ଭବାନୀ ଏଣ୍ଟର ପ୍ରାଇଜେସ ବିସ୍ପୋରକ ଗୋଦାମ ସିଲ, ଗୋଦାମରେ ଗଛିତ ରହିଛି ହଜାର ହଜାର କ୍ୱିଣ୍ଟାଲ ବିସ୍ପୋରକ ସାମଗ୍ରୀ

କେସିଙ୍ଗା,୭।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୋଡ଼ଖମ ଗ୍ରାମର ସୁରୁଜୋର୍‌ ଜଙ୍ଗଲ ଭିତରେ ଥିବା ଭବାନୀ ଏଣ୍ଟର ପ୍ରାଇଜେସ ଗୋଦାମରେ ବିସ୍ପୋରକ ସାମଗ୍ରୀକୁ କେସିଙ୍ଗା ପୋଲିସ ପକ୍ଷରୁ ଶନିବାର ସିଲ କରାଯାଇଛି। ଅର୍ନିଦ୍ଦିଷ୍ଟ କାଳ ପାଇଁ ଏହି ଗୋଦାମ ସିଲ କରାଯାଇଛି।

ସୂଚନା ଥାଉ କି, ଏଠାରେ ପ୍ରାୟ ୪ ଏକର ବିଶିଷ୍ଟ ଜମିରେ ଗତ ୨୦୧୯ରେ ସ୍ଥାପିତ କରାଯାଇଛି। ଦୀର୍ଘ ୬ ବର୍ଷ ହେଲାଣି କେନ୍ଦ୍ର ସରକାରଙ୍କ ଠାରୁ ଲାଇସେନ୍ସ ଆଣି ଜେଲେଟିନ ଓ ଆଇ ଇ ଡି ଭଳି ଭୟଙ୍କର ବିସ୍ପୋରକ ରଖାଯାଉଛି। ୨୦ ହଜାର କେଜି କ୍ଷମତା ବିଶିଷ୍ଟ ଉକ୍ତ ବିସ୍ପୋରକ ଗୋଦାମରେ ବର୍ତ୍ତମାନ ମଧ୍ୟ ହଜାର ହଜାର କ୍ୱିଣ୍ଟାଲ ବିସ୍ପୋରକ ଗୋଦାମ ଭିତରେ ଗଚ୍ଛିତ ରହିଛି। ଏହି ଭବାନୀ ଏଣ୍ଟର ପ୍ରାଇଜେସ ଜିଲାର କେସିଙ୍ଗା, ଭବାନୀପାଟଣା, ନବରଙ୍ଗପୁର, କୋରାପୁଟ, ଜୟପୁର ଆଦି ସ୍ଥାନକୁ ଏହି ବିସ୍ପୋରକ ସାମଗ୍ରୀ ଯୋଗାଇ ଆସୁଛି। ଏଥିସହ ଜଙ୍ଗଲ ଅଞ୍ଚଳରେ ଥିବା , ପଥର ଚଟାଣ ,ପଥର କୁଆରୀ ଜାଗାକୁ ଏହି ସାମଗ୍ରୀ ଯୋଗାଣ ହେଉଛି। ସବୁଠାରୁ ବଡ଼କଥା ହେଉଛି ବେଶୀ ପରିମାଣରେ ଯୋଗାଇ କମ ପରିମାଣରେ ଯୋଗାଇ ଦିଆ ଯାଉଛି ବୋଲି ୟୁସିରେ ଦର୍ଶାଇ କେନ୍ଦ୍ର ସରକାରଙ୍କୁ ରାଜସ୍ବ ଠକି ଆସୁଛି। ଗୋଦାମ ପରିସରରେ କୌଣସି ସୁରକ୍ଷାର ବ୍ୟବସ୍ଥା କରାଯାଇ ନାହିଁ। ଯଦି ଏହି ଗୋଦାମରେ ବିସ୍ପୋରକ ଘଟେ ତେବେ ପୋଡ଼ଖମ୍ବ ,ବାହାଦୂର ପିଟା, ସାଉରାପଦର, ପରଲସିଙ୍ଗା, ଶିରୋଲ ଆଦି ଗ୍ରାମର ଲୋକଙ୍କ ଚାଷ, ଘରଦ୍ୱାର, ରାସ୍ତା ଘାଟ ନଷ୍ଟ ହେବା ସହ ଆଖ ପାଖ ଅଞ୍ଚଳର ଲୋକଙ୍କ ମୃତ୍ୟୁ ହେବା ସହ କ୍ଷତି ଗ୍ରସ୍ତ ହେବାର ବହୁ ସମ୍ଭାବନା ରହିଛି। ଗୋଦାମ ନିକଟରେ ଥିବା ଜମିରେ ଚାଷୀମାନେ ଚାଷ କରିବା ସମୟରେ ଭୟରେ କାମ କରିଥାନ୍ତି।

କଳାହାଣ୍ଡି ଏସପି ଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଏସ ଡି ପି ଓ ସନ୍ଦୀପ ମାଝୀ ଓ ଆଇ ଆଇ ସି ଜୀତେନ୍ଦ୍ର ବିଶାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଘଟଣାସ୍ଥଳରେ ପରିଦର୍ଶନ କରି ଥିଲେ। ଉକ୍ତ ସମୟରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ମଧ୍ୟ ମାଜିଷ୍ଟ୍ରେଟ ଦାୟିତ୍ୱରେ ଘଟଣା ସ୍ଥଳରେ ଉପସ୍ଥିତ ରହି ବିପୁଳ ପରିମାଣର ବିସ୍ଫୋରକ ଥିବା ସତ୍ତ୍ୱେ କୌଣସି ସୁରକ୍ଷା କର୍ମୀ ନ ଥିବାର ଦେଖି ସଙ୍ଗେ ସଙ୍ଗେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଭବାନୀ ବିସ୍ପୋରକ ଗୋଦାମ କୁ ସିଲ କରିଥିଲେ। ଖବର ନେବାରୁ ଜଣା ପଡ଼ିଛି ଯେ ଉକ୍ତ ଭବାନୀ ଏଣ୍ଟର ପ୍ରାଇଜେସ ମହାରାଷ୍ଟ୍ର ଓ ନାଗପୁରରୁ ବାରୁଦ ଆଣିଥାଏ। ଆବଶ୍ୟକତା ଅନୁଯାୟୀ ଛୋଟ ଛୋଟ ଗାଡ଼ି ମାନଙ୍କରେ ଉପରୋକ୍ତ ଜାଗାକୁ ଯୋଗାଇ ଥାଏ। ହେଲେ ଉକ୍ତ ଭବାନୀ ଏଣ୍ଟର ପ୍ରାଇଜେସ ବିସ୍ପୋରକ କମ୍ପାନୀ କୌଣସି ସରକାରୀ ନୀତି ନିୟମକୁ ମାନୁନାହିଁ ବୋଲି ଜଣାପଡିଛି। ତେବେ ଏତେ ପରିମାଣର ବିସ୍ଫୋରକ ଗଛିତ ଗୋଦାମରେ କୌଣସି ସୁରକ୍ଷା ନାହିଁ । ଉକ୍ତ ଗୋଦାମଟି ପୋଡ଼ଖ, ଶିରୋଳ, ପରଲସିଙ୍ଗା, ବାହାଦୂର ପିଟା, ଗ୍ରାମ ନିକଟରେ ଅବସ୍ଥିତି । କୌଣସି କାରଣ ବଶତଃ ଯଦିଓ ବିସ୍ପୋରକ ହୁଏ ତେବେ ଆଖ ପାଖ ଅଞ୍ଚଳରେ ବହୁ ନଷ୍ଟ ହେବାର ସମ୍ଭାବନା ରହିଛି। କୌଣସି ଦୁବୃର୍ତ୍ତଙ୍କ ଦ୍ୱାରା ଯଦିଓ ଦୁର୍ଘଟଣା ଘଟେ ତେବେ ପରିସ୍ଥିତି ଅତି ଭୟକର ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?