୨୦ କିଲୋ ଓଜନ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଏହି ବୋଲ୍ଡ ଅଭିନେତ୍ରୀ

ଭୋଜପୁରୀର ହଟ୍‌ ଏବଂ ବୋଲ୍ଡ ଅଭିନେତ୍ରୀ ରାନୀ ଚାଟାର୍ଜୀ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସିନେମାରେ ସଫଳ ହେବା ପରେ ଏବେ ରାନୀ ବଲିଉଡ୍‌ ମୁହାଁ ହୋଇଛନ୍ତି। ବଲିଉଡ୍‌ରେ କାମ କରିବାକୁ ଚାହୁଁଥିବା ସେ ଅନେକ ଥର କହିସାରିଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ରାନୀଙ୍କ ଲାଇଫ୍‌ପାର୍ଟନର ବିଷୟରେ ଜାଣିବା ପାଇଁ ପ୍ରଶଂସକ ସବୁବେଳେ ଇଚ୍ଛା ପ୍ରକାଶ କରିଆସିଛନ୍ତି।
ତେବେ ରାନୀଙ୍କ କିଛି ପୂରୁଣା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କୁ ବୋହୂ ବେଶରେ ଦେଖିବାକୁ ମିଳୁଛି। ରାନୀଙ୍କ ଏହି ଲେହେଙ୍ଗାର ଓଜନ ୧୮ କେଜି। ୧୮ କେଜି ଓଜନର ଏହି ଲେହେଙ୍ଗାରେ ରାନୀଙ୍କ ବୋହୂ ରୂପକୁ ଦର୍ଶକ ବେସ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଗୋଲାପି ରଙ୍ଗର ଏହି ଲେହେଙ୍ଗା ସାଙ୍ଗକୁ ରାନୀ ଧଳା ଏବଂ ଗୋଲାପି ରଙ୍ଗର ଅଳଙ୍କାର ପିନ୍ଧିଛନ୍ତି। ତେବେ ରାନୀ ଜଣେ ଟିଭି କଳାକାରଙ୍କ ସହ ରିଲେଶନସିପ୍‌ରେ ଥିବା କିଛି ଦିନ ତଳେ କହିଥିଲେ। ମାତ୍ର ତାଙ୍କ ନାମ ସେ ପ୍ରକାଶ କରି ନ ଥିଲେ। ସମୟ ଆସିଲେ ସମସ୍ତେ ଜାଣିପାରିବେ ବୋଲି ସେ କହିଥିଲେ। ଏହା ପରଠାରୁ ସେ ବ୍ୟକ୍ତିଜଣଙ୍କ କିଏ ତାହା ଜାଣିବାକୁ ସମସ୍ତେ ଚାହିଁ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ରାଜନୀତିରେ ଯୋଗ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜି ବଲିଉଡ୍‌ ଅଭିନେତ୍ରୀ ରିମି ସେନଙ୍କ ଜନ୍ମଦିନ। ଯିଏ ହଙ୍ଗାମା ଏବଂ ଧୁମ ଭଳି ହିଟ୍‌ ଫିଲ୍ମରେ କାମ କରିଛନ୍ତି। ରିମି ୨୧ ସେପ୍ଟେମ୍ବର ୧୯୮୧ରେ...

ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା

ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ...

ଲୁଚାଛପାରେ ଏସବୁ ଅଭିନେତ୍ରୀ କରୁଛନ୍ତି ପ୍ରେମ: କିଏ ବ୍ୟବସାୟୀଙ୍କୁ ତ କିଏ ଫଟୋଗ୍ରାଫରଙ୍କୁ…

ବମ୍ବେ: ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଥାଏ ପ୍ରଶଂସକଙ୍କ ନଜର। ହେଲେ କିଛି କଳାକାର ନିଜ ଜୀବନ ବିଷୟରେ ଜଣାଇବାକୁ ପସନ୍ଦ କରିନଥାନ୍ତି। ବିଶେଷକରି ସେ...

ନ୍ୟୁଡ୍‌ ଫଟୋ ମାମଲା: ଅଗଷ୍ଟ ୨୨ରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ୍‌

ମୁମ୍ବାଇ,୧୨।୮: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ନ୍ୟୁଡ ଫଟୋଶୁଟ୍‌ ହେବାର ଦୀର୍ଘ ଦିନ ବିତିଥିଲେ ମଧ୍ୟ ତାଙ୍କ ଅଡ଼ୁଆ ଥମିବାର ନିଁ ନେଉନି। ଇତିମଧ୍ୟରେ ଶୁକ୍ରବାର...

ନେହା ଆଉଟ୍‌, ବିଦିଶା ଇନ୍‌ !

ବମ୍ବେ: ଅନେକ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛି ‘ଭାବି ଜି ଘର ପେ ହୈ’। ମଝି ମଝିରେ କିଛି କଳାକାର ଶୋ’ ଛାଡ଼ୁଥିଲେ...

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଟାର୍ଗେଟରେ ଏକତା କପୁର: ପ୍ରତିକ୍ରିୟା ରଖିଲେ ମିକା ସିଂ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଟାର୍ଗେଟ କରାଯାଉଛି। ସୁଶାନ୍ତଙ୍କ ପ୍ରଶଂସକ ତଥା ସୋସିଆଲ ମିଡିଆ ବ୍ୟବହାରକାରୀମାନେ...

‘ଶହଜାଦା’ର ଟିଜର ଆଉଟ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଆଜିର ଦିନର ଏକ ମହତ୍ୱ ରହିଛି । ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୨୨ ହେଉଛି ଅଭିନେତାଙ୍କ ଜନ୍ମଦିନ...

ଫ୍ଲପ୍‌ ଫିଲ୍ମ ଲିଷ୍ଟରେ ସାମିଲ୍‌ ହେଲା ‘ଶମଶେରା’

ନିକଟରେ ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ‘ଶମଶେରା’ ରିଲିଜ୍‌ ହୋଇଛି। ହେଲେ ଫିଲ୍ମ ରିଲିଜ୍‌ ହେବା ପରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ୫...

Advertisement
Archives

Model This Week