ମଧୁର ଜଳ ବିନା ଉଜୁଡ଼ିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୭।୮: କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ବିପଦର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଏହି ଆର୍ଦ୍ରଭୂମିକୁ ଆଗାମୀଦିନରେ ମଧୁର ଜଳ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀ ଓ ୨୭ ନାଳ ଭିତରକନିକାର ହେନ୍ତାଳ ବଣକୁ ବଞ୍ଚାଇ ରଖୁଛି। ତେବେ ଏହିସବୁ ନଦୀ, ନାଳ ଉପରମୁଣ୍ଡର ବିଭିନ୍ନ ସ୍ଥାନରେ ମଧୁର ଜଳ ଅଟକ ଓ ଉତ୍ତୋଳନ ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିବ। ଏପରି ସମସ୍ୟାର ସମାଧାନ ପାଇଁ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଗତ ୧୦ ତାରିଖରୁ ଅନଶନରେ ବସିଛନ୍ତି। ଭିତରକନିକାକୁ ସମ୍ଭାବ୍ୟ ବିପନ୍ନ ସ୍ଥିତିରୁ ବଞ୍ଚାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପରିବେଶବିତ୍‌ମାନେ ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାର, ରାଜ୍ୟ ଓ ଜିଲା ବନ ସଂରକ୍ଷକଙ୍କୁ ୫ ପ୍ରଶ୍ନ ପଚାରିଛନ୍ତି। ଉତ୍ତର ନ ମିଳିଲେ ଜାତୀୟସ୍ତରରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଅନଶନକାରୀ ଶ୍ରୀକାନ୍ତ ନାୟକ, ପରିବେଶବିତ୍‌ ଭୁବନେଶ୍ୱରର ବିଶ୍ୱନାଥ ମହାନ୍ତି, ଫଇଜଲ ଖାନ୍‌, ପୁରୀର ସୌମ୍ୟରଞ୍ଜନ ମହାନ୍ତି, ରାୟଗଡ଼ାର ବଳରାମ ପଣ୍ଡା, କେନ୍ଦ୍ରାପଡ଼ାର ହେମନ୍ତ କୁମାର ରାଉତ, ପ୍ରାଧ୍ୟାପକ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂହ କୁହନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର କାରଣ ହେବ। ୬୦% ଲୁଣା ଓ ୪୦% ମଧୁର ଜଳର ମିଶ୍ରଣରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ। ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳିଥାଏ। ରାଜ୍ୟରେ ୪୮୦ କି.ମି. ସମୁଦ୍ର ତଟ ଅଞ୍ଚଳରେ ୨୨୨ ବର୍ଗ କି.ମି. ଘଞ୍ଚ ହେନ୍ତାଳବଣ ରହିଛି। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କି.ମି. ତଟ ଅଞ୍ଚଳରେ ୧୮୩ ବର୍ଗ କି.ମି. ଏହି ବଣ ଅଛି। ତେବେ ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଅକାମୀ ହେବାକୁ ଯାଉଛି। ଛତିଶଗଡ଼ରେ ମହାନଦୀରେ ବନ୍ଧ ନିର୍ମାଣ ପରେ ଅଣମୌସୁମୀ ସମୟରେ ତଳ ମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲାରେ ଜଳସ୍ରୋତ କମି ଯାଉଛି। ଏହି ସମୟରେ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀରେ ଏକ ବୃହତ ଜଳାଶୟ ନିର୍ମାଣ କରାଯାଇ କେନ୍ଦ୍ରାପଡ଼ା ଜିଲା ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି। ଫଳରେ ମହାନଦୀର ତଳମୁଣ୍ଡରେ ଥିବା ଭିତରକନିକାକୁ ମଧୁର ଜଳ ପହଞ୍ଚତ୍ବା ଆଶା କ୍ଷୀଣ। ସେହିପରି କିଛିବର୍ଷ ହେଲା ଅଣମୌସୁମୀ ସମୟରେ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚତ୍ ପାରୁନାହିଁ। ମୌସୁମୀ ସମୟରେ ଭିତରକନିକା ଆସୁଥିବା ଜଳକୁ ଏବେ ଯାଜପୁର ସହର ନିକଟ ନିର୍ମାଣାଧୀନ ଜଳାଶୟରେ ରଖିବାକୁ ଯୋଜନା ହୋଇଛି। ବ୍ରାହ୍ମଣୀ ସିଷ୍ଟମରେ ବ୍ରାହ୍ମଣୀ ଓ ଶାଖାନଦୀ ଖରସ୍ରୋତା ରହିଛି। ଏବେ ଖରସ୍ରୋତାରେ କେନ୍ଦ୍ରାପଡ଼ା ଜିଲାର ୨ଟି ସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ ଓ ୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିସହ ଭଦ୍ରକ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ନିଆଯିବ। ଏହି ୫ ପ୍ରକଳ୍ପର ଆବଶ୍ୟକତା ପୂରଣ ପରେ ଖରସ୍ରୋତା ପାଣି ଭିତରକନିକାରେ ପହଞ୍ଚତ୍ବା ନେଇ ସନ୍ଦେହ ସୃଷ୍ଟିି ହୋଇଛି। ଏଭଳିସ୍ଥଳେ କେବଳ ବ୍ରାହ୍ମଣୀର ସ୍ବଳ୍ପଧାରା ଭିତରକନିକାର ପ୍ରାକୃତିକ ବିଭବକୁ ବଞ୍ଚାଇବା ସମ୍ଭବ ନୁହେଁ। ଭିତରକନିକାର ଏହି ବିପଦରେ ଡିଏଫ୍‌ଓ ଓ ମୁଖ୍ୟ ବନ୍ୟ ସଂରକ୍ଷକ କାହିଁକି ନୀରବ ରହିଛନ୍ତି ବୋଲି ଉପରୋକ୍ତ ପରିବେଶବିତ୍‌ମାନେ ପ୍ରଶ୍ନ କରିଛନ୍ତି। ଏଥିସହ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟ ଓ ପାଣି ଉଠା ସ୍ଥାନ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ଭିତରକନିକା ଇକୋ ସେନସେଟିଭ ଜୋନରେ ଅଛି। ଏହି ଜୋନରେ ପ୍ରକଳ୍ପ ଚାଲିବା ଦ୍ୱିତୀୟ ପ୍ରଶ୍ନ ହୋଇଛି। ୩ୟରେ ଭିତରକନିକାକୁ ସମୃଦ୍ଧ କରୁଥିବା ନଦୀର ସ୍ବାଭାବିକ ଜଳସ୍ରୋତ ତଳମୁଣ୍ଡରେ ପହଞ୍ଚତ୍ବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଯୋଜନା କାହିଁକି କାର୍ଯ୍ୟକାରୀ ହୋଇନାହିଁ। ୪ର୍ଥରେ ମଧୁର ଜଳର ପରିମାଣ ସମ୍ପର୍କରେ ଏ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯାଇ ନ ଥିବା ଏବେ ବିପଦ ସୃଷ୍ଟି କରିଛି। ସେହିପରି ବିଭିନ୍ନ ସ୍ଥାନରେ ମେଗା ପାନୀୟ ଜଳ ପ୍ରକଳ୍ପ ପରେ ଜାତୀୟ ଉଦ୍ୟାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କମିଟିର ରିପୋର୍ଟ କେବେ ବୋଲି ସେମାନେ ଶେଷ ପ୍ରଶ୍ନ ପଚାରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ୨୦୨୦ ଡିସେମ୍ବରରୁ ଭଦ୍ରକର ପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି। ଏ ନେଇ ଆଇଆଇଟି ହାଇଦ୍ରାବାଦ ରିପୋର୍ଟ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ

ସୁନ୍ଦରଗଡ଼,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଅଞ୍ଚଳରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...

ସ୍ବାମୀଙ୍କ ଅସୁସ୍ଥତା ଦର୍ଶାଇ ମହିଳା ଠକିନେଲେ ୫୦ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା

ଭବାନୀପାଟଣା,୫।୬(ଡି.ଏନ୍‌.ଏ.) : ସ୍ବାମୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ଜଣେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ। ଠକେଇ ଶିକାର...

୪ ମାସରେ ଦବିଲା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା

କଣାସ,୧୧।୯(ସ୍ବ.ପ୍ର.): କଣାସ ବ୍ଲକର ପ୍ରତିଟି ରାସ୍ତାଗୁଡିକର ମାଟି ନମନୀୟ ହୋଇଥିବାରୁ ରାସ୍ତା ସବୁ ଚିରସ୍ଥାୟୀ ହୋଇ ରହିପାରୁନି। ଫଳରେ ଅଧିକାଂଶ ସମୟରେ ରାସ୍ତା ସବୁ ଅଳ୍ପଦିନ...

ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ...

ବ୍ଲକସ୍ତରୀୟ ଫଲ ଆର୍ମି ୱାର୍ମ ତାଲିମ ଶିବିର

କର୍ଲାମୁଣ୍ଡା,୨୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକସ୍ଥିତ ଆମତ୍ାଗୃହଠାରେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ସୋମବାର ବ୍ଲକସ୍ତରୀୟ (ଫଲ ଆର୍ମି ୱାର୍ମ) ଚିହ୍ନଟ କ୍ଷତିର ଲକ୍ଷଣ ଓ...

ଚୌଦ୍ୱାର ପୌରପାଳିକାରେ ପଞ୍ଜୀକରଣ କଲେ ୩୭୪ ପ୍ରବାସୀ

ଚୌଦ୍ୱାର,୪ା୫(ଡି.ଏନ୍‌.ଏ.): ରାଜ୍ୟ ବାହାରେ ରହୁଥିବା ଚୌଦ୍ୱାର ଅଞ୍ଚଳର ୩୭୪ ଜଣ ପ୍ରବାସୀ ଓଡ଼ିଆ ଚୌଦ୍ୱାର ଫେରିବା ପାଇଁ ପୌରପାଳିକାରେ ନିଜନାମ ପଞ୍ଜିକୃତ କରିଛନ୍ତି। ଚୌଦ୍ୱାର ପୌର...

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ...

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ସିଲ୍‌

ପୁରୀ ଅଫିସ,୨୬।୭: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା। ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଇସିୟୁକୁ...

Advertisement
Archives

Model This Week