ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅଭିନେତ୍ରୀଙ୍କ ବିରୋଧରେ ଭାଜପା ନେତା ଏତଲା ଦାଏର କରିଥିଲେ। କାଭାରାଟ୍ଟି ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୧୨୪ଏ (ଦେଶଦ୍ରୋହ) ଏବଂ ୧୫୩ ବି (ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ)ରେ ମାମଲା ରୁଜୁ କରିଛି। ଲାକ୍ଷାଦ୍ୱୀପର ଚେତିଆଥ୍‌ ଦ୍ୱୀପ ବାସିନ୍ଦା ଆଇଶା ଅନେକ ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଇଶା ମାଲୟାଲମ ଟିଭି ଚ୍ୟାନେଲ ବିତର୍କରେ ଭାଗନେଇ କହିଥିଲେ, ଲାକ୍ଷାଦ୍ୱୀପର ଲୋକମାନଙ୍କ ବିରୋଧରେ ଜୈବିକ ଅସ୍ତ୍ର ଭାବେ କୋଭିଡ୍‌-୧୯କୁ ନିୟୋଜିତ କରିବା ଲାଗି କେନ୍ଦ୍ର ସରକାର ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କୁ ବ୍ୟବହାର କରିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଆଦୌ କୋଭିଡ୍‌ ମାମଲା ନ ଥିବାବେଳେ ଏବେ ଦୈନିକ ଶତାଧିକ ମାମଲା ଆସୁଥିବା ସେ ଅଭିଯୋଗ କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। କୋଭିଡ୍‌କୁ ନେଇ ମିଛ ଖବର ପ୍ରଚାର ଅଭିଯୋଗରେ ତାଙ୍କ ବିରୋଧରେ ଭାଜପା ଲାକ୍ଷାଦ୍ୱୀପ ସଭାପତି ଅବଦୁଲ ଖାଦେର ଏତଲା ଦାଏର କରିବା ପରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ଏହି ଖବର ପ୍ରକାଶ ପାଇବା ପରେ ଟୁଇଟର ସମେତ ବିଭିନ୍ନ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶଦ୍ରୋହ ଏବଂ ୟୁଏପିଏ ଭଳି ପୁରୁଣାକାଳିଆ କଠୋର ଆଇନକୁ ଉଚ୍ଛେଦ କରାଯାଉ ବୋଲି କେତେଜଣ ମତ ଦେଇଥିବାବେଳେ ଲୋକମାନଙ୍କୁ ମାରିବା ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଅଧିକ ତଥ୍ୟ ସହ ଆଣିବା ଆବଶ୍ୟକ ବୋଲି ଅନ୍ୟମାନେ କହିଛନ୍ତି। ଭିନ୍ନମତକୁ ଚାପିଦିଆଯାଇପାରିବ ନାହିଁ ବୋଲି କେତେଜଣ ସୋସିଆଲ ମିଡିଆରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଆଇଶା ସୁଲ୍‌ତାନା ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ କଠୋର ନିୟମାବଳୀକୁ ବିରୋଧ କରିବା ସହ ଲୋକଙ୍କ ଅଧିକାର ଉପରେ କହିଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଖିବାକୁ ଯେମିତି, ମାର୍କ ବି ସେମିତି

ନଏଡା,୧୬।୭: ନିକଟରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ହେଲେ ନଏଡାର ଦୁଇ ଯାଆଁଳା ଭଉଣୀ (ଛାତ୍ରୀ) ଦେଖିବାକୁ ଯେମିତି ଏକାଭଳି ମାର୍କ...

ବିବାହ ପୂର୍ବରୁ ଭିକିଙ୍କ ଘରେ କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ଉତ୍ସବ ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ।  କିନ୍ତୁ ସେମାନଙ୍କ ବିବାହକୁ ନେଇ ସେମାନେ...

ହ୍ରିତିକ୍‌ଙ୍କ ସହ ଚୁମ୍ବନ ଦୃଶ୍ୟକୁ ନେଇ ଏହି ଅଭିନେତ୍ରୀଙ୍କୁ ମିଳିଥିଲା ନୋଟିସ୍‌, ପରେ ରଣବିରଙ୍କୁ…

ବମ୍ବେ: ପାନାମା ପେପର୍ସ ଲିକ୍‌ ମାମଲାକୁ ନେଇ ଚର୍ଚ୍ଚାରେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପଚରାଉଚରା...

ମୋଦିଙ୍କ କେଦାରନାଥ ଗସ୍ତକୁ ନେଇ ଆପତ୍ତି: ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ଟିଏମ୍‌ସି

କୋଲକାତା, ୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇ ନିର୍ବାଚନ କମଶନଙ୍କ ନିକଟରେ ଫେରାଦ ହୋଇ ତୃଣମୂଳ କଂଗ୍ରେସ।...

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ...

ବିନା ମେଡିକାଲ ପ୍ରମାଣପତ୍ରରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ, ୨୯ା୧୨: ଜାନୁୟାରୀ ୧୦ରୁ କୋଭିଡ୍‌ ଟିକାର ସମସ୍ତ ଡୋଜ୍‌ ନେଇସାରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍‌ ପାଇଁ ନାଁ ପଞ୍ଜୀକରଣ...

ଜମି ବିବାଦକୁ ନେଇ ପୂଜକଙ୍କୁ ଗୁଳିମାଡ଼: ୨ ଗିରଫ

ଗୋଣ୍ଡା,୧୧।୧୦-ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଜମି ବିବାଦକୁ ନେଇ ରବିବାର ଜଣେ ପୂଜକଙ୍କୁ ଗୁଳି ମାଡ ହୋଇଛି। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳି...

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ଯୋଗୀ, ୟୁପିରେ ଏବେ ପର୍ଯ୍ୟନ୍ତ ୨୨୫ ଗିରଫ, ୯ ଜିଲାରେ ୧୩ ଏଫଆଇଆର

ଲକ୍ଷ୍ନୌ,୧୨ ।୬: ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶ ସମେତ ଦେଶର ୩ ରାଜ୍ୟରେ ହିଂସା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ସରକାର ଆଲର୍ଟ...

Advertisement
Archives

Model This Week