ପ୍ରସ୍ତାବରେ ଅଟକିଛି ବ୍ରହ୍ମପୁର ଟ୍ରକ୍‌ ଟର୍ମିନାଲ

ଛତ୍ରପୁର,୩୦ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠରେ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିପାଇଁ ଚିହ୍ନଟ ଜମି ବାଣିଜ୍ୟ ଓ ପରିବହନ ବିଭାଗ ନଁାରେ କରାଯିବାରେ ବିଳମ୍ବ ହୋଇଛି। ଏହାର ପ୍ରତିଷ୍ଠା ଏକପ୍ରକାର ପ୍ରସ୍ତାବରେ ଅଟକିଛି। ବିଶେଷକରି ବ୍ରହ୍ମପୁର ସହରକୁ ଦୈନିକ ଶତାଧିକ ଟ୍ରକ୍‌ ବିଭିନ୍ନ ମାଲ ନେଇ ପ୍ରବେଶ କରିଥାନ୍ତି। ଏଥିସହ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁରରେ ଥିବା ଏଫ୍‌ସିଆଇ(ଭାରତ ଖାଦ୍ୟ ନିଗମ)ଗୋଦାମକୁ ମଧ୍ୟ ଶତାଧିକ ଟ୍ରକ୍‌ ଆସି ମାଲ ଲୋଡିଂ ଓ ଅନ୍‌ଲୋଡିଂ କରିଥାନ୍ତି। ସେହିପରି ଜଗନ୍ନାଥପୁର ରେଲୱେ ଷ୍ଟେଶନରେ ମଧ୍ୟ ସାର, ଗହମ ଆଦିର ରେକ୍‌ ମଧ୍ୟ ଲାଗିଥାଏ। ଏଠାରୁ ଟ୍ରକ୍‌ ଯୋଗେ ମାଲ ପରିବହନ କରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳକୁ ପଠାଯାଇଥାଏ। ଏଥିଲାଗି ବ୍ରହ୍ମପୁର ସହର ଓ ତା’ର ଚତୁଃପାର୍ଶ୍ୱରେ ଦୈନିକ ଟ୍ରାଫିକ୍‌ ଜାମ୍‌ ସାଧାରଣ କଥା ହେଲାଣି। ବ୍ରହ୍ମପୁର ସହର, ଜଗନ୍ନାଥପୁର ଏଫ୍‌ସିଆଇ ଗୋଦାମ ଓ ରେଲୱେ ଷ୍ଟେଶନକୁ ଦୈନିକ ଯିବା ଆସିବା କରୁଥିବା ଶତାଧିକ ଟ୍ରକ୍‌ ଏନଏଚ୍‌-୧୬ ଦେଇ ଆସିଥାନ୍ତି। ଫଳରେ ଦୈନିକ ବହୁ ଟ୍ରକ୍‌ ଏନଏଚ୍‌ ଉପରେ ଅଟକି ରହୁଥିବା ଦେଖିବାକୁ ମିଳିଥାଏ। ଏଥିଲାଗି ଏନଏଚ୍‌ରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି।
ଏନଏଚ୍‌ ଓ ବ୍ରହ୍ମପୁର ସହରରେ ଏପରି ଟ୍ରକ୍‌ କିଭଳି ନ ରହିବ ସେନେଇ ବ୍ରହ୍ମପୁର ସହର ବାହାରେ ତଥା ଉପକଣ୍ଠରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ପରିକଳ୍ପନା କରାଯାଇଥିଲା। ରାଜ୍ୟ ସରକାର ଏହାକୁ ମଞ୍ଜୁର ଦେଇଥିଲେ। ଏହାପରେ ଉକ୍ତ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ଜମି ଖୋଜା ଯାଇଥିଲା। ଜିଲାର ଚିକିଟି ତହସିଲ ଅଧୀନ ଗିରିସୋଲା ମୌଜାରେ ୧୪.୬୬୧ ଏକର ଜମିରେ ଏହା ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିଲା। ଏଥିପାଇଁ ନିୟମ ଅନୁଯାୟୀ ଉକ୍ତ ସାଇଟ ସମ୍ପର୍କରେ ଚିକିଟି ତହସିଲଦାରଙ୍କୁ ଏପ୍ରିଲ ୩୦ରେ ଚିଠି (ନମ୍ବର ୨୮୨୪) ପରିବହନ ବିଭାଗ ପକ୍ଷରୁ ପଠାଯାଇଥିଲା। ତେବେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରେ ପୁଣି ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲାପାଳଙ୍କୁ ମେ’ ୧୧ରେ ଏକ ଚିଠି (ନଂ-୨୨୬୧) ପରିବହନ ବିଭାଗ ପକ୍ଷରୁ ପଠାଯାଇଥିଲା।
ଏହା ଉପରେ ଚିକିଟି ତହସିଲଦାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ବ୍ରହ୍ମପୁର ଉପଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ପାଇଁ ଚିହ୍ନଟ ଉକ୍ତ ଜମି ଅର୍ଥ ବିଭାଗ ଅଧୀନରେ ରହିଛି। ଏଣୁ ଉକ୍ତ ଜମିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ନାଁରେ କରିବାକୁ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲା। ତେବେ ଏହି ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦାଣ୍ଡରୁ ହଟୁଛନ୍ତି ଉଠାଦୋକାନୀ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ନେଇ ଗୋଟିଏ ପରେ ଗୋଟିଏ ବାଟ ଫିଟୁଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍‌ ଧରିଛି। ସିଂହଦ୍ୱାରଠାରୁ ଗୁଣ୍ଡିଚା...

ବାତ୍ୟା ‘ଫନୀ’କୁ ନେଇ ଲୋକେ ଭୟଭୀତ

ଗଞ୍ଜାମ,୧ା୫(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼‘ଫନୀ’କୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗଞ୍ଜାମ ବ୍ଲକ ଗୋଡ଼ମପେଟା, କଣ୍ଟିଆଗଡ଼, ଗୋଖରକୁଦା ଆଦି ସମୁଦ୍ର କୂଳବର୍ତ୍ତୀ ଲୋକେ ପାଣିପାଗ ବିଭାଗଠାରୁ ସୂଚନା...

ଘନକୁହୁଡ଼ି: ଚିଲିକା ମଝିରେ ଦେଢ଼ଘଣ୍ଟା ଅଟକିଲା ଡଙ୍ଗା, ଯାତ୍ରୀ ଆତଙ୍କିତ

କୃଷ୍ଣପ୍ରସାଦ,୧୬।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ସାତପଡ଼ା-ଜହ୍ନିକୁଦା ଚିଲିକା ମଝିରେ ଏକ କୁଦରେ ଯାତ୍ରୀବାହୀ ଡଙ୍ଗା ଅଟକି ଯିବାରୁ ଲୋକେ...

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା

ଭଞ୍ଜନଗର,୧୮।୫(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆରଟିସି ଜୋନରୁ ସମସ୍ତ ବସ୍‌ ଅନ୍ୟ ଜୋନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି। ବସ୍‌ ସ୍ଥାନାନ୍ତର ସମୟରେ ବିବାଦ ଉପୁଜିବା ଆଶଙ୍କାରେ...

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇବେ ସାହିତ୍ୟ ଭାରତୀ ସମ୍ମାନ

କଟକ ଅଫିସ,୩ା୩:ଗଙ୍ଗାଧର ରଥ ଫାଉଣ୍ଡେଶନ ପକ୍ଷରୁ ସର୍ବୋଚ୍ଚ ‘ସାହିତ୍ୟ ଭାରତୀ ସମ୍ମାନ : ୨୦୨୩’ ସାହିତି୍ୟକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ...

ଗଛରେ ପିଟିହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପୁରୁଷୋତ୍ତମପୁର,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାସାହି ଛକ ଏକ ଗାଡ଼ି ଶୋ’ରୁମ ସମ୍ମୁଖରେ ଥିବା ଏକ ଗଛରେ ପିଟିହୋଇ ଜଣେ ବାଇକ ଆରୋହୀଙ୍କ...

ଟ୍ରକ୍‌କୁ ପଛରୁ ଧକ୍କା ଦେଇ ତଳକୁ ଖସିଲା ଟ୍ରକ୍‌: ଲାଗିଲା ନିଆଁ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା...

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି:୨୧।୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍‌...

Advertisement
Archives

Model This Week