Posted inଫୁରସତ

କ୍ଷୀର ବ୍ୟବସାୟ ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ରର କୃଷକ

ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କର ଭ୍ରୁକୁଞ୍ଚନ କରିଛି । ମହାରାଷ୍ଟ୍ରର ଭିବଣ୍ଡିରେ ରହୁଥିବା ଜଣେ କୃଷକ ହେଲିକପ୍ଟର କିଣିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜନାର୍ଦ୍ଦନ ଭୋଇର ନାମକ ଏହି ୃଷକ ଦେଶସାରା ନିଜ ବ୍ୟବସାୟ ପାଇଁ ଯାତ୍ରା କରିବାକୁ ୩୦ କୋଟି ଟଙ୍କାର ଏକ ହେଲିକପ୍ଟର କିଣିଛନ୍ତି । ସେ ଜଣେ କୃଷକ ସହ ବିଲଡର୍ ବି । କିଛିଦିନ ହେବ ସେ ଡାଏରୀ ବ୍ୟସାୟରେ ପାଦ ରଖିଛନ୍ତି । ଯେଉଁଥିପାଇଁ ତାଙ୍କୁ ବହୁ ରାଜ୍ୟ ଗସ୍ତ କରିବାକୁ ପଡୁଛି । ନିକଟରେ ଏକ ୱେବ ସାଇଟକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଜନାର୍ଦ୍ଦନ କହିଛନ୍ତି ସେ ଏକ ହେଲିକପ୍ଟର କିଣିଛନ୍ତି । କାରଣ ଅନେକ ସମୟରେ ସେ ବ୍ୟବସାୟ ପାଇଁ ପଞ୍ଜାବ, ରାଜସ୍ଥାନ, ହରିୟାଣା ଓ ଗୁଜରାଟ ଗସ୍ତରେ ଯାଇ ଥାଆନ୍ତି । ତେଣୁ ସମୟ ବଞ୍ଚାଇବାକୁ ଯାଇ ସେ ହେଲିକପ୍ଟର କିଣିଛନ୍ତି । କେବଳ କ୍ଷୀର ବ୍ୟବସାୟ ନୁହେଁ ଚାଷ କାମ ପାଇଁ ବି ତାଙ୍କୁ ବିଭିନ୍ନ ରାଜ୍ୟକୁ ଯିବାକୁ ପଡିଥାଏ ବୋଲି ସେ ପ୍ରକାଶ କରିଛନ୍ତି । ଏବେ ସେ ୨୧୫ ଏକର ସ୍ଥାନରେ ସୁରକ୍ଷା ପାଚେରି ସହ ହେଲିପ୍ୟାଡ, ଏକ ପାଇଲଟ ରୁମ୍‌, ଓ ଗୋଟିଏ ଟେକନିସିଆନ୍ ରୁମ ତିଆରି କରିବାକୁ ଯୋଜନା କରିଛନ୍ତି । ତେବେ ୧୫ ମାର୍ଚ୍ଚକୁ ତାଙ୍କୁ ହେଲିକପ୍ଟର ମିଳିଯିବ ବୋଲି ସେ କହିଛନ୍ତି । ଆଉ ୨୧୫ ଏକର ଜମିରେ ସେ ହେଲିପ୍ୟାଡ ସହ ଅନ୍ୟ ସୁବିଧା କରାଇବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା...

ସମୁଦ୍ରକୂଳରେ ଦେଖାଗଲା ରହସ୍ୟମୟ ଜୀବର ମୃତଦେହ, ଆଉ ତା’ ପରେ..

ସମୁଦ୍ରକୂଳରେ ଜୀବଜନ୍ତୁଙ୍କ ମରଶରୀର ପଡ଼ିରହିବା ଦେଖିବାକୁ ମିଳିଥାଏ। ହେଲେ ବ୍ରିଟେନ୍‌ର ଏନ୍ସଡେଲ୍‌ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତଦେହ ଦେଖାଯାଇଛି। ଏହାକୁ ନେଇ ସେଠାରେ ଭୟର...

ମନ୍ଦିର ପୋଖରୀରେ ମରି ପଡ଼ିଛନ୍ତି ଅସଂଖ୍ୟ ମାଛ

ତାମିଲନାଡୁର ମଦୁରାଇରେ ଅବସ୍ଥିତ ଥିରୁପାନକୁଣ୍ଡ୍ରମ୍‌ ମୁରୁଗନ ମନ୍ଦିର ପୋଖରୀରେ ଅନେକଗୁଡିଏ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି। ହେଲେ ଏକାସାଙ୍ଗରେ ଏତେଗୁଡିଏ ମାଛ କିପରି ମଲେ...

ରକ୍ତବର୍ଣ୍ଣା ଦେବୀ ସୁଭଦ୍ରା

କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଏଠାରେ ପୂଜା ପାଇ ଆସୁଥିବା...

ଏମିତି ଏଟିଏମ୍‌, ଟଙ୍କା ବଦଳରେ ବାହାରିଥାଏ ସୁନା

ଆଜିକାଲି ସମୟରେ ବ୍ୟାଙ୍କରେ ଲମ୍ବା ଲାଇନ୍‌ ଲଗାଇ ଗ୍ରାହକମାନେ ଆଉ ଟଙ୍କା ଉଠାଉ ନାହାନ୍ତି। ଏଥିପାଇଁ ଏଟିଏମ୍‌ ସହଜ ଏବଂ ସୁଲଭ ମାଧ୍ୟମ ପାଲଟିଛି। ବିଶ୍ୱର...

ଓ୍ବାଟରୀ ହ୍ବିଲଚେୟାର୍‌: ସୁଇମ୍‌ ବ୍ଲାଡର୍‌ ଡିଜଅର୍ଡର ଥିବା ମାଛ ଭଲଭାବେ ପହଁରିପାରିବେ

ଦକ୍ଷିଣ କୋରିଆର ହେନରୀ କିମ୍‌ ହେଉଛନ୍ତି ଜଣେ ପ୍ରାଣୀପ୍ରେମୀ। ସେ ଘରେ ୨୦ଟି ଗୋଲ୍ଡ ଫିଶ୍‌ ପେଟ୍‌ଭାବେ ରଖିଛନ୍ତି। ତେବେ ସେହି ମାଛଙ୍କୁ ନିକଟରେ ସୁଇମ୍‌...

ପିଲାଟିର କାନକୁ ଏମିତି କାମୁଡ଼ି ଦେଲା ହରିଣ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ସ୍କୁଲ ଫି’ ଭରଣା ପାଇଁ ୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇଲେ ଛାତ୍ର

୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇ କାନାଡାର ସାସ୍କାଟୁନ୍‌ ସହରର ୧୬ ବର୍ଷୀୟ ଛାତ୍ର ବ୍ୟାଉଲିଙ୍ଗ୍‌ ଟୋନି ଘରକୁ ଫେରିଛନ୍ତି। ତାଙ୍କର ଏହି...

Advertisement
Archives

Model This Week