ମାସେ ମଧ୍ୟରେ କାର୍ଯ୍ୟକାରୀ ପାଇଁ ପୌର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୩୦ା୯: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ପଞ୍ଚାୟତ ଓ ୩ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ସାମିଲ ନେଇ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ବିଚାର କରି ମାସେ ମଧ୍ୟରେ ଆଦେଶ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହର ତଳି ଅଞ୍ଚଳ ମିିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି, ସହର ସନିକଟ ଅଞ୍ଚଳ ଓ ବିଏମ୍‌ସି ପାର୍ଶ୍ୱବର୍ତ୍ତୀ ୧୮ ପଞ୍ଚାୟତକୁ ବିଏମ୍‌ସିରେ ସାମିଲ ନେଇ ରାଜ୍ୟ ସରକାର ବୈଧାନିକ ନିଷ୍ପତ୍ତି ନେବାରେ ବିଫଳ ହେବାରୁ କମିଟି ପକ୍ଷରୁ ୨୦୨୧ ଡିସେମ୍ବର ୧୨ରେ ହାଇକୋର୍ଟରେ ରିଟ ପିଟିଶନ ଦାଖଲ କରାଯାଇଥିଲା। ଏହି ମାମଲାର ବିଚାର କରି ହାଇକୋର୍ଟ ଜାନୁୟାରୀ ୧ରେ ରାଜ୍ୟ ପାୈର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଉପରୋକ୍ତ ପଞ୍ଚାୟତ ଓ ୩ ଗ୍ରାମକୁ ମହାନଗରରେ ସାମିଲ ନେଇ ୩ ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପାୈର ନିର୍ଦ୍ଦେଶକ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ କମିଟି ପକ୍ଷରୁ ଅଗଷ୍ଟ ୮ରେ ହାଇକୋର୍ଟରେ ଅଦାଲତ ଅବମାନନା ରୁଜୁ କରାଯାଇଥିଲା। ଯାହାର ଶୁଣାଣି ଗତ ୨୬ ତାରିଖରେ ବିଚାରପତି ବିଶ୍ୱନାଥ ରଥ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ୧ ମାସ ମଧ୍ୟରେ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ...

ମାଓବାଦୀ ପୋଷ୍ଟର: ଠିକାଦାର, ସୁପରଭାଇଜରଙ୍କୁ ହତ୍ୟା ଧମକ

ଭବାନୀପାଟଣା,୨।୨(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ମାଓବାଦୀ ପୁଣି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ରାସ୍ତାକାମ ବନ୍ଦ କରିବାକୁ ଏଥିରେ ଚେତାବନୀ ଦିଆଯାଇଥିବା ବେଳେ କାମ ବନ୍ଦ...

ଚିକିତ୍ସା ଅବହେଳା ଅଭିଯୋଗ: ଅକ୍ସିଜେନ ଦିଆ ନ ଯିବାରୁ ଝିଅର ମୃତ୍ୟୁ

କେନ୍ଦୁଝର,୧୭।୯(ସ୍ବ.ପ୍ର.): ସାପ କାମୁଡ଼ାରେ ଅସୁସ୍ଥହୋଇ କେନ୍ଦୁଝର ଜିଲା ମୁଖ୍ୟ ଡକ୍ତରଖାନାରେ ଚିକିତ୍ସଧୀନ ଜଣେ ଯୁବତୀଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଯାତ୍ରୀ ପାତ୍ର(୧୭)।...

ବାପାଙ୍କୁ ଘରେ ଲୁଚାଇଥିବା ନେଇ ପୁଅଙ୍କୁ ମାଡ଼

ନୟାଗଡ଼ ଅଫିସ/ ରଣପୁର,୨୮ା୩(ସ୍ବ.ପ୍ର.): ବାପା କେରଳରେ ଫସିଛନ୍ତି। ଏପରିସ୍ଥଳେ ଘରେ ଲୁଚାଇଥିବା ନେଇ ଗଁ।ର କିଛି ଲୋକଙ୍କ ଅକ୍ରୋଶର ଶିକାର ହୋଇ ମାଡ ଖାଇଛନ୍ତି ପୁଅ,...

୧୨ ବର୍ଷ ପରେ ଘର ବାହୁଡ଼ା

ନୟାଗଡ଼ ଅଫିସ/ନୂଆଗାଁ,୧୦।୩(ଡି.ଏନ.ଏ.): ୧୨ ବର୍ଷ ପରେ ଘରକୁ ବାହୁଡିଲେ ୧୯ ବର୍ଷର ଯୁବକ ଶାନ୍ତନୁ ଜାନି। ପଣ୍ଡିଚେରୀରେ ଜଣେ ଠିକାଦାରଙ୍କ ପାଖରେ ନିର୍ଯାତିତ ହୋଇ ଅଭିଶପ୍ତ...

ଲଗାଣ ବର୍ଷାରେ ଭାଙ୍ଗିଲା ଆଂଶିକ ୩୯୦ ଘର

ନବରଙ୍ଗପୁର,୧୫।୮(ବି.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁ ଜିଲାର ୧୦ ବ୍ଲକ ମଧ୍ୟରୁ ୮ ବ୍ଲକର ୮୩ ପଞ୍ଚାୟତ...

କନ୍ଧମାଳରେ କେନ୍ଦ୍ରୀୟ ମେଡିକାଲ ଟିମ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୯ା୧୦-କନ୍ଧମାଳ ଜିଲା ଗସ୍ତରେ କେନ୍ଦ୍ରର ଏକ ୮ ଜଣିଆ ଟିମ୍‌ ଆସି ଶୁକ୍ରବାର ପହଞ୍ଚତ୍ଛନ୍ତି। ଏହି ଟିମ୍‌ ୪ ଦିନଧରି ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,...

ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ: ୮ ଟ୍ରକ୍‌ ଜବତ

ଚିକିଟି,୨୮ା୫(ଡି.ଏନ.ଏ.)-ଚିକିଟି ବ୍ଲକ୍‌ ଗିରିସୋଲା ଗ୍ରାମ ନିକଟରେ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ ହେଉଥିବାବେଳେ ଗୁରୁବାର ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ ଚଢାଉ କରି...

Advertisement
Archives

Model This Week