍‌ ଭୋଟ ବ୍ୟବଧାନରେ ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ହାରିଥିଲେ। ଏପରିକି ପୁରୀ ଏବଂ ବ୍ରହ୍ମଗିରି MLA ସିଟ ଜିତିଥିଲା ଭାଜପା। ତେଣୁ ପୁରୀକୁ ନେଇ ଉତ୍ସାହିତ ରହିଛି ଭାଜପା ।

ପୁରୀ ପରି ଭୁବନେଶ୍ୱର ମଧ୍ୟ ଆଉ ଏକ ହାଇଭୋଲଟେଜ ସିଟ। ୨୦୧୯ରେ ଭୁବନେଶ୍ବର ଲୋକ ସଭା ଅଧିନସ୍ଥ ୭ଟି ବିଧାନ ସଭା ଆସନରୁ ୬ଟି ଜିତିଥିଲା ବିଜେଡି। ହେଲେ MP ସିଟରେ ଭାଜପାର ଅପରାଜିତା ଷଡଙ୍ଗୀ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଥିଲେ। ତେବେ ଗତଥର ହାରିଥିଲେ ବି ଏଥର କୌଣସି ପରିସ୍ଥିତିରେ ଭୁବନେଶ୍ବର ସିଟକୁ ବିଜେଡି ହାତଛଡା କରିବାକୁ ଚାହିଁବ ନାହିଁ। ଆଉ ଭାଜପା ମଧ୍ୟ ଏଥର ସିଟ ବଜାୟ ରଖିବାକୁ ବଳ ଲଗାଇବ। ଏଥର ଭାଜପା ପୁଣିଥରେ ଅପରାଜିତାଙ୍କୁ ରିପିଟ କରିପାରେ । ଅନ୍ୟପଟେ ବିଜେଡିର ଶ୍ରୀମୟୀ ମିଶ୍ରଙ୍କ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଲାଗିରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri