ଭୁବନେଶ୍ୱରରେ ଆବଶ୍ୟକ ନାହିଁ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ଭୁବନେଶ୍ୱରରେ ଏବେ କରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଭୁବନେଶ୍ୱରରୁ ଦୈନିକ ହାରାହାରି ୩୦୦ରୁ ୪୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସଂଖ୍ୟା ପୂର୍ବାପେକ୍ଷା ବହୁତ କମିଛି। ଏବେ ଲକ୍‌ଡାଉନ୍‌ କି ଶଟ୍‌ଡାଉନ ନାହିଁ। ଏହାସତ୍ତ୍ୱେ ପଜିଟିଭ୍‌ ହାର ହ୍ରାସ ପାଇବା ସହ ସୁସ୍ଥ ହାର ବୃଦ୍ଧି ପାଇଛି। ତେଣୁ ଏଠାରେ ଆଉ ଗଞ୍ଜାମ ରଣନୀତି ଆପଣାଇବାର ଆବଶ୍ୟକତା ନାହିଁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ସେ କହିଛନ୍ତି, ଶେଷ ୨୪ ଘଣ୍ଟାରେ ୩୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୧୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କୋଭିଡ୍‌ ପରିଚାଳନାରେ ବିଏମ୍‌ସିର କାର୍ଯ୍ୟପ୍ରଣାଳୀ ଅନ୍ୟ ରାଜ୍ୟର ରାଜଧାନୀ ଅପେକ୍ଷା ବହୁ ଗୁଣାରେ ଭଲ ରହିଛି। ଅନ୍ୟ ରାଜ୍ୟର ରାଜଧାନୀଗୁଡ଼ିକରେ ନମୁନା ପରୀକ୍ଷାର ୨୫, ୩୦ ଓ ୫୦% ପଜିଟିଭ୍‌ ବାହାରୁଛି। କିନ୍ତୁ ଭୁବନେଶ୍ୱରରେ ଏହା ୯ରୁ ୧୫% ମଧ୍ୟରେ ରହିଛି। ତେଣୁ ବିଏମ୍‌ସି ତା’ର ରଣନୀତି ଅନୁସାରେ କାର୍ଯ୍ୟ କରୁଛି ଓ ଆଗକୁ ମଧ୍ୟ କରିବ। ଖୋର୍ଦ୍ଧା ଉପକଣ୍ଠରେ ଜିଲା ପ୍ରଶାସନ ପକ୍ଷରୁ ଯଦି ଗଞ୍ଜାମ ରଣକୌଶଳ ପ୍ରୟୋଗ କରାଯାଉଛି ତାହା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୦ଜଣ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୨୧୫ଜଣ ଅଛନ୍ତି। ୟୁନିଟ-୬ସ୍ଥିତ ଏକ ସରକାରୀ ସଙ୍ଗରୋଧରୁ ୬ଜଣ, ୟୁନିଟ-୧, ୟୁନିଟ-୯, ରସୁଲଗଡ଼ ଓ ଚକେଇସିଆଣୀରୁ ୩ଜଣ ଲେଖାଏ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲରୁ ୯ଜଣ ଅଛନ୍ତି। ଅନୁରୂପ ଭାବେ ଆଇଆରସି ଭିଲେଜରୁ ୯ଜଣ, ନୟାପଲ୍ଲୀ ୮, ପଟିଆ ଓ ଚନ୍ଦକାରୁ ୫ଜଣ ଲେଖାଏ, ଜାଗମରା ଓ ବଡ଼ଗଡ଼ରୁ ୪ଜଣ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହାବ୍ୟତୀତ ସୁସ୍ଥ ହୋଇଥିବା ୫୧୭ଜଣଙ୍କ ମଧ୍ୟରୁ ବରମୁଣ୍ଡା ଏଚବି କଲୋନୀରୁ ୧୪ଜଣ, ଫରେଷ୍ଟ ପାର୍କ ଅଞ୍ଚଳରୁ ୧୩, ପ୍ରାଚୀବିହାରରୁ ୧୦, ରସୁଲଗଡ଼ ଗାଁରୁ ୯, ଭରତପୁର ବସ୍ତିରୁ ୮ଜଣ ରହିଛନ୍ତି। ବିଏମ୍‌ସିର ତଥ୍ୟ ଅନୁସାରେ, ଭୁବନେଶ୍ୱରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୯୨୫ରେ ପହଞ୍ଚତ୍ଥିବାବେଳେ ୧୩,୬୩୧ଜଣ ସୁସ୍ଥ ହୋଇଛନ୍ତି। ୪,୨୧୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅଛନ୍ତି ଓ ୬୮ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ବିଏମ୍‌ସି ସୂଚନା ଦେଇଛି।

ଭୁବନେଶ୍ୱରବାସୀଙ୍କୁ ଗୃହ ଏକାନ୍ତବାସ ପସନ୍ଦ

 

ଭୁବନେଶ୍ୱରରେ ଆକ୍ରାନ୍ତମାନେ ଗୃହ ଏକାନ୍ତବାସରେ ରହି ଚିକିତ୍ସିତ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୭୩.୫% ଗୃହ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ଗତ ସପ୍ତାହରେ ସଂକ୍ରମିତ ହୋଇଥିବା ପାଖାପାଖି ୮୦% ଲୋକ ଗୃହ ଏକାନ୍ତବାସରେ ରହିବାକୁ ଇଚ୍ଛା କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଗୃହ ଏକାନ୍ତବାସରେ ରହୁଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ବିଏମ୍‌ସି ନିଜର ଆରଆର୍‌ଟି ଟିମ୍‌କୁ ବଢ଼ାଇଛି। ବର୍ତ୍ତମାନ ଭୁବନେଶ୍ୱରର ତିନୋଟି ଜୋନ୍‌ରେ ଏହି କାର୍ଯ୍ୟ ପାଇଁ ଆର୍‌ଆର୍‌ଟି ଟିମ୍‌ ନିୟୋଜିତ ହୋଇଛି। ପ୍ରତି ଜୋନ୍‌ରେ ୧୮ଟି ଲେଖାଏ ଆରଆର୍‌ଟି ଟିମ୍‌ ରହିଥିବାବେଳେ ଏମାନେ ଆକ୍ରାନ୍ତଙ୍କ ସମସ୍ତ କଥା ବୁଝୁଛନ୍ତି। ଏହାବ୍ୟତୀତ ଗୃହ ଏକାନ୍ତବାସ ଆକ୍ରାନ୍ତଙ୍କୁ ହେଲପ ଲାଇନ୍‌ (୧୯୨୯) ଜରିଆରେ ସମସ୍ତ ପ୍ରକାର ପରାମର୍ଶ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।
ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କମିଶନର ଚୌଧାରୀ କହିଛନ୍ତି, ଏବେ ଦିନକୁ ୪ ହଜାର ନମୁନା ପରୀକ୍ଷଣ କରାଯାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ୩୦୦-୪୦୦ ମଧ୍ୟରେ ସୀମିତ ରହୁଛି। ଟେଷ୍ଟିଂ ବଢ଼ୁଥିବା ବେଳେ କେଶ୍‌ କମୁଥିବାରୁ ରାଜଧାନୀରେ ସ୍ଥିତି ଭଲ ଅଛି। ସେହିପରି ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ି ପାଖାପାଖି ୭୪% ରହିଥିବା ସେ କହିଛନ୍ତି। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜଧାନୀର ଘରୋଇ ହସ୍ପିଟାଲ୍‌ଗୁଡ଼ିକ ନିଜର ୫୦% ସାଧାରଣ ଶଯ୍ୟା ଓ ୮୦% ଆଇସିୟୁ କୋଭିଡ୍‌ ପାଇଁ ସଂରକ୍ଷିତ ରଖିବାର ବ୍ୟବସ୍ଥା କରିଛନ୍ତି। ଏହାର ହିସାବ କଲେ ରାଜଧାନୀରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ୪୪୫ ଆଇସିୟୁ ସହ ୨୫୦୦ ସାଧାରଣ ଶଯ୍ୟା ରହିଛି। ଏହି ବେଡ୍‌ଗୁଡ଼ିକର ଠିକ ପରିଚାଳନା ପାଇଁ ବିଏମ୍‌ସି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବ। ଏହାବ୍ୟତୀତ ରାଜଧାନୀର ୨୦ଟି ୱାର୍ଡରେ ବିଏମ୍‌ସିର ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିଛି। ରାଜଧାନୀରେ ଏବେ ଗହଳି ହେଉଥିବା ଅଞ୍ଚଳଗୁଡ଼ିକରେ ଏନ୍‌ଫୋର୍ସମେଣ୍ଟ ଟିମ ସହ କମିଶନରେଟ୍‌ ପୋଲିସ ମଧ୍ୟ ରହୁଛି ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ; ନିର୍ଦ୍ଧାରିତ ତିଥିରେ କରନ୍ତୁ: ଗଜପତି

ପୁରୀ ଅଫିସ,୧୦ା୯: ଅଦିନରେ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ...

ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ...

ନୂଆ ରୂପ ପାଇବ ରାଜଧାନୀ ଶ୍ମଶାନ

ଭୁବନେଶ୍ୱର,୧୦।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ୬୭ ୱାର୍ଡରେ ଥିବା ସମସ୍ତ ଶ୍ମଶାନକୁ ନୂଆ ରୂପ ମିଳିବ। ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦ୍ବାରା ଏ ନେଇ...

ପାଣିଟାଙ୍କିରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ନିଶା ସେବନ କରିଥିବାରୁ ଖସି ପଡ଼ିଥିବା ସନ୍ଦେହ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୯, ପ୍ଲଟ ନଂ-୧୨୯ରେ ଥିବା ଏକ ପାଣିଟାଙ୍କିରୁ ଗୁରୁବାର ଜଣେ ନାବାଳକଙ୍କ ମୃତଦେହକୁ ଖାରବେଳ ନଗର ପୋଲିସ...

ଚାଷୀଙ୍କ ଖାତାକୁ ଗଲା ଚଳିତ ବର୍ଷର ଦ୍ୱିତୀୟ କିସ୍ତି କାଳିଆ ଟଙ୍କା

ଭୁବନେଶ୍ୱର,୧୪।୫(ବ୍ୟୁରୋ): କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଟଙ୍କା ରାଜ୍ୟ ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୯୨୦...

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ବିଦ୍ୟାଳୟ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇଛି। ପ୍ରଥମ ଭାଷା ଓଡ଼ିଆ ବିଷୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନ...

୧୪ ଦିନ ଯାଏ ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁ ଏହାକୁ ନିୟନ୍ତ୍ରଣକୁ ଆଣିବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମେ’ ୫ରୁ...

ଆଜିଠୁ ଓଜେଇଇ ଓ୍ବେବ୍‌ କାଉନସେଲିଂ

ଭୁବନେଶ୍ୱର,୧୨ା୯(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେବ ଓଜେଇଇ ଓ୍ବେବ୍‌ କାଉନସେଲିଂ। ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍ଚ ଏବଂ ଏମ୍‌. ପ୍ଲାନ୍‌ ପାଇଁ କାଉନସେଲିଂ ହେବ। ସେହିପରି...

Advertisement
Archives

Model This Week