ପ୍ରତିଶ୍ରୁତିରେ ଅଟକିଛି ଉନ୍ନତ ସ୍ବାସ୍ଥ୍ୟସେବା

ଯାଜପୁର,୧୩।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସହରର ରାସ୍ତା ଚଉଡ଼ା ହେଉଛି ଓ କୁସୁମା ପୋଖରୀ ସୌନ୍ଦର୍ଯ୍ୟର ଗାଥା ଗାଉଛି। ପର୍ଯ୍ୟଟନସ୍ଥଳୀ, ମନ୍ଦିର, ମଠ ଆଦି ନିର୍ମାଣ ଓ ମରାମତି କାର୍ଯ୍ୟ ଚାଲିଛି। ହେଲେ ବିଡମ୍ବନା ଯେ, ଯାଜପୁର ଜିଲାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡ଼ିଛି। ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗ୍ରାମାଞ୍ଚଳର ସିଏଚ୍‌ସି ଓ ପିଏଚ୍‌ସିରେ ପ୍ରାୟ ୯୦ ଡାକ୍ତର ପଦବୀ ଖାଲି ପଡିଛି। ଏହାବାଦ୍‌ ଜିଲା ସଦର ଡାକ୍ତରଖାନାରେ ଏକାଧିକ ପ୍ରସ୍ତାବିତ ପ୍ରକଳ୍ପ ଯୋଜନାରେ ସୀମିତ ରହିଛି। ଆଶ୍ଚର୍ଯ୍ୟର କଥା, ପ୍ରାୟ ୧୪ ବର୍ଷ ହେଲା ଆଇସିୟୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ। ସାଧାରଣ ରୋଗୀଙ୍କୁ ମଧ୍ୟ ଅନ୍ୟତ୍ର ରେଫର କରାଯାଉଥିବାରୁ ଆଇସିୟୁ କେବଳ ନାମକୁ ମାତ୍ର ଚାଲିଥିବା କୁହାଯାଉଛି। ଏନେଇ ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସମୀକ୍ଷା ବୈଠକର ତତ୍ପରତା ପ୍ରକାଶ କରାଯାଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ।
ଜିଲା ସଦର ଡାକ୍ତରଖାନା ସମେତ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଅବଲୋକନ କଲେ ଜିଲାର ବିକାଶ କେତେ ତାହା ସ୍ପଷ୍ଟ ମନେହେଉଛି। ଏହାବାଦ ଆଦିବାସୀ ଏବଂ ଖଣି ପ୍ରଭାବିତ ଅଞ୍ଚଳ ସୁକିନ୍ଦା ବ୍ଲକରେ ମଧ୍ୟ ସ୍ବାସ୍ଥ୍ୟସେବାର ବିକାଶ ସେତେଟା ହୋଇପାରିନାହିଁ। ଡିଏମଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରେ ପ୍ରାୟ ୧୨୦୦ କୋଟି ଟଙ୍କା ଆଦାୟ ହୋଇଛି। ଡିଏମ୍‌ଏଫ୍‌ର ଆଇନ ଅନୁଯାୟୀ ଏହି ପାଣ୍ଠି କେବଳ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରିବାକୁ ନିୟମ ରହିଛି। କିନ୍ତୁ ଜିଲାସ୍ତରରେ ଏକ ବୈଠକ କରାଯାଇ ଏହି ପାଣ୍ଠିକୁ ସାରା ଜିଲାରେ ବିନିଯୋଗ କରାଯାଉଛି। ଫଳରେ ସୁକିନ୍ଦା ଖଣି ଅଞ୍ଚଳବାସୀ ଏଯାଏ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଏହାବାଦ୍‌ ଡିଏମ୍‌ଏଫ୍‌ ପାଣ୍ଠିକୁ ଅଣଓଡ଼ିଆ ଠିକାସଂସ୍ଥାଗୁଡିକ ହାତରେ ଟେକି ଦିଆଯାଇଛି। ଜିଲା ସଦର ଡାକ୍ତରଖାନାରେ ୨୫୦ ବେଡ୍‌ ବିଶିଷ୍ଟ ଗୃହ ନିର୍ମାଣ କରିବାକୁ ୨୦୨୦ରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୩୮.୭୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପ ୧୯ା୮ା୨୦୨୨ରେ ଶେଷ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ପ୍ରଥମେ ଆର୍‌.କେ. ଇନ୍‌ଫ୍ରାଷ୍ଟ୍ରକ୍ଚର ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ମିଳିଥିବାବେଳେ ପରବର୍ତ୍ତୀ ସମୟରେ ଆଶୀର୍ବାଦ ଠିକାସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ କରୁଛି। କିନ୍ତୁ ଏହି ପ୍ରକଳ୍ପ ଏଯାଏ ଶେଷ ହୋଇ ପାରିନାହିଁ। ପ୍ରକଳ୍ପରେ ଅତି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଜିଲାପାଳଙ୍କ ତାଗିଦ ପରେ ଏହି ପ୍ରକଳ୍ପ ୩୧ା୩ା୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ହେଲେ ପ୍ରକଳ୍ପର ଅଗ୍ରଗତିକୁ ଦେଖିଲେ ଅବଧି ସୀମା ମଧ୍ୟରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେହିପରି ଜରୁରgକାଳୀନ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୦୯ରେ ଏଠାରେ ଏକ ଆଇସିୟୁ ଖୋଲାଯାଇଥିଲା। ଆଇସିୟୁ ପାଇଁ ୨ ଡାକ୍ତର ପଦବୀ ସୃଷ୍ଟି କରାଯାଇଥିଲା। ବହୁ ଲକ୍ଷ ଟଙ୍କାର ଅତ୍ୟାଧୁନିକ ମେଶିନ ମଧ୍ୟ ଲାଗି ସାରିଛି। ହେଲେ ୧୪ ବର୍ଷ ହେବ ଡାକ୍ତର ନିଯୁକ୍ତି ପାଇନାହାନ୍ତି। ଆଇସିୟୁ ଠକ୍‌ ଭାବେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ପୂର୍ବରୁ ରାଜ୍ୟସ୍ତରରେ ଏନେଇ ତାଗିଦ ହେବା ପରେ ମେଡିସିନ ବିଭାଗ ଡାକ୍ତରଙ୍କ ଜରିଆରେ ବେଳେବେଳେ ଆଇସିୟୁ ଚାଲିଥିବା କୁହାଯାଉଛି। ଫଳରେ ଅଧିକାଂଶ ସମୟରେ ଜରୁରିକାଳୀନ ରୋଗୀ କଟକ ନେବା ବାଟରେ ହିଁ ମୃତ୍ୟୁବରଣ କରୁଥିବା ନଜିର ରହିଛି।
ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗରରେ ସ୍ବାସ୍ଥ୍ୟସେବାକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ମନେହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ଥିବା ଏହି ସହରର ଲୋକ ସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷକୁ ଟପିଲାଣି। ଦିନକୁ ଦିନ ସହରର ନବେ କଳେବର ବୃଦ୍ଧି ପାଉଛି। ହେଲେ ସହରବାସୀଙ୍କ ସମେତ ଆଖପାଖ ଅଞ୍ଚଳବାସୀ ୩୦ ଶଯ୍ୟା ବିଶିଷ୍ଟ ଏକ ସିଏଚ୍‌ସି ଉପରେ ନିର୍ଭରଶୀଳ। ଏହି ଡାକ୍ତରଖାନାରେ ମାତ୍ର ୧୨ ଜଣ ଡାକ୍ତର ପଦବୀ ଥିବାବେଳେ ଏବେ ଅଛନ୍ତି ୭ ଜଣ। ସେଥିରୁ ୪ ଜଣ ନିୟମିତ ଓ ୩ ଜଣ ଠିକା ଡାକ୍ତର ଅଛନ୍ତି। ମେଡିସିନ ଏବଂ ସର୍ଜରି ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏହାବାଦ ଦୁଇ ଦଶନ୍ଧି ହେଲା ୧୦୦ ବେଡ୍‌ ବିଶିଷ୍ଟ ସୁପର ସ୍ପେଶିଆଲିଟି କିମ୍ବା ଉପଖଣ୍ଡସ୍ତରୀୟ ଡାକ୍ତରଖାନା ରାଜନୈତିକ ନେତାଙ୍କ ଭାଷଣବାଜିରେ ସୀମିତ ରହିଛି। ଫଳରେ ଅଧିକାଂଶ ରୋଗୀ ବେସରକାରୀ ଡାକ୍ତରଖାନା ଏବଂ ଔଷଧ ଦୋକାନଗୁଡ଼ିକରେ ପରାମର୍ଶ ଦେଉଥିବା ଡାକ୍ତରମାନଙ୍କ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରି ଭରସା କରୁଛନ୍ତି। ଗରିବ ରୋଗୀ ନିଜ ଭାଗ୍ୟକୁ ଆଦରି ସରକାରୀ ଡାକ୍ତରଖାନାରେ ପଡ଼ି ରହୁଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri