ପ୍ରେମରେ ମିଳିଥିଲା ଧୋକା: କାନ୍ଦି ବି ନିଜକୁ ସମ୍ଭାଳିଥିଲେ ସଲମାନ

ମୁମ୍ବାଇ,୨୭।୧୨: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ଡିସେମ୍ବର ୨୭ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ବିତିଥିବା ଜୀବନରେ ତାଙ୍କର କେତେକ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ହୋଇଛି। ତେବେ ପ୍ରତିଥର ଏଥିରେ ତାଙ୍କୁ ମିଳିଛି ଧୋକା। ପ୍ରେମ ସମ୍ପର୍କ ତୁଟିବା ପରେ ପ୍ରତିଥର କାନ୍ଦିଛନ୍ତି ଭାଇଜାନ୍‌। ମାତ୍ର ନିଜକୁ ସମ୍ଭାଳି ତାଙ୍କର ଆଶିକ୍‌ ଦିଲ୍‌ ପୁଣିଥରେ ପ୍ରେମ କରି ବସିଛି। ସଲମାନ୍‌ଙ୍କ ପ୍ରଥମ ପ୍ରେମିକା ଥିଲେ ସଙ୍ଗୀତା ବିଜଲାନୀ। ଦୁଇଜଣଙ୍କର ବିବାହ ପାଇଁ କାର୍ଡ ମଧ୍ୟ ଛପାଯାଇଥିଲା। ତେବେ ହଠାତ୍‌ ସଙ୍ଗୀତା ସଲମାନ୍‌ଙ୍କ ଠାରୁ ଦୂରେଇ ଯାଇଥିଲେ। ଏହାପରେ ସଲମାନ୍‌ଙ୍କ ଜୀବନରେ ସୋମୀ ଅଲ୍ଲୀଙ୍କ ଏଣ୍ଟ୍ରୀ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘ ୬ ବର୍ଷ ଧରି ରହିଥିଲା। ପରେ ସୋମୀ ପାକିସ୍ତାନ ଫେରି ଯାଇଥିଲେ। ଐଶ୍ଚର୍ଯ୍ୟା ରାୟଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କ ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମରେ ଅଧିକ ଗଭୀର ହୋଇଯାଇଥିଲା। ସମ୍ପର୍କକୁ ନେଇ ସଲମାନ ଅଧିକ ସକାରାତ୍ମକ ହୋଇପଡ଼ିଥିଲେ। ମାତ୍ର ଐଶ୍ଚର୍ଯ୍ୟା ଏହାକୁ ଭୁଲ୍‌ ସାବସ୍ତ୍ୟ କରି ମୁହଁ ଫେରାଇ ନେଇଥିଲେ। ଏହାପରେ ଭାଇଜାନ୍‌ଙ୍କ ଜୀବନରେ ସ୍ନେହା ଉଲ୍ଲାଲା ଆସିଥିଲେ। ମାତ୍ର ପରେ ସଲମାନ୍‌ ସମ୍ପର୍କକୁ ନେଇ ପଜେଟିଭ୍‌ ନ ରହିବାରୁ ଏଥିରେ ଆସିଥିଲା ଭଟ୍ଟା। ଏହାପରେ ସୁନ୍ଦରୀ କାଟରିନା କୈଫ୍‌ ସଲମାନ୍‌ଙ୍କ ଜୀବନରେ ଆସିଥିଲେ। ଦୁଇଜଣଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୋଇଥିଲା। ସଲମାନ୍‌ଙ୍କ ପରିବାର କାଟରିନାଙ୍କୁ ପସନ୍ଦ ମଧ୍ୟ କରୁଥିଲେ। ତେବେ କାଟରିନା ଦୂରେଇ ଯାଇଥିଲେ। କାଟରିନାଙ୍କ ପରେ ଜରୀନ୍‌ ଖାଁ ସଲମାନ୍‌ଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ଏଥିରେ ସଲମାନ୍‌ ବେଶି ଇଣ୍ଟ୍ରେଷ୍ଟ୍‌ ନ ଦେବାରୁ ସମ୍ପର୍କରେ ଦୂରତା ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri