ନ କହିଲେ ଭଲ

ପାଖରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଏକଥା ଠିକ୍‌, କିନ୍ତୁ ଏମିତି ଅନେକ କଥା ଅଛି ଯାହା କହିବା ଉଚିତ୍‌ ନୁହେଁ। କାରଣ ଏହି କାନକୁହା କଥା ବି ବେଳେବେଳେ ବୁମେରାଂ ହୋଇପାରେ। ସୁଖୀ ଓ ସଫଳ ଦାମ୍ପତ୍ୟ ଜୀବନକୁ ବରବାଦ କରିଦେଇପାରେ। ତେଣୁ କେଉଁ କଥା ସ୍ବାମୀଙ୍କୁ କହିବେ ତାହା ଜାଣିବା ଅପେକ୍ଷା କ’ଣ ନ କହିବେ ତାହା ନିଶ୍ଚୟ ଜାଣିବା ଦରକାର…

ସବୁ ଅକୁହା କଥା ତାଙ୍କ ଆଗରେ କହିହୁଏ। ମନକଥା ଖୋଲି କହିଦେଲେ ମନ ହାଲକା ହୁଏ ଆଉ ସମ୍ପର୍କ ହୋଇଥାଏ ମଜବୁତ। ହେଲେ ଏମିତି କିଛି କଥା ଅଛି ଯାହା ସମ୍ପର୍କରେ ସନ୍ଦେହ ସୃଷ୍ଟି କରିବା ପାଇଁ ବାଧ୍ୟ କରିଥାଏ। ତେଣୁ ପରିବାର ଚଳାଇବାକୁ ହେଲେ ସ୍ବାମୀଙ୍କୁ ବି ସବୁକଥା ନ କହିବା ଭଲ।
ପୁରୁଣା ପ୍ରେମ: ନିଜର ହେଉ ବା ସ୍ବାମୀଙ୍କର ପୁରୁଣା ପ୍ରେମକୁ ନେଇ କୌଣସି ପ୍ରକାରର ଟିପ୍‌ପଣୀ ଦେବା ଉଚିତ୍‌ ନୁହେଁ। ଏମିତିକି ସେ ସମ୍ପର୍କକୁ ନେଇ କୌଣସି ଆଲୋଚନା କରିବା ପାଇଁ ଚେଷ୍ଟା କରିବା କଥା ନୁହେଁ। କାହିଁକିନା ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନାବେଳେ କେଉଁଠି ନା କେଉଁଠି ହୃଦୟକୁ ଆଘାତ ମିଳିଥାଏ। ତା ଛଡା ଏନେଇ ଆଲୋଚନା କଲେ ନା ସ୍ବାମୀଙ୍କୁ ଭଲ ଲାଗିବ ନା ଆପଣଙ୍କୁ। ତେଣୁ ଏଭଳି ପ୍ରସଙ୍ଗ ଅତୀତ ହୋଇ ରହିବା ଭଲ।
ବାପଘରର ଗୁମର: ନିଜର ସୁଖ ଦୁଃଖ ଭଲ ମନ୍ଦ ସମ୍ପର୍କରେ ସ୍ବାମୀଙ୍କୁ ଜଣାଇବା ଠିକ୍‌। କିନ୍ତୁ ବାପଘରର କୌଣସି ଗୁମର କଥାକୁ କେବେ ହେଲେ ତାଙ୍କ ଆଗରେ ଖୋଲି କୁହନ୍ତୁ ନାହିଁ। କାହିଁକିନା ଅନେକ ସମୟରେ ଏହି କଥା ଆପଣଙ୍କ ଉପରେ ହିଁ ଅସ୍ତ୍ର ହୋଇ ଫେରି ଆସିପାରେ। ସେହି କଥାକୁ ନେଇ ସୁଯୋଗ ଦେଖି ସେ ଆପଣଙ୍କୁ କିଛି କହିଲେ ଶୁଣିବାକୁ ଆଦୌ ଭଲ ଲାଗିବନି।
ନିଜର ବ୍ୟକ୍ତିଗତ ସଞ୍ଚୟ: ସ୍ବାମୀଙ୍କ ଆଗରେ ନିଜର ବ୍ୟକ୍ତିଗତ ସଞ୍ଚୟ ନେଇ ସତକଥା କୁହନ୍ତୁ ନାହିଁ। ନଚେତ୍‌ ଖୁବ୍‌ ଶୀଘ୍ର ସେହି ସଞ୍ଚୟ ଶେଷ ହୋଇଯିବ। କାରଣ ଘର ପାଇଁ କୌଣସି ଖର୍ଚ୍ଚର ଆବଶ୍ୟକତା ପଡିଲେ ପ୍ରଥମେ ସେ ଆପଣଙ୍କ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଚାହିଁବେ। ତେଣୁ ଆପଣ ସେହି ସଞ୍ଚୟକୁ ନେଇ କୌଣସି ଭବିଷ୍ୟତ ଯୋଜନା କରିଥିଲେ ତାହା ହୁଏତ ଫଳବତୀ ହୋଇ ନ ପାରେ। ଏହି ଦୃଷ୍ଟିରୁ ନିଜ ସଞ୍ଚୟକୁ ଖୋଲି କୁହନ୍ତୁ ନାହିଁ। କିନ୍ତୁ ଭବିଷ୍ୟତରେ କୌଣସି ଠକାମୀର ଶିକାର ହେବା ଭଳି କାମ ନ କରି ବୁଝି ବିଚାରି ସଞ୍ଚୟ କିମ୍ବା ବିନିଯୋଗ କରନ୍ତୁ।
ନିନ୍ଦା କରିବା: ଶାଶୂଘରର କୌଣସି ଲୋକଙ୍କ ନିନ୍ଦା କରନ୍ତୁ ନାହିଁ। ସ୍ବାମୀଙ୍କୁ ଆପଣଙ୍କର ଏପରି ଗୁଣ ଆଦୌ ଭଲ ଲାଗିବ ନାହିଁ। କାରଣ ସେ ତାଙ୍କ ବାପା, ମାଆ କିମ୍ବା ଭାଇଭଉଣୀଙ୍କ ସମ୍ପର୍କରେ କୌଣସି ନକାରାତ୍ମକ କଥା ଶୁଣିବାକୁ ପସନ୍ଦ କରିବେ ନାହିଁ। ଠିକ୍‌ ଯେମିତି ଆପଣ ମଧ୍ୟ ନିଜ ବାପଘର ଲୋକଙ୍କ ସମ୍ପର୍କରେ ନକାରାତ୍ମକ କଥା ଶୁଣିପାରିବେ ନାହିଁ। ତେଣୁ ଏଭଳି କିଛି କହିବା ପୂର୍ବରୁ ସତର୍କ ରୁହନ୍ତୁ।
ବନ୍ଧୁଙ୍କ ବିରୋଧରେ: ସ୍ବାମୀଙ୍କର କୌଣସି ଘନିଷ୍ଟ ବନ୍ଧୁ କିମ୍ବା ବାନ୍ଧବୀଙ୍କ ସମ୍ପର୍କକୁ ନେଇ ତାତ୍ସଲ୍ୟ କରନ୍ତୁ ନାହିଁ କିମ୍ବା ସନ୍ଦେହ କରନ୍ତୁ ନାହିଁ। ଏମିତିକି ବନ୍ଧୁଙ୍କର କୌଣସି ଖରାପ ଗୁଣ କିମ୍ବା ତାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ।
ରୋଜଗାର ନେଇ ତାଚ୍ଛଲ୍ୟ: ସ୍ବାମୀଙ୍କର ରୋଜଗାରକୁ ନେଇ ଭୁଲରେ କେବେ ତାତ୍ସଲ୍ୟ କରନ୍ତୁ ନାହିଁ। ସବୁ ପୁରୁଷଙ୍କୁ ଏହା ଆଘାତ ଦେଇଥାଏ। ତେଣୁ ତାଙ୍କ ରୋଜଗାରକୁ ନେଇ ଆପଣ ସନ୍ତୁଷ୍ଟ ଥିବା ଭଳି ତାଙ୍କୁ ଅନୁଭବ କରାଇପାରିଲେ ପରିବାର ବେଶ୍‌ ହସଖୁସିରେ ଆଗେଇଯିବ।

ମୁଡ୍‌ ଭଲ ଥିଲେ କହେ
ସ୍ବାମୀଙ୍କ ମୁଡ୍‌ ଭଲ ଥିଲେ ମୁଁ ତାଙ୍କ ଆଗରେ ସବୁ କଥା କହିଥାଏ। ହେଲେ ଆଜିପର୍ଯ୍ୟନ୍ତ ମୁଁ ମୋ ନିଜର ଦୁର୍ବଳତା ବିଷୟରେ କେବେ ବି କହେନି। ଖାଲି ମୋ ବିଷୟରେ ନୁହେଁ, ମୋ ବାପଘରର ସବୁ ସଦସ୍ୟଙ୍କ ବିଷୟରେ ବି ମୁଁ କିଛି କହି ନଥାଏ। କାହିଁକିନା ଆମ ଘର ଲୋକଙ୍କୁ ନେଇ ସେ କିଛି କହିଲେ ମତେ ଭଲ ଲାଗିବନି। ଘରେ ସେ ନ ଥିବା ବେଳେ, ଝିଅ ଓ ମୁଁ ମିଶି ବେଳେବେଳେ ଅନେକ ଛୋଟ ବଡ଼ କାମ ବି କରିଥାଉ ହେଲେ, ତାଙ୍କୁ ଜଣାଇ ନଥାଉ। ତେଣୁ ମୋର ଏଇ ଦୁର୍ବଳତାକୁ ମୁଁ ତାଙ୍କ ସହ ଆଦୌ ଶେୟାର କରେନି।

ଏମାନେ କ’ଣ କରନ୍ତି
ମାନସୀ ମୋହିନୀ ପଣ୍ଡା
(ଗୃହିଣୀ, ଦାରିଙ୍ଗବାଡ଼ି, କନ୍ଧମାଳ)

ଚାହିଁଲେ ବି କହିପାରେନି
ସ୍ବାମୀଙ୍କୁ ତ ସବୁ କଥା କୁହେ, ହେଲେ ଏମିତି ବି କିଛି କଥା ଅଛି ଯାହା ମୁଁ ଚାହିଁଲେ ବି କହିପାରେନା। ଘରେ ମୁଁ ମୋର ନିଜସ୍ବ ଅର୍ଥ ସଞ୍ଚୟ କରେ, ହେଲେ ସ୍ବାମୀଙ୍କୁ ଜଣାଏ ନାହିଁ। ବେଳେବେଳେ ପୁଅ ଏତେ ଦୁଷ୍ଟ ହୁଏ ଯେ, ସ୍ବାମୀଙ୍କୁ କହିବାକୁ ଚାହୁଁଥିଲେ ବି ପୁଅ ମନା କରିବା ଯୋଗୁଁ କହିପାରେନି। ଅନେକ ସମୟରେ ଶାଶୁ ଘରେ କିଛି କିଛି କାରଣ ଯୋଗୁଁ ବି ମନ ଦୁତ୍ଃଖ ହୁଏ, ତାକୁ ବି ଶେୟାର୍‌ କରିପାରେନି। ତଥାପି ଆମେ ଖୁସିରେ ଅଛୁ।
ରଶ୍ମିରାଣୀ ତ୍ରିପାଠୀ (ଗୃହିଣୀ,ମଙ୍ଗଳାନଗର, ଖୋର୍ଦ୍ଧା)

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri