ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା

କେନ୍ଦ୍ରାପଡ଼ା ଅଫିସ,୧୦ା୫:କେନ୍ଦ୍ରାପଡ଼ା ଜିଲାରେ ସୋମବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡ଼କୁ ନେଇ ବିପଦ ନ ଥିବା ପ୍ରକାଶ ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ସଚେତନ କରାଯାଉଛି। ଜିଲାକୁ ରେଡ୍‌ ଆଲର୍ଟ ମଧ୍ୟରେ ରଖାଯାଇଥିବା ବେଳେ ଏହାର ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି। ସୁନାମିପ୍ରବଣ ୬୪ ଗ୍ରାମ ଓ ବନ୍ୟାପ୍ରବଣ ୩୬ ଗ୍ରାମରୁ ଅଧିବାସୀଙ୍କୁ ସ୍ଥାନାନ୍ତର, ଜିଲାର ୯୭ ବାତ୍ୟା ଆଶ୍ରୟସ୍ଥଳ ଓ ୧୭ ରେଡ୍‌କ୍ରସ୍‌ ଆଶ୍ରୟସ୍ଥଳର ତନଖିକୁ ଗୁରୁତ୍ୱ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ ସହ ଗଭୀର ସମୁଦ୍ରରୁ ସେମାନଙ୍କୁ ଫେରି ଆସିବାକୁ ସୂଚନା ଦିଆଯାଇଛି। ଜିଲାପାଳ ଅମ୍ରିତ ଋତୁରାଜ କହିଛନ୍ତି, ସାମୁଦ୍ରିକ ଝଡ଼କୁ ଲକ୍ଷ୍ୟକରି ସ୍ଥାନାନ୍ତର, ଆବଶ୍ୟକ ପଡ଼ିଲେ ସ୍କୁଲ ଘରକୁ ବ୍ୟବହାର, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ, ଡଙ୍ଗା ଓ ମୋଟରଯାନ ବ୍ୟବସ୍ଥା, ଗମନାଗମନକୁ ବିଶେଷ ଧ୍ୟାନ ଦିଆଯାଇଛି। ଜିରୋ କାଜୁଆଲ୍‌ଟି ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ଗୋଟିଏ ୨୪ ଜଣିଆ ଓଡ୍ରାଫ ଟିମ୍‌ ଜିଲାରେ ପହଞ୍ଚତ୍ଥିବା ଜିଲାପାଳ ଋତୁରାଜ ସୂଚନା ଦେଇଛନ୍ତି। ସେହିପରି ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ ଜିଲା ବିଦ୍ୟୁତ୍‌ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ଅତ୍ୟଧିକ ବର୍ଷା ସମୟରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବ। କୌଣସି ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲେ ଏହାଠାରୁ ଦୂରରେ ରହି ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଅଞ୍ଚଳବାସୀ ଦିଅନ୍ତୁ। ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଗ୍ୟାଜେଟରେ ଫୁଲ୍‌ଚାର୍ଜ ବାତ୍ୟା ପୂର୍ବରୁ କରିନିଅନ୍ତୁ। ପେଟ୍ରୋଲ, ଡିଜେଲ, ଏଲ୍‌ପିଜି, କିରୋସିନ ଆଦି ସହଜ ଉପଲବ୍ଧି ସହ ଦରବୃଦ୍ଧିକୁ ରୋକାଯାଉଛି ବୋଲି ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗୋଚ୍ଛାୟତ କହିଛନ୍ତି। ଅତ୍ୟାବଶ୍ୟକ ଦରବୃଦ୍ଧି ଜଣା ପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଚଳିତ ସାମୁଦ୍ରିକ ଝଡ଼ ସମୟରେ ସମୁଦ୍ର ତଟକ୍ଷୟ ଆଶଙ୍କା ରହିଥିବା ପରିବେଶବିତ୍‌ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଜିଲାର ୪୮ କିଲୋମିଟର ସମୁଦ୍ର ତଟ ରହିଛି। ତଟବର୍ତ୍ତୀ ଅଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକା ସହ ଛୋଟ ଛୋଟ ପଠା, ଚଟକା, ଦ୍ୱୀପ ଅଛି। ସାମୁଦ୍ରିକ ଝଡ଼ ହେଲେ ଜୁଆର ଅତ୍ୟଧିକ ହେବ। ଫଳରେ ବିରଳ ସାମୁଦ୍ରିକ ପ୍ରାଣୀ ଅଲିଭ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଗହୀରମଥା ରେଞ୍ଜର ବାବୁବାଲି, ଚିଞ୍ଚତ୍ରି, ଅଗରନାଶୀ ଆଦି ଦ୍ୱୀପାଞ୍ଚଳ ନଷ୍ଟ ସହ ସାତଭାୟା, ପେଣ୍ଠ, ବରୁଣେଇ ଆଦି ନଷ୍ଟ ହେବ। ତଟାଞ୍ଚଳରେ ହେନ୍ତାଳବଣର ସୁରକ୍ଷା ଓ ସୃଷ୍ଟିକୁ ସେ ଗୁରୁତ୍ୱ ଦେଇଛନ୍ତି। ଅପରପକ୍ଷରେ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଜିଲାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ବ୍ଲକ ଅଞ୍ଚଳରେ ଡାଳୁଅଧାନ ଚାଷ ହୋଇଛି। ଧାନ ଏବେ ପାଚିଲା ଅବସ୍ଥାରେ ଅଛି। ଉଠା ଜଳସେଚନ ଦ୍ୱାରା ହୋଇଥିବା ଏହି ଚାଷ ପାଇଁ ବିଦ୍ୟୁତ୍‌ ଦେୟ, ସାର, କୀଟନାଶକ, ମଜୁରି ଆଦି ପାଇଁ ବହୁ ଅର୍ଥ ବ୍ୟୟ ହୋଇଛି। ଏଥିସହ ପରିବାଚାଷ ନଷ୍ଟହେବ ବୋଲି କଂସାର ଗଁାର ନିରଞ୍ଜନ ପରିଡ଼ା, ପ୍ରଭାକରପୁର ଗଁାର ହରେକୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?