ଦେଶରେ ଲୁଣା ଜଙ୍ଗଲ ବୃଦ୍ଧିରେ ଭିତରକନିକା ପ୍ରଥମ

ରାଜନଗର, ୧୪ା୧ (ଡି.ଏନ.ଏ.): ବିଶ୍ୱତାପନ ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଅଧୀନରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଲୁଣା ଜଙ୍ଗଲ ସର୍ଭେ ରିପୋର୍ଟରେ ଭିତରକନିକାରେ ଥିବା ଲୁଣା ଜଙ୍ଗଲ ବୃଦ୍ଧି ପାଇ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହାକୁ ନେଇ ପ୍ରକୃତି ପ୍ରେମୀ, ପରିବେଶବିତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବଙ୍ଗୋପସାଗର ତଟରେ ଗଢି ଉଠିଥିବା ଭିତରକନିକାର ଲୁଣା ଜଙ୍ଗଲ କ୍ରମାଗତ ଭାବେ ସାମୁଦ୍ରିକ ଝଡ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି। ପ୍ରତିକୂଳ ପରିବେଶ ସତ୍ତ୍ୱେ ଲୁଣା ଜଙ୍ଗଲ ବୃଦ୍ଧି ଘଟି ଚାଲିଛି। ସଦ୍ୟ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ୧୭ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବାବେଳେ ସେଥିମଧ୍ୟରୁ ୮ ବର୍ଗ କି.ମି. କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ବୃଦ୍ଧି ପାଇଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ୨୦୨୧ ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୨୦୧୯ ସର୍ଭେ ତୁଳନାରେ ୧ ବର୍ଗ କି.ମି., ଗୋଆରେ ୧ ବର୍ଗ କି.ମି., କର୍ଣ୍ଣାଟକରେ ୩ ବର୍ଗ କି.ମି., ମହାରାଷ୍ଟ୍ରରେ ୪ ବର୍ଗ କି.ମି., ପଶ୍ଚିମବଙ୍ଗରେ ୨ ବର୍ଗ କି.ମି. ଓ ଓଡ଼ିଶାରେ ୮ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଏହାବାଦେ ଗୁଜୁରାଟରେ ୨ ବର୍ଗ କି.ମି. ଲୁଣା ଜଙ୍ଗଲ ହ୍ରାସ ପାଇଥିବାବେଳେ କେରଳ, ତାମିଲନାଡୁ, ଆଣ୍ଡାମାନ ନିକୋବର, ଡାମନଡିଉ ଓ ପୁଡୁଚେରୀରେ ଲୁଣା ଜଙ୍ଗଲ ସ୍ଥିତି ଯାହା ଥିଲା ସମାନ ରହିଛି। ରିପୋର୍ଟ ଅନୁଯାୟୀ ଓଡ଼ିଶାର ବାଲେଶ୍ୱର ଜିଲାରେ ୦.୩୩ ବର୍ଗ କି.ମି., ଜଗତ୍‌ସିଂହପୁର ଜିଲାରେ ୦.୨୭ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। କେନ୍ଦ୍ରାପଡା ଅର୍ଥାତ୍‌ ଭିତରକନିକାରେ ୭.୭୬ ବର୍ଗ କି.ମି. ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ପୁରୀରେ ୦.୦୨ ପ୍ରତିଶତ ଲୁଣା ଜଙ୍ଗଲ ହ୍ରାସ ପାଇଥିବାବେଳେ ଭଦ୍ରକରେ ସ୍ଥିତି ସମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri