ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା: କମିଟିକୁ ବୈଧ ଘୋଷଣା କଲେ ବିଇଓ

ରସୁଲପୁର,୨୪ା୩(ଡି.ଏନ.ଏ.): ରସୁଲପୁର ବ୍ଲକ କଲଣ ପଞ୍ଚାୟତସ୍ଥିତ ମଧୁପୁର ସରକାରୀ ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା ଏବେ ପୁଣି ଚର୍ଚ୍ଚାରେ। ବିଦ୍ୟାଳୟ ପକ୍ଷରୁ କମିଟି ଗଠନରେ ଅନିୟମିତତା ହୋଇଥିବା ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୁଦର୍ଶନ ମଲିକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗକୁ ବିଇଓ ଗୁରୁତ୍ୱ ନଦେଇ ଉକ୍ତ କମିଟିକୁ ବୈଧ ଘୋଷଣା କରିଛନ୍ତି। ଏହାଜାଣି ଅଭିଭାବକ ପୁନର୍ବାର ବିଇଓଙ୍କୁ ଅଭିଯୋଗ କରି କମିଟିକୁ ଅଷିଦ୍ଧ ଘୋଷଣା କରିବାକୁ ଦାବି କରିଛନ୍ତି। ଏହା ନ ହେଲେ ସେମାନେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।
୧୦ ଜାନୁୟାରୀ ୨୦୨୩ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ହୋଇଥିଲା। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକଙ୍କ ସଂଖ୍ୟା ୪୬୭। ତେଣୁ ବିଧି ମୁତାବକ ବିଦ୍ୟାଳୟ ପରିଚାଳାନା କମିଟି ଗଠନ ପାଇଁ କୋରମକୁ ହିସାବକୁ ନେଲେ ୧୮୯ ଅଭିଭାବକଙ୍କ ଉପସ୍ଥିତ ଆବଶ୍ୟକତା ରହିଛି। ସେହି ଦିଗକୁ ଦେଖିଲେ ମୋଟ୍‌ ଅଭିଭାବକ ସଂଖ୍ୟାର ୪୦ଶତକଡ଼ା ଉପସ୍ଥାନ ରହିବା ଉଚିତ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆହ୍ବାନକ୍ରମେ ବୈଠକରେ ୧୫୫ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ, ଯାହାକି ଆବଶ୍ୟକ ଅଭିଭାବକଙ୍କଠାରୁ ୩୪ଜଣ କମ୍‌। ଉପସ୍ଥିତ ଅଭିଭାବକଙ୍କ ମଧ୍ୟରେ ଏକାଧିକ ଅଣଅଭିଭାବକ ସାମିଲ ଥିଲେ। ଜଣେ ଲେଖାଏ ଅଭିଭାବକ ଏକାଧିକ ସ୍ଥାନରେ ଦସ୍ତଖତ କରିଥିଲେ। କେତେଜଣ ଅଭିଭାବକ ବୈଠକରେ ନ ଥାଇ ବି ସେମାନଙ୍କ ଦସ୍ତଖତକୁ ଜାଲ୍‌ କରି ଦିଆଯାଇଥିଲା। ବୈଠକରେ ମାତା ଓ ପିତା ଉପସ୍ଥିତ ଥିଲେ ସେମାନଙ୍କୁ ଜଣେ ସଭ୍ୟରେ ଗଣାଯିବ। ଏ ଦିଗରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। ହେଲେ ଏଥିରେ ବ୍ୟତିକ୍ରମ ଘଟି ଉଭୟ ମା,ବାପାଙ୍କୁ କମିଟି ସଦସ୍ୟ ଗ୍ରହଣ କରାଯାଇଛି। ଏ ପରିକି ପରିଚାଳନା କମିଟି ଗଠନ ପାଇଁ ଚୟନ ସଦସ୍ୟଙ୍କ ମଧ୍ୟରୁ କେତେଜଣ ଅଭିଭାବକ ନୁହନ୍ତି। ଖୋଦ୍‌ ସଭାପତି ପ୍ରାର୍ଥୀଙ୍କ ସମର୍ଥକ ଭାବରେ ଦର୍ଶାଯାଇଥିବା ବ୍ୟକ୍ତି ଜଣକ ଅଭିଭାବକ ନୁହନ୍ତି। ବୈଠକ ଖାତାରେ ଅଭିଭାବକଙ୍କ ଦସ୍ତଖତ ତାଲିକାର କ୍ରମିକ ସଂଖ୍ୟା ୧୫୬ରୁ ୧୯୭ ପର୍ଯ୍ୟନ୍ତ ମିଥ୍ୟା ଦସ୍ତଖତ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏଭଳି ଅନେକ ତ୍ରୁଟି ଥାଇ ବିଦ୍ୟାଳୟ ପକ୍ଷରୁ କମିଟି ଗଠନ କରାଯାଇ ଅନୁମୋଦନ ପାଇଁ ବିଇଓଙ୍କ କାର୍ଯ୍ୟାଳୟକୁ ପଠା ଯାଇଥିଲା। ଅଭିଯୋଗ ପରେ ବିଇଓ କମିଟିକୁ ଅନୁମୋଦନ ପ୍ରଦାନ କରି ନ ଥିଲେ। କମିଟି ପାଇଁ ଆସିଥିବା ଚିଠାକୁ ୨ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ହେଲେ ହଠାତ୍‌ କ’ଣ ଘଟିଲା ଯେ ସେ ରାତିଅଧିଆ କମିଟିକୁ ବୈଧ ଘୋଷଣା କରିଥିଲେ। ଏହାକୁ ନେଇ ଅଭିଭାବକଙ୍କ ମନରେ ସନ୍ଦେହଜାତ ହେଉଛି। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଶିକ୍ଷାଧିକାରୀ ଏଭଳି କରିଛନ୍ତି ବୋଲି ଅଭିଭାବକ ଦେବବ୍ରତ ସାହୁ ଅଭିଯୋଗ କରିଛନ୍ତି।
ତେଣୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ବିଇଓ ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାର୍ଥୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଯାହାକିଛି ପଦକ୍ଷେପ ନେଇଛନ୍ତି। କୋରମ ଅଭାବରୁ ବୈଠକ ହୋଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେ ଦିନ ବିଦ୍ୟାଳୟରେ ୧୯ ଶିକ୍ଷକ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥାନକୁ ମିଶାଇଲେ କୋରମ ହୋଇଯାଉଛି। ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ସଭାପତି ପଦ ପାଇଁ ଆଶାୟୀ ଥିଲେ। ତାହା ହୋଇ ନ ପାରିବାରୁ ସେ ଏଭଳି ଅଭିଯୋଗ କରୁଛନ୍ତି ବୋଲି ବିଇଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri