Posted inଜାତୀୟ

ବେଙ୍ଗାଲୁରୁର ୧୫ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ବେଙ୍ଗାଲୁରୁ,୧।୧୨: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପ୍ରାୟ ୧୫ଟି ସ୍କୁଲକୁ ଶୁକ୍ରବାର ସକାଳେ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକାସାଙ୍ଗେ ଇମେଲ ଜରିଆରେ ଏହି ଧମକ ଦିଆଯାଇଛି। ପରେ ସମଗ୍ର ଅଞ୍ଚଳରେ ଭୟଭିତ ପରିସ୍ଥିତି ଉପୁଜିଛି।

ଯଦିଓ ପ୍ରଶାସନ ସମସ୍ତ ବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି, ତଥାପି ସେମାନେ ସନ୍ଦେହ କରୁଛନ୍ତି ଯେ କେହି ଜାଣିଶୁଣି ଏପରି ମେଲ୍‌ ପଠାଇଛନ୍ତି। ବର୍ତ୍ତମାନ ସମସ୍ତ ସମ୍ଭାବନାକୁ ଏଡ଼ାଇବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି। ଅନେକ ବିଦ୍ୟାଳୟ ନିକଟରେ ବମ ସ୍କ୍ବାଡ ଟିମ ତଦନ୍ତ ଆରମ୍ଭ କରିଛି।
ଏହି ଖବର ବିଷୟରେ ସୂଚନା ପାଇବା ପରେ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ କହିଛନ୍ତି, ମୁଁ ଟିଭି ଦେଖୁଥିଲି, ମୋ ଘର ବିପକ୍ଷରେ ଥିବା ସ୍କୁଲ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ ପାଇଥିଲା। ମୁଁ ଯାଞ୍ଚ କରିବାକୁ ଏଠାକୁ ଆସିଥିଲି। ଏପର୍ଯ୍ୟନ୍ତ ଏହା ଏକ ଧମକପୂର୍ଣ୍ଣ କଲ ଭଳି ମନେହୁଏ, କିନ୍ତୁ ଆମେ ଏ ବିଷୟରେ ବହୁତ ସଚେତନରହିବାକୁ ପଡ଼ିବ।
ସେ କହିଛନ୍ତି, ସ୍କୁଲରେ ପଢୁଥିବା ପିଲାମାନଙ୍କର ପିତାମାତା ଟିକେ ଚିନ୍ତିତ, କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ପୋଲିସ ଏହା ଉପରେ ଦୃଷ୍ଟି ରଖିଛି। କେତେଜଣ ଦର୍ବୁର୍ତ୍ତ ଏହା କରିଥାଇ ପାରନ୍ତି, ଆମେ ସେମାନଙ୍କୁ ୨୪ଘଣ୍ଟା ମଧ୍ୟରେ ଧରିବୁ। ସାଇବର କ୍ରାଇମ ପୋଲିସ ସକ୍ରିୟ ଅଛି , ସେମାନେ ସେମାନଙ୍କର କାର୍ଯ୍ୟ କରୁଛନ୍ତି। ଆମେ ମଧ୍ୟ ସତର୍କ ରହିବା ଉଚିତ ଏବଂ ଅସାବଧାନତା ଅବଲମ୍ବନ କରିବା ଉଚିତ ନୁହେଁ।
ଏହି ଖବର ଉପରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୟା କହିଛନ୍ତି, ପୋଲିସ ଏହାର ତଦନ୍ତ କରିବ ଏବଂ ମୁଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି। ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଅଭିଭାବକମାନେ ଭୟଭୀତ ହେବେ ନାହିଁ। ମୁଁ ସ୍କୁଲଗୁଡ଼ିକୁ ଯାଞ୍ଚ କରିବା ଏବଂ ସୁରକ୍ଷା ବୃଦ୍ଧି ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛି। ପୋଲିସ ପକ୍ଷରୁ ପ୍ରାଥମିକ ରିପୋର୍ଟ ଗ୍ରହଣ କରାଯାଇଛି।
ପୋଲିସ କହିଛି ଯେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଏହି ମେଲ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ, ଏହା ପରେ ପୋଲିସ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଦଳ ସଂପୃକ୍ତ ଅନୁଷ୍ଠାନରେ ପହଞ୍ଚିଥିଲା। ପୋଲିସ କହିଛି ଯେ ଛାତ୍ର ଓ କର୍ମଚାରୀଙ୍କୁ ତୁରନ୍ତ ସ୍କୁଲ ପରିସରରୁ ସ୍ଥାନାନ୍ତର କରାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଅଭିଭାବକମାନେ ଏହି ଘଟଣା ବିଷୟରେ ଜାଣିବା ମାତ୍ରେ ସେମାନେ ସଙ୍ଗେ ସଙ୍ଗେ ନିଜ ପିଲାମାନଙ୍କୁ ନେବା ପାଇଁ ବିଦ୍ୟାଳୟକୁ ଚାଲଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପ୍ରଭାବ, ଉଜୁଡ଼ିଲା ଧାନ ଫସଲ: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯୧୦(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ…

ରାଇକିଆରେ ଅର୍ଣ୍ଣବ ପ୍ରଭାବ: ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ଗତ ୨୪…

ସିମନବାଡ଼ି ପଞ୍ଚାୟତର ୩ ଗାଁ ଜଳବନ୍ଦୀ, ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚର ପାଣି, ରୋଗୀଙ୍କୁ ପିଠିରେ ବୋହି…

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ୩ ଗାଁ ଏବେ ଜଳବନ୍ଦୀରେ ଦିନ…

ମାତ୍ର ୧୭ ରନ୍‌ରେ ୮ ଉଇକେଟ ନେଇ ଇତିହାସ ରଚିଲେ ଏହି କ୍ରିକେଟର୍‌: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ…

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ…

ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରିରହିଛି l ଏହି ବର୍ଷା ଯୋଗୁୁ…

ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ…

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?