ବଦଳିବ ଭଗବତୀ, ଉଗ୍ରତାରା ପୀଠ ରୂପରେଖ

ଖୋର୍ଦ୍ଧା ଅଫିସ/ବାଣପୁର/ଗମ୍ଭାରୀମୁଣ୍ଡା/ନିରାକାରପୁର,୨୨ା୧୧(ଡି.ଏନ୍‌.ଏ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ ସୋମବାର ଖୋର୍ଦ୍ଧା ଗସ୍ତରେ ଆସି ବାଣପୁରସ୍ଥିତ ମା’ଭଗବତୀ ଓ ଟାଙ୍ଗୀ ଭୂଷଣ୍ଡପୁରସ୍ଥିତ ଉଗ୍ରତାରା ପୀଠ ପରିଦର୍ଶନ କରିଛନ୍ତି। ମା’ଙ୍କ ନିକଟରେ ସେ ପୂଜାର୍ଚ୍ଚନା ସହ ଏହି ଦୁଇଟି ପୀଠର ଭିତ୍ତିଭୂମି ବିକାଶ, ଅତ୍ୟାଧୁନିକ ସେବା ଯୋଗାଇଦେବା ଲାଗି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ନିମନ୍ତେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସକାଳ ୬ଟା ୧୦ରେ ୫-ଟି ସଚିବ ଭଗବତୀ ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ଜିଲାପାଳ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ୫-ଟି ସଚିବ ଭଗବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ବେଢ଼ା ବୁଲିବା ସହ ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ପରେ ମନ୍ଦିରର ଉନ୍ନତି ଲାଗି ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ପ୍ରମୁଖ ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ମନ୍ଦିର ଜମିର ସୀମା ନିର୍ଦ୍ଧାରଣ, ଜବରଦଖଲକାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପାଚେରି ସମ୍ପ୍ରସାରଣ, ବସଷ୍ଟାଣ୍ଡ ନିର୍ମାଣ ଓ ପାର୍କିଂ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ୧୦ ମିଟର ପ୍ରଶସ୍ତୀକରଣ, ଯାତ୍ରୀ ନିବାସ, କଲ୍ୟାଣ ମଣ୍ଡପ, ମୁଖ୍ୟ ମନ୍ଦିରର ପୁନରୁଦ୍ଧାର, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ ସହ ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର ରହିଛି। ଉକ୍ତ ପ୍ରକଳ୍ପଗୁଡ଼ିକ ପାଇଁ ୫-ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ ପଠାଇବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର ପରିସରରେ ୧୫ମିନିଟ୍‌ ଅତିବାହିତ କରିଥିଲେ।
ଏହାପରେ ୫-ଟି ସଚିବ ମା’ଉଗ୍ରତାରାଙ୍କ ପୀଠରେ ପହଞ୍ଚିଥିଲେ। ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଚାରିପଟ ବୁଲି ଦେଖିଥିଲେ। ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲାପାଳ, ମନ୍ଦିର ଟ୍ରଷ୍ଟ ସଦସ୍ୟ, ପୂଜକଙ୍କ ସହ ଆଲୋଚନା କରିଥିଲେ। ଜାତୀୟ ରାଜପଥଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ, ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପ ଗୃହ ନିର୍ମାଣ ପାଇଁ ସେବାୟତ ଓ ଜନପ୍ରତିନିଧି ପ୍ରସ୍ତାବ ଦେଇଥିଲେ। ମନ୍ଦିରର ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇ ଭୁବନେଶ୍ୱର ଫେରିଯାଇଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ଭଗବତୀ ପୀଠରେ ଜିଲାପାଳ ଏବଂ ଏସ୍‌ପିଙ୍କ ସମେତ ଅତିରିକ୍ତ ଜିଲାପାଳ, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନ୍‌ଏସି ଅଧ୍ୟକ୍ଷ, ଜିଲା ପରିଷଦ ଉପାଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଳେ। ସେହିପରି ଉଗ୍ରତାରାଙ୍କ ପୀଠରେ ଟାଙ୍ଗୀ ତହସିଲଦାର, ବ୍ଲକ ଅଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?