ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା

କେନ୍ଦ୍ରାପଡ଼ା ଅଫିସ,୧୦ା୫:କେନ୍ଦ୍ରାପଡ଼ା ଜିଲାରେ ସୋମବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡ଼କୁ ନେଇ ବିପଦ ନ ଥିବା ପ୍ରକାଶ ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ସଚେତନ କରାଯାଉଛି। ଜିଲାକୁ ରେଡ୍‌ ଆଲର୍ଟ ମଧ୍ୟରେ ରଖାଯାଇଥିବା ବେଳେ ଏହାର ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି। ସୁନାମିପ୍ରବଣ ୬୪ ଗ୍ରାମ ଓ ବନ୍ୟାପ୍ରବଣ ୩୬ ଗ୍ରାମରୁ ଅଧିବାସୀଙ୍କୁ ସ୍ଥାନାନ୍ତର, ଜିଲାର ୯୭ ବାତ୍ୟା ଆଶ୍ରୟସ୍ଥଳ ଓ ୧୭ ରେଡ୍‌କ୍ରସ୍‌ ଆଶ୍ରୟସ୍ଥଳର ତନଖିକୁ ଗୁରୁତ୍ୱ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ ସହ ଗଭୀର ସମୁଦ୍ରରୁ ସେମାନଙ୍କୁ ଫେରି ଆସିବାକୁ ସୂଚନା ଦିଆଯାଇଛି। ଜିଲାପାଳ ଅମ୍ରିତ ଋତୁରାଜ କହିଛନ୍ତି, ସାମୁଦ୍ରିକ ଝଡ଼କୁ ଲକ୍ଷ୍ୟକରି ସ୍ଥାନାନ୍ତର, ଆବଶ୍ୟକ ପଡ଼ିଲେ ସ୍କୁଲ ଘରକୁ ବ୍ୟବହାର, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ, ଡଙ୍ଗା ଓ ମୋଟରଯାନ ବ୍ୟବସ୍ଥା, ଗମନାଗମନକୁ ବିଶେଷ ଧ୍ୟାନ ଦିଆଯାଇଛି। ଜିରୋ କାଜୁଆଲ୍‌ଟି ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ଗୋଟିଏ ୨୪ ଜଣିଆ ଓଡ୍ରାଫ ଟିମ୍‌ ଜିଲାରେ ପହଞ୍ଚତ୍ଥିବା ଜିଲାପାଳ ଋତୁରାଜ ସୂଚନା ଦେଇଛନ୍ତି। ସେହିପରି ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ ଜିଲା ବିଦ୍ୟୁତ୍‌ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ଅତ୍ୟଧିକ ବର୍ଷା ସମୟରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବ। କୌଣସି ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲେ ଏହାଠାରୁ ଦୂରରେ ରହି ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଅଞ୍ଚଳବାସୀ ଦିଅନ୍ତୁ। ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଗ୍ୟାଜେଟରେ ଫୁଲ୍‌ଚାର୍ଜ ବାତ୍ୟା ପୂର୍ବରୁ କରିନିଅନ୍ତୁ। ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, କିରୋସିନ ଆଦି ସହଜ ଉପଲବ୍ଧି ସହ ଦରବୃଦ୍ଧିକୁ ରୋକାଯାଉଛି ବୋଲି ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗୋଚ୍ଛାୟତ କହିଛନ୍ତି। ଅତ୍ୟାବଶ୍ୟକ ଦରବୃଦ୍ଧି ଜଣା ପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଚଳିତ ସାମୁଦ୍ରିକ ଝଡ଼ ସମୟରେ ସମୁଦ୍ର ତଟକ୍ଷୟ ଆଶଙ୍କା ରହିଥିବା ପରିବେଶବିତ୍‌ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଜିଲାର ୪୮ କିଲୋମିଟର ସମୁଦ୍ର ତଟ ରହିଛି। ତଟବର୍ତ୍ତୀ ଅଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକା ସହ ଛୋଟ ଛୋଟ ପଠା, ଚଟକା, ଦ୍ୱୀପ ଅଛି। ସାମୁଦ୍ରିକ ଝଡ଼ ହେଲେ ଜୁଆର ଅତ୍ୟଧିକ ହେବ। ଫଳରେ ବିରଳ ସାମୁଦ୍ରିକ ପ୍ରାଣୀ ଅଲିଭ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଗହୀରମଥା ରେଞ୍ଜର ବାବୁବାଲି, ଚିଞ୍ଚତ୍ରି, ଅଗରନାଶୀ ଆଦି ଦ୍ୱୀପାଞ୍ଚଳ ନଷ୍ଟ ସହ ସାତଭାୟା, ପେଣ୍ଠ, ବରୁଣେଇ ଆଦି ନଷ୍ଟ ହେବ। ତଟାଞ୍ଚଳରେ ହେନ୍ତାଳବଣର ସୁରକ୍ଷା ଓ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇଛନ୍ତି। ଅପରପକ୍ଷରେ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଜିଲାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ବ୍ଲକ ଅଞ୍ଚଳରେ ଡାଳୁଅଧାନ ଚାଷ ହୋଇଛି। ଧାନ ଏବେ ପାଚିଲା ଅବସ୍ଥାରେ ଅଛି। ଉଠା ଜଳସେଚନ ଦ୍ୱାରା ହୋଇଥିବା ଏହି ଚାଷ ପାଇଁ ବିଦ୍ୟୁତ୍‌ ଦେୟ, ସାର, କୀଟନାଶକ, ମଜୁରି ଆଦି ପାଇଁ ବହୁ ଅର୍ଥ ବ୍ୟୟ ହୋଇଛି। ଏଥିସହ ପରିବାଚାଷ ନଷ୍ଟହେବ ବୋଲି କଂସାର ଗଁାର ନିରଞ୍ଜନ ପରିଡ଼ା, ପ୍ରଭାକରପୁର ଗଁାର ହରେକୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri