ବ୍ଲକ କାର୍ଯ୍ୟାଳୟ ଆଗରେ ଗର୍ଜନ କଲା ଭଞ୍ଜସେନା

ମୋରଡ଼ା,୧୧ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କାର୍ଯ୍ୟାଳୟ ଆଗରେ ଜିଲାର ଜାଗ୍ରତ ପ୍ରହରୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛି। ସଂଗଠନର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନାଙ୍କ ଆହ୍ବାନକ୍ରମେ ତଥା ଜିଲା କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୀବ ରାଉତଙ୍କ ନେତୃତ୍ୱରେ ହଜାର ହଜାର ଭଞ୍ଜସେନା କର୍ମୀ ସ୍ଥାନୀୟ ମୋରଡ଼ା ତାରିଣୀ ମନ୍ଦିର ଛକଠାରୁ ବାଇକ୍‌ ରାଲି ଯୋଗେ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚିବା ପରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଣ ଓ ଗୃହ ନିର୍ମାଣ ଅବଧିକୁ ବୃଦ୍ଧି କରିବା, ହାତୀ ଉପଦ୍ରରେ ବାସଗୃହ ହରାଉଥିବା ପରିବାରକୁ ସ୍ବଳ୍ପ ଅର୍ଥ ପ୍ରଦାନ ବଦଳରେ ନୂତନ ଗୃହ ଯୋଗାଇବା, ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ପନ୍ଦର ଦିନ ମଧ୍ୟରେ ସହାୟତା ପ୍ରଦାନ, ଭତ୍ତା ହିତାଧିକାରୀଙ୍କ ଭତ୍ତା ରାଶିକୁ ଦୁଇ ହଜାର ଟଙ୍କା ବୃଦ୍ଧି, ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, କର୍ମଚାରୀ ଓ ସମସ୍ତ ଜରୁରୀକାଳିନ ସୁବିଧା ଉପଲବ୍ଧ କରିବା,ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ ଦ୍ୱାରା ଅତିଶୀଘ୍ର ଚାଷଜମିକୁ ପାଣି ଯୋଗାଇବା, ପଞ୍ଚାୟତସ୍ତରରେ ଥିବା ଗୋଚର, ସରକାରୀ,ପତିତ,ଦେବଦତ୍ତ ଜମି ବିବାଦର ସମାଧାନ, ଅଘୋଷିତ ବିଦ୍ୟୁତ କାଟ୍‌ ଓ ବିଦ୍ୟୁତ୍‌ ଶୁଳ୍କ ହ୍ରାସ କରିବା, ଚିତ୍ରଡ଼ା-ଅମର୍ଦ୍ଦା ରାଜ୍ୟ ରାଜପଥ କଡ଼ରେ ଥିବା ରାଜା ରାଜୁଡା ଅମଳର ରାଜାବନ୍ଧର ପଙ୍କ ଉଦ୍ଧାର ସହିତ ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଇତ୍ୟାଦି ଦାବିକୁ ନେଇ ଭଞ୍ଜସେନା ଜିଲା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ ଗର୍ଜନ କରିଥିଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ l ସେହିପରି ଗତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟମାନେ ବୈଠକକୁ ବର୍ଜନ କରିଥିବା କଥାକୁ ଦୋହରାଇ ଥିଲେ ଶ୍ରୀ ରାଉତ। ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ପାଇଁ ମଧ୍ୟ ଲଢ଼େଇ କରିବ ବୋଲି କହିଥିଲେ ଶ୍ରୀ ରାଉତ।

ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜସେନାର ମୋରଡା ବ୍ଲକ ଶାଖା ସଭାପତି ପରିତୋଷ ବାରିକ, ଜିଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ସେଲ୍‌ ଶାଖା ସଭାପତି ରାକେଶ ବେହେରା,ବାର୍ସା ହେମ୍ବ୍ରମ, ଆଲୋକ ବେହେରା, ଲୋକନାଥ ବେହେରା ପ୍ରମୁଖଙ୍କ ସହିତ ଶହ ଶହ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

କୋଣ ଅନୁକୋଣରେ ପହଞ୍ଚିବ କୃମି ନାଶକ ବଟିକା: ଲୋକଙ୍କୁ କରାଯିବ ସଚେତନ

ମହାକାଳପଡ଼ା,୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବାୟାବାବା କଲେଜ ସଭାଗୃହଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି…

ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri