ପ୍ରତିଶ୍ରୁତିରେ ଅଟକିଛି ଉନ୍ନତ ସ୍ବାସ୍ଥ୍ୟସେବା

ଯାଜପୁର,୧୩।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସହରର ରାସ୍ତା ଚଉଡ଼ା ହେଉଛି ଓ କୁସୁମା ପୋଖରୀ ସୌନ୍ଦର୍ଯ୍ୟର ଗାଥା ଗାଉଛି। ପର୍ଯ୍ୟଟନସ୍ଥଳୀ, ମନ୍ଦିର, ମଠ ଆଦି ନିର୍ମାଣ ଓ ମରାମତି କାର୍ଯ୍ୟ ଚାଲିଛି। ହେଲେ ବିଡମ୍ବନା ଯେ, ଯାଜପୁର ଜିଲାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡ଼ିଛି। ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗ୍ରାମାଞ୍ଚଳର ସିଏଚ୍‌ସି ଓ ପିଏଚ୍‌ସିରେ ପ୍ରାୟ ୯୦ ଡାକ୍ତର ପଦବୀ ଖାଲି ପଡିଛି। ଏହାବାଦ୍‌ ଜିଲା ସଦର ଡାକ୍ତରଖାନାରେ ଏକାଧିକ ପ୍ରସ୍ତାବିତ ପ୍ରକଳ୍ପ ଯୋଜନାରେ ସୀମିତ ରହିଛି। ଆଶ୍ଚର୍ଯ୍ୟର କଥା, ପ୍ରାୟ ୧୪ ବର୍ଷ ହେଲା ଆଇସିୟୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ। ସାଧାରଣ ରୋଗୀଙ୍କୁ ମଧ୍ୟ ଅନ୍ୟତ୍ର ରେଫର କରାଯାଉଥିବାରୁ ଆଇସିୟୁ କେବଳ ନାମକୁ ମାତ୍ର ଚାଲିଥିବା କୁହାଯାଉଛି। ଏନେଇ ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସମୀକ୍ଷା ବୈଠକର ତତ୍ପରତା ପ୍ରକାଶ କରାଯାଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ।
ଜିଲା ସଦର ଡାକ୍ତରଖାନା ସମେତ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଅବଲୋକନ କଲେ ଜିଲାର ବିକାଶ କେତେ ତାହା ସ୍ପଷ୍ଟ ମନେହେଉଛି। ଏହାବାଦ ଆଦିବାସୀ ଏବଂ ଖଣି ପ୍ରଭାବିତ ଅଞ୍ଚଳ ସୁକିନ୍ଦା ବ୍ଲକରେ ମଧ୍ୟ ସ୍ବାସ୍ଥ୍ୟସେବାର ବିକାଶ ସେତେଟା ହୋଇପାରିନାହିଁ। ଡିଏମଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରେ ପ୍ରାୟ ୧୨୦୦ କୋଟି ଟଙ୍କା ଆଦାୟ ହୋଇଛି। ଡିଏମ୍‌ଏଫ୍‌ର ଆଇନ ଅନୁଯାୟୀ ଏହି ପାଣ୍ଠି କେବଳ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରିବାକୁ ନିୟମ ରହିଛି। କିନ୍ତୁ ଜିଲାସ୍ତରରେ ଏକ ବୈଠକ କରାଯାଇ ଏହି ପାଣ୍ଠିକୁ ସାରା ଜିଲାରେ ବିନିଯୋଗ କରାଯାଉଛି। ଫଳରେ ସୁକିନ୍ଦା ଖଣି ଅଞ୍ଚଳବାସୀ ଏଯାଏ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଏହାବାଦ୍‌ ଡିଏମ୍‌ଏଫ୍‌ ପାଣ୍ଠିକୁ ଅଣଓଡ଼ିଆ ଠିକାସଂସ୍ଥାଗୁଡିକ ହାତରେ ଟେକି ଦିଆଯାଇଛି। ଜିଲା ସଦର ଡାକ୍ତରଖାନାରେ ୨୫୦ ବେଡ୍‌ ବିଶିଷ୍ଟ ଗୃହ ନିର୍ମାଣ କରିବାକୁ ୨୦୨୦ରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୩୮.୭୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପ ୧୯ା୮ା୨୦୨୨ରେ ଶେଷ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ପ୍ରଥମେ ଆର୍‌.କେ. ଇନ୍‌ଫ୍ରାଷ୍ଟ୍ରକ୍ଚର ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ମିଳିଥିବାବେଳେ ପରବର୍ତ୍ତୀ ସମୟରେ ଆଶୀର୍ବାଦ ଠିକାସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ କରୁଛି। କିନ୍ତୁ ଏହି ପ୍ରକଳ୍ପ ଏଯାଏ ଶେଷ ହୋଇ ପାରିନାହିଁ। ପ୍ରକଳ୍ପରେ ଅତି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଜିଲାପାଳଙ୍କ ତାଗିଦ ପରେ ଏହି ପ୍ରକଳ୍ପ ୩୧ା୩ା୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ହେଲେ ପ୍ରକଳ୍ପର ଅଗ୍ରଗତିକୁ ଦେଖିଲେ ଅବଧି ସୀମା ମଧ୍ୟରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେହିପରି ଜରୁରgକାଳୀନ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୦୯ରେ ଏଠାରେ ଏକ ଆଇସିୟୁ ଖୋଲାଯାଇଥିଲା। ଆଇସିୟୁ ପାଇଁ ୨ ଡାକ୍ତର ପଦବୀ ସୃଷ୍ଟି କରାଯାଇଥିଲା। ବହୁ ଲକ୍ଷ ଟଙ୍କାର ଅତ୍ୟାଧୁନିକ ମେଶିନ ମଧ୍ୟ ଲାଗି ସାରିଛି। ହେଲେ ୧୪ ବର୍ଷ ହେବ ଡାକ୍ତର ନିଯୁକ୍ତି ପାଇନାହାନ୍ତି। ଆଇସିୟୁ ଠକ୍‌ ଭାବେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ପୂର୍ବରୁ ରାଜ୍ୟସ୍ତରରେ ଏନେଇ ତାଗିଦ ହେବା ପରେ ମେଡିସିନ ବିଭାଗ ଡାକ୍ତରଙ୍କ ଜରିଆରେ ବେଳେବେଳେ ଆଇସିୟୁ ଚାଲିଥିବା କୁହାଯାଉଛି। ଫଳରେ ଅଧିକାଂଶ ସମୟରେ ଜରୁରିକାଳୀନ ରୋଗୀ କଟକ ନେବା ବାଟରେ ହିଁ ମୃତ୍ୟୁବରଣ କରୁଥିବା ନଜିର ରହିଛି।
ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗରରେ ସ୍ବାସ୍ଥ୍ୟସେବାକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ମନେହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ଥିବା ଏହି ସହରର ଲୋକ ସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷକୁ ଟପିଲାଣି। ଦିନକୁ ଦିନ ସହରର ନବେ କଳେବର ବୃଦ୍ଧି ପାଉଛି। ହେଲେ ସହରବାସୀଙ୍କ ସମେତ ଆଖପାଖ ଅଞ୍ଚଳବାସୀ ୩୦ ଶଯ୍ୟା ବିଶିଷ୍ଟ ଏକ ସିଏଚ୍‌ସି ଉପରେ ନିର୍ଭରଶୀଳ। ଏହି ଡାକ୍ତରଖାନାରେ ମାତ୍ର ୧୨ ଜଣ ଡାକ୍ତର ପଦବୀ ଥିବାବେଳେ ଏବେ ଅଛନ୍ତି ୭ ଜଣ। ସେଥିରୁ ୪ ଜଣ ନିୟମିତ ଓ ୩ ଜଣ ଠିକା ଡାକ୍ତର ଅଛନ୍ତି। ମେଡିସିନ ଏବଂ ସର୍ଜରି ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏହାବାଦ ଦୁଇ ଦଶନ୍ଧି ହେଲା ୧୦୦ ବେଡ୍‌ ବିଶିଷ୍ଟ ସୁପର ସ୍ପେଶିଆଲିଟି କିମ୍ବା ଉପଖଣ୍ଡସ୍ତରୀୟ ଡାକ୍ତରଖାନା ରାଜନୈତିକ ନେତାଙ୍କ ଭାଷଣବାଜିରେ ସୀମିତ ରହିଛି। ଫଳରେ ଅଧିକାଂଶ ରୋଗୀ ବେସରକାରୀ ଡାକ୍ତରଖାନା ଏବଂ ଔଷଧ ଦୋକାନଗୁଡ଼ିକରେ ପରାମର୍ଶ ଦେଉଥିବା ଡାକ୍ତରମାନଙ୍କ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରି ଭରସା କରୁଛନ୍ତି। ଗରିବ ରୋଗୀ ନିଜ ଭାଗ୍ୟକୁ ଆଦରି ସରକାରୀ ଡାକ୍ତରଖାନାରେ ପଡ଼ି ରହୁଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?