Posted inଜାତୀୟ

କେବଳ ଫୁସ୍‌ଫୁସ୍‌ ନୁହେଁ, ଶରୀରର ଏସବୁ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଉଛି କରୋନା ଭୂତାଣୁ

ନୂଆଦିଲ୍ଲୀ,୯।୭: କରୋନା ସଂକ୍ରମଣ କେବଳ ଫୁସଫୁସକୁ ସଂକ୍ରମିତ କରେ ନାହିଁ, ବରଂ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ବହୁତ କ୍ଷତି ପହଞ୍ଚାଏ। ଏହାର ଖରାପ ପ୍ରଭାବ କିଡନୀ, ଯକୃତ, ଅଗ୍ନାଶୟ, ମସ୍ତିଷ୍କ ଏବଂ ହୃଦୟରେ ମଧ୍ୟ ଦେଖାଯାଇଛି। ଭୋପାଳ ଏମ୍ସ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଦେଶରେ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏମ୍ସରେ କୋଭିଡ ମୃତଦେହର ପୋଷ୍ଟମର୍ଟମରେ ବାହାରିଥିବା ରିପୋର୍ଟ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ରହିଛି। ଭୋପାଳ ଏମ୍ସରେ ୨୧ଟି କୋଭିଡ ମୃତଦେହର ବ୍ୟବଚ୍ଛେଦ ପରେ ଜଣାପଡିଥିଲା ଯେ, କରୋନା ଭୂତାଣୁ କେବଳ ଫୁସଫୁସ ନୁହେଁ କିଡନୀ, ମସ୍ତିଷ୍କ, ଅଗ୍ନାଶୟ, ଯକୃତ ଏବଂ ହୃଦଘାତରେ ମଧ୍ୟ ସମସ୍ୟା ସୃଷ୍ଟି କରିଛି।
ଭୋପାଳ ଏମ୍ସ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ମୃତ୍‌ୟୁର ୨୦ ଘଣ୍ଟା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀଙ୍କ ଶରୀରରେ କୋଭିଡ -୧୯ ଭୂତାଣୁ ମିଳିଛି। ଭୋପାଳ ଏମ୍ସ ନିର୍ଦ୍ଦେଶକ ଡା. ସରମନ ସିଂ କହିଛନ୍ତି ଯେ, ଗତ ବର୍ଷ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏମ୍ସ ଭୋପାଳରେ ୨୧ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା, ଯେଉଁଥିରେ ୪୫% ମୃତକଙ୍କ ବ୍ରେନ୍‌ରେ କରୋନା ଭୂତାଣୁ ପହଞ୍ଚିଥିଲା। କରୋନା ସଂକ୍ରମଣ ଫୁସଫୁସରେ ୯୦ ପ୍ରତିଶତରେ ପହଞ୍ଚିଥିଲା ଏବଂ ଏହା ବ୍ୟତୀତ କରୋନା କିଡନୀ, ଯକୃତ, ଅଗ୍ନାଶୟକୁ ସଂକ୍ରମିତ କରିଥିଲା। ମୃତୁଦେହ ବ୍ୟବଚ୍ଛେଦ ସମୟରେ ଏହା ମଧ୍ୟ ଜଣାପଡିଛି ଯେ ମୃତ୍ୟୁବରଣ କରିଥିବା ଏହି ୨୧ ରୋଗୀଙ୍କ ମଧ୍ୟରୁ ୨୦ ଜଣଙ୍କର ଅନ୍ୟ ରୋଗ ଥିବାବେଳେ ଜଣେ ରୋଗୀଙ୍କର କରୋନା ପୂର୍ବରୁ କୌଣସି ରୋଗ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ...

ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା

ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି...

କଳାବଜାର ରୋକିବା ପାଇଁ ଏମିତି ବେଶ ଧରିଲେ ଉପଜିଲାପାଳ

ବିଜୟଓ୍ବାଡା,୧୦।୮: ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ କଳାବଜାର ରୋକିବା ପାଇଁ ଆଇଏଏସ ଜି ସୂର୍ଯ୍ୟ ସାଇ ପ୍ରବୀଣଚାନ୍ଦ ଏକ ଭିନ୍ନ ପନ୍ଥା ଆପଣାଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ...

ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ: ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୦।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ସମୟରେ ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ଭାବେ ନାମିତ କରାଯାଇଛି। ଏନେଇ ସୋମବାର ଯୋଗୀ ସରକାରଙ୍କୁ...

ରାମଦେବ ଭର୍ସେସ ଡାକ୍ତର: ବେକରେ ପୋଷ୍ଟର-ପିପିଇ କିଟ୍‌ ପିନ୍ଧି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧।୬: ଏଲୋପାଥି ଚିକିତ୍ସା ଓ ଡାକ୍ତରଙ୍କୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ବୟାନର ବିବାଦ ଥମିବାର ନା ନେଉନି। ଏହି ମାମଲାରେ ବାବା ରାମଦେବ...

ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂହ

ନୂଆଦିଲ୍ଲୀ,୧୩।୧୦: ପୁଣି ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ବୁଧବାର ଏମ୍ସରେ ଭର୍ତ୍ତି କରାଯାଇଛି। ଡା. ନୀତୀଶ...

ସାଧାରଣତନ୍ତ୍ର ଦିବସ ପରେଡରେ ୨୫ ହଜାର ଦର୍ଶକଙ୍କୁ ଅନୁମତି!

ନୂଆଦିଲ୍ଲୀ,୩୧ ।୧୨: କରୋନା ମହାମାରୀ କାରଣରୁ ଆସନ୍ତା ମାସରେ ପାଳନ ହେବାକୁ ଯାଉଥିବା ୨୬ ଜାନୁୟାରୀ ବା ସାଧାରଣତନ୍ତ୍ର ଦିବସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ...

ରାମମନ୍ଦିର ନିର୍ମାଣ ନେଇ ସୁବ୍ରମଣିୟମ୍‌ ସ୍ବାମୀ ଓ ସଞ୍ଜୟ ରାଓ୍ବତ ମୋଦିଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ସମୟରେ ରାମ ମନ୍ଦିର ବିବାଦଠାରୁ ଭାଜପା ଦୂରେଇ ରହିଥିଲା। ତେବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ପରେ ପୁଣିଥରେ ଦେଶରେ...

Advertisement


Archives

Model This Week