ଶିକ୍ଷକ ନିଖୋଜ ସମ୍ପର୍କରେ ଏତଲା ଦେଲେ ବିଇଓ

ରାଇଘର, ୯।୨( ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ଜଣେ ଶିକ୍ଷକ ନିଖୋଜ ନେଇ ରାଇଘର ଥାନାରେ ଅଭିଯୋଗ ପରେ ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଥାନାରେ ଏତଲା ଦିଆଯାଇଛି। ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଅଧୀନରେ ଥିବା ମହଣ୍ଡ ଟୋଲା ବିଦ୍ୟାଳୟର ଶିକ୍ଷକ ନୀଳାଞ୍ଚଳ ବେହେରା ଶନିବାରରୁ ନିଖୋଜ ଥିବା ନେଇ ଘର ମାଲିକ ଦିଲ୍ଲୀପ ପଦାର ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାଇଘର ଥାନାରେ ୨/୨୨ରେ ମାମଲା ରୁଜୁ କରି ଥାନାଧିକାରୀ ଟଙ୍କଗିରି ଭୋଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ନିଖୋଜ ଶିକ୍ଷକ ଦିଲ୍ଲୀପଙ୍କ ଘରେ ୬ବର୍ଷରୁ ଊଦ୍ଧର୍‌ବ ସମୟ ହେବ ଘର ଭଡ଼ା ନେଇ ରହୁଥିଲେ। ଗତ ଶନିବାର ନୀଳାଞ୍ଚଳ ନିଜ ଭଡ଼ା ଘରକୁ ନ ଆସିବାରୁ ମାଲିକ ଦିଲ୍ଲୀପ ତାଙ୍କୁ ଫୋନ୍‌ରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ଯୋଗାଯୋଗ ନ ହେବାରୁ ବାଧ୍ୟହୋଇ ଘର ମାଲିକ ଶିକ୍ଷକ ନୀଳାଞ୍ଚଳଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ରାଇଘର ଥାନାରେ ନିଖୋଜ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ବିଇଓ ଈଶ୍ବର ଚନ୍ଦ୍ର ମାଝି ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ଘର ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିପାରିନାହିଁ। ରବିବାର ଘର ମାଲିକ ଏତଲା ଦେଇଥିବା ବେଳେ ମଙ୍ଗଳବାର ଶିକ୍ଷା ବିଭାଗ ପକ୍ଷରୁ ଏତଲା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri