ଭୁବନେଶ୍ୱରରେ ଆବଶ୍ୟକ ନାହିଁ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ଭୁବନେଶ୍ୱରରେ ଏବେ କରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଭୁବନେଶ୍ୱରରୁ ଦୈନିକ ହାରାହାରି ୩୦୦ରୁ ୪୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସଂଖ୍ୟା ପୂର୍ବାପେକ୍ଷା ବହୁତ କମିଛି। ଏବେ ଲକ୍‌ଡାଉନ୍‌ କି ଶଟ୍‌ଡାଉନ ନାହିଁ। ଏହାସତ୍ତ୍ୱେ ପଜିଟିଭ୍‌ ହାର ହ୍ରାସ ପାଇବା ସହ ସୁସ୍ଥ ହାର ବୃଦ୍ଧି ପାଇଛି। ତେଣୁ ଏଠାରେ ଆଉ ଗଞ୍ଜାମ ରଣନୀତି ଆପଣାଇବାର ଆବଶ୍ୟକତା ନାହିଁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ସେ କହିଛନ୍ତି, ଶେଷ ୨୪ ଘଣ୍ଟାରେ ୩୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୧୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କୋଭିଡ୍‌ ପରିଚାଳନାରେ ବିଏମ୍‌ସିର କାର୍ଯ୍ୟପ୍ରଣାଳୀ ଅନ୍ୟ ରାଜ୍ୟର ରାଜଧାନୀ ଅପେକ୍ଷା ବହୁ ଗୁଣାରେ ଭଲ ରହିଛି। ଅନ୍ୟ ରାଜ୍ୟର ରାଜଧାନୀଗୁଡ଼ିକରେ ନମୁନା ପରୀକ୍ଷାର ୨୫, ୩୦ ଓ ୫୦% ପଜିଟିଭ୍‌ ବାହାରୁଛି। କିନ୍ତୁ ଭୁବନେଶ୍ୱରରେ ଏହା ୯ରୁ ୧୫% ମଧ୍ୟରେ ରହିଛି। ତେଣୁ ବିଏମ୍‌ସି ତା’ର ରଣନୀତି ଅନୁସାରେ କାର୍ଯ୍ୟ କରୁଛି ଓ ଆଗକୁ ମଧ୍ୟ କରିବ। ଖୋର୍ଦ୍ଧା ଉପକଣ୍ଠରେ ଜିଲା ପ୍ରଶାସନ ପକ୍ଷରୁ ଯଦି ଗଞ୍ଜାମ ରଣକୌଶଳ ପ୍ରୟୋଗ କରାଯାଉଛି ତାହା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୦ଜଣ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୨୧୫ଜଣ ଅଛନ୍ତି। ୟୁନିଟ-୬ସ୍ଥିତ ଏକ ସରକାରୀ ସଙ୍ଗରୋଧରୁ ୬ଜଣ, ୟୁନିଟ-୧, ୟୁନିଟ-୯, ରସୁଲଗଡ଼ ଓ ଚକେଇସିଆଣୀରୁ ୩ଜଣ ଲେଖାଏ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲରୁ ୯ଜଣ ଅଛନ୍ତି। ଅନୁରୂପ ଭାବେ ଆଇଆରସି ଭିଲେଜରୁ ୯ଜଣ, ନୟାପଲ୍ଲୀ ୮, ପଟିଆ ଓ ଚନ୍ଦକାରୁ ୫ଜଣ ଲେଖାଏ, ଜାଗମରା ଓ ବଡ଼ଗଡ଼ରୁ ୪ଜଣ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏହାବ୍ୟତୀତ ସୁସ୍ଥ ହୋଇଥିବା ୫୧୭ଜଣଙ୍କ ମଧ୍ୟରୁ ବରମୁଣ୍ଡା ଏଚବି କଲୋନୀରୁ ୧୪ଜଣ, ଫରେଷ୍ଟ ପାର୍କ ଅଞ୍ଚଳରୁ ୧୩, ପ୍ରାଚୀବିହାରରୁ ୧୦, ରସୁଲଗଡ଼ ଗାଁରୁ ୯, ଭରତପୁର ବସ୍ତିରୁ ୮ଜଣ ରହିଛନ୍ତି। ବିଏମ୍‌ସିର ତଥ୍ୟ ଅନୁସାରେ, ଭୁବନେଶ୍ୱରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୯୨୫ରେ ପହଞ୍ଚତ୍ଥିବାବେଳେ ୧୩,୬୩୧ଜଣ ସୁସ୍ଥ ହୋଇଛନ୍ତି। ୪,୨୧୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅଛନ୍ତି ଓ ୬୮ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ବିଏମ୍‌ସି ସୂଚନା ଦେଇଛି।

ଭୁବନେଶ୍ୱରବାସୀଙ୍କୁ ଗୃହ ଏକାନ୍ତବାସ ପସନ୍ଦ

 

ଭୁବନେଶ୍ୱରରେ ଆକ୍ରାନ୍ତମାନେ ଗୃହ ଏକାନ୍ତବାସରେ ରହି ଚିକିତ୍ସିତ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୭୩.୫% ଗୃହ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ଗତ ସପ୍ତାହରେ ସଂକ୍ରମିତ ହୋଇଥିବା ପାଖାପାଖି ୮୦% ଲୋକ ଗୃହ ଏକାନ୍ତବାସରେ ରହିବାକୁ ଇଚ୍ଛା କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଗୃହ ଏକାନ୍ତବାସରେ ରହୁଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ବିଏମ୍‌ସି ନିଜର ଆରଆର୍‌ଟି ଟିମ୍‌କୁ ବଢ଼ାଇଛି। ବର୍ତ୍ତମାନ ଭୁବନେଶ୍ୱରର ତିନୋଟି ଜୋନ୍‌ରେ ଏହି କାର୍ଯ୍ୟ ପାଇଁ ଆର୍‌ଆର୍‌ଟି ଟିମ୍‌ ନିୟୋଜିତ ହୋଇଛି। ପ୍ରତି ଜୋନ୍‌ରେ ୧୮ଟି ଲେଖାଏ ଆରଆର୍‌ଟି ଟିମ୍‌ ରହିଥିବାବେଳେ ଏମାନେ ଆକ୍ରାନ୍ତଙ୍କ ସମସ୍ତ କଥା ବୁଝୁଛନ୍ତି। ଏହାବ୍ୟତୀତ ଗୃହ ଏକାନ୍ତବାସ ଆକ୍ରାନ୍ତଙ୍କୁ ହେଲପ ଲାଇନ୍‌ (୧୯୨୯) ଜରିଆରେ ସମସ୍ତ ପ୍ରକାର ପରାମର୍ଶ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।
ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କମିଶନର ଚୌଧାରୀ କହିଛନ୍ତି, ଏବେ ଦିନକୁ ୪ ହଜାର ନମୁନା ପରୀକ୍ଷଣ କରାଯାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ୩୦୦-୪୦୦ ମଧ୍ୟରେ ସୀମିତ ରହୁଛି। ଟେଷ୍ଟିଂ ବଢ଼ୁଥିବା ବେଳେ କେଶ୍‌ କମୁଥିବାରୁ ରାଜଧାନୀରେ ସ୍ଥିତି ଭଲ ଅଛି। ସେହିପରି ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ି ପାଖାପାଖି ୭୪% ରହିଥିବା ସେ କହିଛନ୍ତି। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜଧାନୀର ଘରୋଇ ହସ୍ପିଟାଲ୍‌ଗୁଡ଼ିକ ନିଜର ୫୦% ସାଧାରଣ ଶଯ୍ୟା ଓ ୮୦% ଆଇସିୟୁ କୋଭିଡ୍‌ ପାଇଁ ସଂରକ୍ଷିତ ରଖିବାର ବ୍ୟବସ୍ଥା କରିଛନ୍ତି। ଏହାର ହିସାବ କଲେ ରାଜଧାନୀରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ୪୪୫ ଆଇସିୟୁ ସହ ୨୫୦୦ ସାଧାରଣ ଶଯ୍ୟା ରହିଛି। ଏହି ବେଡ୍‌ଗୁଡ଼ିକର ଠିକ ପରିଚାଳନା ପାଇଁ ବିଏମ୍‌ସି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବ। ଏହାବ୍ୟତୀତ ରାଜଧାନୀର ୨୦ଟି ୱାର୍ଡରେ ବିଏମ୍‌ସିର ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିଛି। ରାଜଧାନୀରେ ଏବେ ଗହଳି ହେଉଥିବା ଅଞ୍ଚଳଗୁଡ଼ିକରେ ଏନ୍‌ଫୋର୍ସମେଣ୍ଟ ଟିମ ସହ କମିଶନରେଟ୍‌ ପୋଲିସ ମଧ୍ୟ ରହୁଛି ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?