ଅଭିନୟ ଦୁନିଆକୁ ବାଏ କହିଲେ ଏହି ଭୋଜପୁରୀ ଅଭିନେତ୍ରୀ

ମୁମ୍ବାଇ: ଧର୍ମ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇସଲାମ ଧର୍ମ ଲାଗି ମନୋରଞ୍ଜନଜଗତକୁ ଛାଡ଼ିଛନ୍ତି। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି।

ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ଆଫଶା ଲେଖିଛନ୍ତି, ‘ମୁଁ ଆପଣଙ୍କୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ମୋର ଏଥିସହ ଆଉ କୌଣସି ସମ୍ପର୍କ ନାହିଁ। ଇନଶାଲ୍ଲାହ, ମୁଁ ଇସଲାମିକ ଶିକ୍ଷା ଏବଂ ଅଲ୍ଲାହଙ୍କ ଆଶୀର୍ବାଦ ଅନୁଯାୟୀ ପରବର୍ତ୍ତୀ ଜୀବନରେ ବଞ୍ଚିବାକୁ ଇଚ୍ଛା କରୁଛି। ମୁଁ ଯେଉଁଭଳି ଜୀବନ ବଞ୍ଚଥିଲି ସେଥିଲାଗି ଅଲ୍ଲାହଙ୍କ ଠାରେ ଅନୁତାପ କରେ ଏବଂ ମୁଁ ଅଲ୍ଲାହଙ୍କୁ କ୍ଷମା ମଧ୍ୟ ମାଗୁଛି। ବଡ ସଫଳତା ଏବଂ ଧନ ପାଇବା ପରେ ବି ମୁଁ ସନ୍ତୁଷ୍ଟ ନ ଥିଲି। କାହିଁକିନା ମୁଁ ପିଲାଦିନେ ମଧ୍ୟ ଏଭଳି ଜୀବନ ବଞ୍ଚିବାକୁ ସ୍ବପ୍ନ ଦେଖି ନ ଥିଲି। ଏସବୁ ସଂଯୋଗରେ ହୋଇଥିଲା। ମୁଁ ଏହି ଅଭିନୟ କ୍ଷେତ୍ରକୁ ଆସିଗଲି ଏବଂ ଆଗକୁ ବଢ଼ିଲି। ହେଲେ ମୁଁ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସବୁକିଛି ଶେଷ କରିବାକୁ ଚାହୁଁଛି।’

ସାହରଙ୍କ ପୂର୍ବରୁ ଅଭିନେତ୍ରୀ ସନା ଖାଁ ମଧ୍ୟ ଏଭଳି ହିଁ ପୋଷ୍ଟ ଲେଖି ଅଭିନୟଜଗତରୁ ଦୂରେଇ ଯାଇଥିଲେ। ତେବେ ସେ ଏବେ ସାହରଙ୍କ ପୋଷ୍ଟରେ ସନା ଖୁସି ପ୍ରକାଶ କରିଛନ୍ତି। ସାହର ଏବେ ସନାଙ୍କ ସହ ମିଶି ସେବାରେ ଲାଗି ପଡିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି।

 

View this post on Instagram

 

A post shared by Sahar afsha (@saharafshaofficial)


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri