Posted inଖେଳ

ପ୍ଲେ-ଅଫ୍‌ରେ ଭିଲଓ୍ବାରା କିଙ୍ଗ୍ସ

ଯୋଧପୁର, ୧।୧୦: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଭିଲଓ୍ବାରା କିଙ୍ଗ୍ସ ୫ ଉଇକେଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କ୍ରିସ୍‌ ଗେଲ୍‌ ଓ ଯଶପାଲ ସିଂଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଗୁଜରାଟ ଜାଏଣ୍ଟ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୮୬ ରନ କରିଥିଲା। ଜବାବରେ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ହେଁ ବ୍ୟାଟରଙ୍କ ସାମୁହିକ ଅବଦାନ ବଳରେ ଭିଲଓ୍ବାରା କିଙ୍ଗ୍ସ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୮୭ ରନ ସଂଗ୍ରହ କରି ନେଇଥିଲା। ଓ୍ବିଲିୟମ ପୋର୍ଟରଫିଲ୍ଡ ସର୍ବାଧିକ ୪୦ (୩୭ ବଲ, ୨ ଚୌକା, ୨ ଛକା), ୟୁସୁଫ ପଠାନ ୩୯ (୧୮ ବଲ, ୧ ଚୌକା, ୪ ଛକା) ଓ ମର୍ନେ ଭାନ୍‌ ଓ୍ବିକ ୨୬ ରନ କରି ଆଉଟ ହୋଇଥିବାବେଳେ ଜେସଲ କାରିଆ ୩୯ (୨୪ ବଲ, ୬ ଚୌକା, ୧ ଛକା) ଓ ଅଧିନାୟକ ଇରଫାନ ପଠାନ ୨୬ (୧୪ ବଲ, ୨ ଚୌକା, ୧ ଛକା) ରନକରି ଅପରାଜିତ ରହିଥିଲେ। ୬ ମ୍ୟାଚରୁ ୩ ବିଜୟ ସହ ଭିଲଓ୍ବାରା କିଙ୍ଗ୍ସ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ୟୁସୁଫ ପଠାନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଟସ୍‌ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଜାଏଣ୍ଟ୍ସର ଆରମ୍ଭ ଭଲ ହୋଇଥିଲା। ଲେଣ୍ଡଲ ସିମନ୍ସ ଓ କ୍ରିସ୍‌ ଗେଲ୍‌ ଓପନିଂ ଯୋଡ଼ିରେ ୨୮ ବଲ୍‌ରୁ ୪୦ ରନ ସଂଗ୍ରହ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ସିମନ୍ସ ୨୨ ରନରେ ଆଉଟ ହୋଇ ଯାଇଥିଲେ ହେଁ ଗେଲ୍‌ ୪୦ ବଲ୍‌ରୁ ୬୮ (୯ ଚୌକା, ୩ ଛକା) ରନ ସଂଗ୍ରହ କରି ଇନିଂସକୁ ଆଗେଇ ନେଇଥିଲେ। ମିଡିଲ ଅର୍ଡରରେ ଯଶପାଲ ସିଂ (୫୮ ରନ, ୩୭ ବଲ, ୬ ଚୌକା, ୨ ଛକା) ଦ୍ରୁତ ଅର୍ଦ୍ଧଶତକ ହାସଲ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଦେଇଥିଲେ। ଫଳରେ ଅଧିନାୟକ ପାର୍ଥିବ ପଟେଲ (୧), କେଭିନ ଓ’ବ୍ରାଏନ (୪), ଥିସାରା ପେରେରା (୧୯ ) ଓ ଗ୍ରେମ୍‌ ସ୍ବାନ (୨) ଶୀଘ୍ର ଆଉଟ ହୋଇଯାଇଥିଲେ ହେଁ ବିଶେଷ ଫରକ ପଡ଼ି ନ ଥିଲା। ଭିଲଓ୍ବାରା କିଙ୍ଗ୍ସ ପକ୍ଷରୁ ୟୁସୁଫ ପଠାନ ୨ଟି ଏବଂ ଏସ. ଶ୍ରୀସନ୍ଥ, ସୁଦୀପ ତ୍ୟାଗୀ, ଜେସଲ କାରିଆ ଓ ଶେନ ଓ୍ବାଟସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

କାର୍ଗିଲ୍ ଯୁଦ୍ଧର ଯୋଦ୍ଧା ଏବେ ରାମ ମନ୍ଦିରର CEO! ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି…

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

ଜନ୍ମାଷ୍ଟମୀରେ ୪ଟି ବଡ଼ ରାଜଯୋଗ: ଚମକିବ ୫ ରାଶିର ଭାଗ୍ୟ, ପ୍ରଚୁର ଧନଲାଭକୁ ମିଳିବ ବଡ଼ ସଫଳତା

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପର୍ୱ ‘ଜନ୍ମାଷ୍ଟମୀ’ ସେପ୍ଟେମ୍ୱର ୪ ତାରିଖରେ ପାଳିତ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଜନ୍ମାଷ୍ଟମୀ ଦିନଟି ବେଶ ସ୍ୱତନ୍ତ୍ର ହୋଇଥିବା ବେଳେ ଏଥର ଗ୍ରହମାନଙ୍କ…

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri