ପ୍ରସ୍ତାବରେ ଅଟକିଛି ବ୍ରହ୍ମପୁର ଟ୍ରକ୍‌ ଟର୍ମିନାଲ

ଛତ୍ରପୁର,୩୦ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠରେ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିପାଇଁ ଚିହ୍ନଟ ଜମି ବାଣିଜ୍ୟ ଓ ପରିବହନ ବିଭାଗ ନଁାରେ କରାଯିବାରେ ବିଳମ୍ବ ହୋଇଛି। ଏହାର ପ୍ରତିଷ୍ଠା ଏକପ୍ରକାର ପ୍ରସ୍ତାବରେ ଅଟକିଛି। ବିଶେଷକରି ବ୍ରହ୍ମପୁର ସହରକୁ ଦୈନିକ ଶତାଧିକ ଟ୍ରକ୍‌ ବିଭିନ୍ନ ମାଲ ନେଇ ପ୍ରବେଶ କରିଥାନ୍ତି। ଏଥିସହ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁରରେ ଥିବା ଏଫ୍‌ସିଆଇ(ଭାରତ ଖାଦ୍ୟ ନିଗମ)ଗୋଦାମକୁ ମଧ୍ୟ ଶତାଧିକ ଟ୍ରକ୍‌ ଆସି ମାଲ ଲୋଡିଂ ଓ ଅନ୍‌ଲୋଡିଂ କରିଥାନ୍ତି। ସେହିପରି ଜଗନ୍ନାଥପୁର ରେଲୱେ ଷ୍ଟେଶନରେ ମଧ୍ୟ ସାର, ଗହମ ଆଦିର ରେକ୍‌ ମଧ୍ୟ ଲାଗିଥାଏ। ଏଠାରୁ ଟ୍ରକ୍‌ ଯୋଗେ ମାଲ ପରିବହନ କରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳକୁ ପଠାଯାଇଥାଏ। ଏଥିଲାଗି ବ୍ରହ୍ମପୁର ସହର ଓ ତା’ର ଚତୁଃପାର୍ଶ୍ୱରେ ଦୈନିକ ଟ୍ରାଫିକ୍‌ ଜାମ୍‌ ସାଧାରଣ କଥା ହେଲାଣି। ବ୍ରହ୍ମପୁର ସହର, ଜଗନ୍ନାଥପୁର ଏଫ୍‌ସିଆଇ ଗୋଦାମ ଓ ରେଲୱେ ଷ୍ଟେଶନକୁ ଦୈନିକ ଯିବା ଆସିବା କରୁଥିବା ଶତାଧିକ ଟ୍ରକ୍‌ ଏନଏଚ୍‌-୧୬ ଦେଇ ଆସିଥାନ୍ତି। ଫଳରେ ଦୈନିକ ବହୁ ଟ୍ରକ୍‌ ଏନଏଚ୍‌ ଉପରେ ଅଟକି ରହୁଥିବା ଦେଖିବାକୁ ମିଳିଥାଏ। ଏଥିଲାଗି ଏନଏଚ୍‌ରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି।
ଏନଏଚ୍‌ ଓ ବ୍ରହ୍ମପୁର ସହରରେ ଏପରି ଟ୍ରକ୍‌ କିଭଳି ନ ରହିବ ସେନେଇ ବ୍ରହ୍ମପୁର ସହର ବାହାରେ ତଥା ଉପକଣ୍ଠରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାର ଏହାକୁ ମଞ୍ଜୁର ଦେଇଥିଲେ। ଏହାପରେ ଉକ୍ତ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ଜମି ଖୋଜା ଯାଇଥିଲା। ଜିଲାର ଚିକିଟି ତହସିଲ ଅଧୀନ ଗିରିସୋଲା ମୌଜାରେ ୧୪.୬୬୧ ଏକର ଜମିରେ ଏହା ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିଲା। ଏଥିପାଇଁ ନିୟମ ଅନୁଯାୟୀ ଉକ୍ତ ସାଇଟ ସମ୍ପର୍କରେ ଚିକିଟି ତହସିଲଦାରଙ୍କୁ ଏପ୍ରିଲ ୩୦ରେ ଚିଠି (ନମ୍ବର ୨୮୨୪) ପରିବହନ ବିଭାଗ ପକ୍ଷରୁ ପଠାଯାଇଥିଲା। ତେବେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରେ ପୁଣି ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲାପାଳଙ୍କୁ ମେ’ ୧୧ରେ ଏକ ଚିଠି (ନଂ-୨୨୬୧) ପରିବହନ ବିଭାଗ ପକ୍ଷରୁ ପଠାଯାଇଥିଲା।
ଏହା ଉପରେ ଚିକିଟି ତହସିଲଦାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ବ୍ରହ୍ମପୁର ଉପଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ପାଇଁ ଚିହ୍ନଟ ଉକ୍ତ ଜମି ଅର୍ଥ ବିଭାଗ ଅଧୀନରେ ରହିଛି। ଏଣୁ ଉକ୍ତ ଜମିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ନାଁରେ କରିବାକୁ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲା। ତେବେ ଏହି ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?