୨୩ ଯାଏ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ

ରାଜନଗର, ୧୫।୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଓ ବାହାରେ ପ୍ରବାହିତ ନଦୀ ନାଳଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ। ଜାନୁୟାରୀ ୧୫ରୁ ୨୩ ତାରିଖ ଯାଏ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ବଉଳା କୁମ୍ଭୀରଙ୍କ ଗଣନା ପାଇଁ ୨୨ଟି ଟିମ୍‌ ଗଠନ କରାଯାଇଛି। ଖୋଳାରୁ କଣ୍ଟିଆଖାଇ ମାଉଥ, ଜେଠିରୁ ପାଟ୍ଟଶାଳା ଓ ଖୋଳା ମାଉଥ, ଖୋଳା ମାଉଥ ରୁଚେକ ଗେଟ, ପତି ମାଉଥରୁ ଗୋଖଣି, ବାଲିଯୋରରୁ ଧୋଇଆ କ୍ରିକ୍‌, ମହିଁଷାମଣ୍ଡା ମାଉଥ ରୁକାଠୁଆ, କାଠୁଆ ମାଉଥ ରୁସାପୁଆ ମାଉଥ, ଥାନପତି ମାଉଥ ରୁଚିନ୍ତାମଣି ମହାନ୍ତ କ୍ରିକ୍‌, ଶୁଆଯୋର କ୍ରିକ୍‌, ଡାଙ୍ଗମାଳ ସ୍କିମରୁ ବାଙ୍କୁଆଳ ଓ ଭିତରକନିକା ଫରେଷ୍ଟ ବ୍ଲକ୍‌, ଜୟନଗରରୁ ଦୁର୍ଗା ପ୍ରସାଦ ଡିଆ, ରାଜନଗରରୁ ଖୋଳା, ରାଜନଗରରୁ ବରୁଣେଇ, ଗୁପ୍ତିରୁ ଏକକୁଳା, ଗୁପ୍ତିରୁ ହଂସିଣା ବ୍ରିଜ, ବାଉଶଗଡ ନଦୀରୁ ସୁନେଇ ରୁପେଇ ଓ ସାତଭାୟା କ୍ରିକ, ସାତଭାୟା ଗେଟରୁ ଚିଞ୍ଚତ୍ରିବେରି ଓ ଅଙ୍ଗାରି କ୍ରିକ୍‌, ବଗୁଳି, ପାପୁଲି ମାଉଥ ରୁଶାସନପେଟା ବିଟ, କଣ୍ଡରାପାଟିଆ ମାଉଥରୁ ପାଣିଆଖିଆ, ଗୋବରୀ, କଂସାରଡିଆରୁ ଉତ୍ତରଖୋଳା କ୍ରିକ୍‌ ଆଦିରେ ୨୨ଟି ଟିମ ନଦୀ ଓ କ୍ରିକରେ ଗଣନା କରିବେ। କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣନା କରାଯିବ। ପ୍ରତ୍ୟେକ ଟିମରେ ୪ ରୁ ୫ଜଣ ଲେଖାଏ ଅଛନ୍ତି। ସକାଳେ ଖରା ପୁଇଁବା ସମୟ ଓ ରାତିରେ ସ୍ପଟ ଲାଇଟ ମାଧ୍ୟମରେ କୁମ୍ଭୀର ଗଣନା କରାଯିବ। ଶୁକ୍ରବାର ଡାଙ୍ଗମାଳଠାରେ କୁମ୍ଭୀର ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri