ଶ୍ରେଷ୍ଠ ଗୁରୁ ଓ ଆଦର୍ଶ ଛାତ୍ର

ଗୋଲଖ ଚନ୍ଦ୍ର ଦାସ

 

ସ୍ଥାନଟି ହେଉଛି ଥିରୁଭାନନ୍ତପୁରମ୍‌ ସମୁଦ୍ରକୂଳ। ଏଠାରେ ଜଣେ ଭଦ୍ରବ୍ୟକ୍ତି ଧୋତି ପିନ୍ଧି ଶାଲ୍‌ ଘୋଡ଼େଇ ହୋଇ ଭଗବଦ୍‌ ଗୀତା ପାଠ କରୁଥିଲେ। ସେହି ସମୟରେ ଜଣେ ଯୁବକ ଆସି ତାଙ୍କ ପାଖରେ ବସିପଡ଼ିଲେ। ଯୁବକ ଜଣକ ସମୁଦ୍ରକୁ ଅନାଇବା ସହିତ ପାଖରେ ଥିବା ଭଦ୍ରବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖିଥାନ୍ତି। ଭଦ୍ରବ୍ୟକ୍ତି ଜଣଙ୍କ ଏକ ଲୟରେ ଗୀତା ପାଠ କରୁଥାନ୍ତି। ଯୁବକ ଜଣଙ୍କ କିଛି ସମୟ ବସିବା ପରେ ଭଦ୍ରବ୍ୟକ୍ତିଙ୍କୁ ପଚାରିଲେ ‘ଆପଣ ଯେଉଁ ପୁସ୍ତକଟି ପାଠ କରୁଛନ୍ତି ତା’ର ନାମ କ’ଣ? ‘ଭଦ୍ରବ୍ୟକ୍ତି ଜଣଙ୍କ ଉତ୍ତର ଦେଇଥିଲେ ‘ଭଗବଦ୍‌ ଗୀତା’। ଯୁବକ ଜଣଙ୍କ କହିଲେ ‘ଭଗବଦ୍‌ ଗୀତା, ଏଭଳି ଧର୍ମଗ୍ରନ୍ଥ ପଢ଼ିବାରେ କୌଣସି ଲାଭ ଅଛି, ଦେଖନ୍ତୁ ଦୁନିଆ ଚନ୍ଦ୍ରରେ ପହଞ୍ଚତ୍ ଗଲାଣି, ତଥାପି ତୁମେ ଗୀତା ଏବଂ ରାମାୟଣ ପାଖରେ ଅଟକି ରହିଛ।’ ଭଦ୍ରବ୍ୟକ୍ତି ଜଣଙ୍କ ଯୁବକଙ୍କୁ ପଚାରିଲେ ‘ତୁମେ ଗୀତା ବିଷୟରେ କ’ଣ ଜାଣିଛ? କେବେ ଗୀତା ପାଠ କରିଛ?’ ଯୁବକ ଜଣଙ୍କ ନୀରବ ରହିଲେ ଏବଂ କିଛି ସମୟ ପରେ କହିଲେ ‘ଏସବୁ ପଢ଼ିଲେ କ’ଣ ହେବ? ମୁଁ ତ ବିକ୍ରମ ସରାଭାଇ ଗବେଷଣା ପ୍ରତିଷ୍ଠାନର ଛାତ୍ର। ମୁଁ ଜଣେ ବୈଜ୍ଞାନିକ। ମୋ ପାଇଁ ଗୀତା ପାଠ କୌଣସି କାମରେ ଆସିବ ନାହିଁ। ’ ଯୁବକର କଥା ଶୁଣି ଭଦ୍ରବ୍ୟକ୍ତି ଜଣଙ୍କ ହସିଲେ ଏବଂ ପୁଣି ଗୀତା ପାଠରେ ମଗ୍ନ ରହିଲେ।
କିଛି ସମୟ ମଧ୍ୟରେ ଦୁଇଟି ଗାଡ଼ି ଆସି ସେଠାରେ ଅଟକି ଗଲା। ଗୋଟିଏ କାର୍‌ରୁ କିଛି ଆର୍ମ ଗାର୍ଡ ଓହ୍ଲାଇଲେ ଏବଂ ଅନ୍ୟ ଏକ କାର୍‌ରୁ ଜଣେ ସିପାହି ଓହ୍ଲାଇଲେ। ସିପାହି ଜଣଙ୍କ ଅଭିବାଦନ ଜଣାଇ କାର୍‌ର ପଛ କବାଟ ଖୋଲି ଠିଆ ହେଲେ। ଗୀତା ପାଠ କରୁଥିବା ଭଦ୍ରବ୍ୟକ୍ତି ଜଣଙ୍କ ଧୀରେ ଧୀରେ କାର୍‌ ଭିତରେ ଯାଇ ବସିଲେ। ଏହା ସେହି ଯୁବକ ଜଣକ ଦେଖୁଥାନ୍ତି। ଏସବୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଗୀତା ପାଠ କରୁଥିବା ବ୍ୟକ୍ତି ଜଣଙ୍କ ନିଶ୍ଚୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ବୋଲି ତାଙ୍କ ମନରେ ଧାରଣା ଆସିଗଲା। ଗାଡି ଦୁଇଟି ଚାଲିଯିବା ପୂର୍ବରୁ ଭଦ୍ରବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ଯୁବକ ଜଣଙ୍କ ଦୌଡି ଯାଇ ଗାଡି ପାଖରେ ଠିଆ ହୋଇଗଲେ ଏବଂ ପଚାରିଲେ ‘ସାର୍‌ ଆପଣଙ୍କ ନାଁ କ’ଣ, ଆପଣଙ୍କ ପରିଚୟ ଜାଣିବାକୁ ଚାହେଁ।’ ଭଦ୍ରବ୍ୟକ୍ତି ଜଣଙ୍କ ଅତି ନିମ୍ନ ସ୍ବରରେ କହିଲେ ‘ମୁଁ ବିକ୍ରମ ସରାଭାଇ।’ ଯୁବକଟି ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପ୍ରଣାମ କଲେ। ଭଗବଦ୍‌ ଗୀତା କାହିଁକି ପଢୁଛନ୍ତି ବୋଲି କହିଥିବାରୁ କ୍ଷମା ମାଗିଲେ। ଏହାପରେ ବିକ୍ରମ ସରାଭାଇ ତାଙ୍କୁ କହିଥିଲେ ‘ତୁମେ ଭଗବଦ୍‌ ଗୀତା ପଢ଼, ଏହାର ଉପାଦେୟତା ନିଶ୍ଚୟ ଜାଣିପାରିବ। ତୁମେ ଯେଉଁ କାମ କର, ସେହି କାମ ନିଷ୍ଠାର ସହିତ ଏବଂ ନିଃସ୍ବାର୍ଥ ଭାବରେ କରିବାର ପ୍ରେରଣା ଭଗବଦ୍‌ ଗୀତାରୁ ହିଁ ମିଳିଥାଏ। ’
ବିକ୍ରମ ସରାଭାଇଙ୍କୁ ପ୍ରଶ୍ନ କରିଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି, ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡ. ଏ. ପି. ଜେ. ଅବଦୁଲ କଲାମ। ସେ ‘ମିସାଇଲ୍‌ ମ୍ୟାନ ଅଫ୍‌ ଇଣ୍ଡିଆ’ ରୂପେ ଜଣାଶୁଣା ଓ ଦେଶର ପ୍ରତିରକ୍ଷା ପ୍ରଯୁକ୍ତି ବିକାଶରେ ଏକ ପ୍ରେରଣା ଶକ୍ତି ଥିଲେ। ତାଙ୍କର ମହାନ୍‌ ଅବଦାନ ଦେଶକୁ ଆଣବିକ ରାଷ୍ଟ୍ର ଗୋଷ୍ଠୀରେ ଠିଆହେବାର ସୁଯୋଗ ଦେଇଥିଲା। ଅବଦୁଲ କଲାମ ସେହି ଦିନ ବିକ୍ରମ ସରାଭାଇଙ୍କୁ ନିଜର ଗୁରୁ ରୂପେ ମାନିନେଲେ ଏବଂ ଗୀତା ପଢ଼ିବା ଆରମ୍ଭ କଲେ। ଇସ୍ରୋରେ ଗବେଷଣା କରିବା ସମୟରେ କଲାମଙ୍କୁ ଗୁରୁ ବିକ୍ରମ ସରାଭାଇଙ୍କ ସହଯୋଗ ଓ ମାର୍ଗଦର୍ଶନ ମଧ୍ୟ ମିଳିଥିଲା।
ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମ୍‌ରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଭଗବଦ୍‌ ଗୀତା ସହିତ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ବୈଦିକ ଗ୍ରନ୍ଥ ମଧ୍ୟ ଅଧ୍ୟୟନ କରିଥିଲେ।
ବିଦେଶ ଯାଇ ନିଜର ଭବିଷ୍ୟତ ତିଆରି କରିବା ଏବଂ ଅନ୍ୟପଟେ ଦେଶରେ ରହି କିଛି କରିବା,ଏହି ଦୁଇଟିରୁ ଗୋଟିଏ ବାଛିବା କଷ୍ଟସାଧ୍ୟ ଥିଲା। ଏହି ସମୟରେ ଗୀତା ତାଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା। ଶେଷରେ ସେ ସ୍ଥିର କରିଥିଲେ ଟଙ୍କା ପାଇଁ ବିଦେଶ ନ ଯାଇ ଏଠାରେ ରହି ଦେଶ ସେବା କରିବାର ସୁଯୋଗ ହାତଛଡା କରିବେ ନାହିଁ। ୧୯୫୮ରେ ସେ ଡିଆର୍‌ଡିଓରେ ସାମିଲ ହେଲେ। ଡ.କଲାମ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ‘ଗୀତା ଏକ ବିଜ୍ଞାନ ଏବଂ ଭାରତୀୟମାନଙ୍କ ସାଂସ୍କୃତିକ ଐତିହ୍ୟ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ’
ଅବଦୁଲ କଲାମ ଥରେ ତାଙ୍କ ଭାଷଣରେ ସେ ନିଜେ କହିଥିଲେ ‘ବିକ୍ରମ ସରାଭାଇ ମୋତେ ଚିହ୍ନିଥିଲେ, ମୁଁ ଅଧ୍ୟୟନରେ ଦୁର୍ବଳ ଥିଲି କିନ୍ତୁ ମୁଁ ବହୁତ ପରିଶ୍ରମୀ ଥିଲି। ଯେତେବେଳେ ସେ ମୋତେ ଜଣେ ଯୁବ ବୈଜ୍ଞାନିକ ଭାବରେ ସୁଯୋଗ ଦେଲେ ସେତେବେଳେ ମୁଁ ବହୁତ କିଛି ଜ୍ଞାନ ଅର୍ଜନ କରିଛି ଓ ଶିଖିଛି। ଏହାପରେ ସେ ମୋତେ ଆଗକୁ ବଢ଼ିବା ପାଇଁ ସହଯୋଗ କରିଥିଲେ। ଯେତେବେଳେ ମୁଁ ଶିଡି ତଳେ ଥିଲି ସେତେବେଳେ ମୋତେ ଆଗକୁ ବଢ଼ିବାର ଦାୟିତ୍ୱ ଅର୍ପଣ କରିଥିଲେ। ଯେତେବେଳେ ମୁଁ ବିଫଳ ହୁଏ, ସେ ସମୟରେ ମୋତେ ସାହାଯ୍ୟ କରିବା ପାଇଁ ସର୍ବଦା ମୋ ପାଖରେ ଠିଆ ହୋଇଥାନ୍ତି। ‘ବିକ୍ରମ ସରାଭାଇଙ୍କ ଠାରୁ ସେ କେବଳ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ଜାଣିଥିଲେ ତାହା ନୁହେଁ ବରଂ ଜୀବନ ଏବଂ ନେତୃତ୍ୱର ସମସ୍ତ ବିଷୟ ଶିକ୍ଷା କରିଥିଲେ। ଅବଦୁଲ କଲାମ ନିଜକୁ ବିକ୍ରମ ସରାଭାଇଙ୍କ ଆବିଷ୍କାର ବୋଲି କହୁଥିଲେ।
ଅବଦୁଲ କଲାମ ଯାହାଙ୍କୁ ଗୁରୁଭାବରେ ବିବେଚନା କରୁଥିଲେ ସେ ହେଉଛନ୍ତି ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପିତାମହ ବିକ୍ରମ ସରାଭାଇ। ଏହି ଶ୍ରେଷ୍ଠ ଗୁରୁଙ୍କର ଆଦର୍ଶ ଛାତ୍ର କଲାମ ମଧ୍ୟ ନିଜକୁ ଜଣେ ମହାନ୍‌ଗୁରୁ ରୂପେ ପ୍ରତିପାଦିତ କରିପାରିଛନ୍ତି। ସେ ପରୋକ୍ଷ ବା ପ୍ରତ୍ୟକ୍ଷରେ ହେଉ ତାଙ୍କ ସମୟକାଳରେ ଗବେଷଣା କ୍ଷେତ୍ରରେ ଏପରି କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତେ ଜଣେ ଆଦର୍ଶ ପୁରୁଷ ଭାବି ଶ୍ରଦ୍ଧା ଓ ସମ୍ମାନ କରନ୍ତି।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡ଼ା
ମୋ: ୯୮ ୬୧୦୨୮୫୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?