Posted inUncategorized

ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ପଓ୍ବନ ସିଂ

ନୂଆଦିଲ୍ଲୀ,୧୧।୧୦: ପ୍ରସିଦ୍ଧ ଭୋଜପୁରୀ ଗାୟକ ଏବଂ ସୁପରଷ୍ଟାର ପଓ୍ବନ ସିଂ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ନୁହଁନ୍ତି ଏବଂ କେବଳ ଦଳର ଜଣେ ପ୍ରକୃତ ସୈନିକ ହୋଇ ରହିବାକୁ ଚାହାଁନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି।

ପଓ୍ବନ ସିଂ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେବାର ତାଙ୍କର ଉଦ୍ଦେଶ୍ୟ ନିର୍ବାଚନ ଲଢ଼ିବା ନୁହେଁ। ସେ କହିଛନ୍ତି, ମୁଁ, ପଓ୍ବନ ସିଂ , ମୋର ଭୋଜପୁରୀ ସମ୍ପ୍ରଦାୟକୁ କହିବାକୁ ଚାହୁଁଛି ଯେ ମୁଁ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦଳରେ ଯୋଗ ଦେଇନାହିଁ, କିମ୍ବା ମୁଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ।” ଏହି ପୋଷ୍ଟ ତାଙ୍କ ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୭୩୨ କୋଟି ଟଙ୍କାର ୨ ରେଳ ପ୍ରକଳ୍ପ ଲୋକାର୍ପିତ: ଯଖପୁରା-ଯାଜପୁର…

ଭୁବନେଶ୍ୱର, ୨୨ା୬ (ବନ୍ଦନା ସେଠୀ): ରେଳ ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା ସହ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri