Posted inଜାତୀୟ

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ ବିଦ୍ୟୁତ୍‌ କର୍ମଚାରୀ ପୃଥ୍ବୀରାଜ ସିଂ ୯ ମାସ ପୂର୍ବରୁ ଜ୍ୟୋତି କୁମାରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଜ୍ୟୋତି କୁମାରୀ ତାଙ୍କ ବୟସ ୨୮ ବର୍ଷ କହିଥିଲେ। ହେଲେ ବିବାହ ପରେ ତାଙ୍କ ବୟସ ୩୮ ବର୍ଷ ବୋଲି ପରିବାରକୁ ଜଣାଇଥିଲେ। ଏପରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସ୍ବାମୀଙ୍କୁ ମନା କରିଦେଇଥିଲେ। ଅନ୍ୟପକ୍ଷେ, ଶାଶୁ ଘର ଲୋକଙ୍କୁ ସେ ଅପମାନିତ କରୁଥିଲେ। ଏଥିରେ ରାଗିଯାଇ ଜ୍ୟୋତିଙ୍କୁ ମାରିଦେବାକୁ ପୃଥ୍ବୀରାଜ ନିଷ୍ପତ୍ତି ନେଇଥିଲେ। ପରେ ସେ ତାଙ୍କ ବନ୍ଧୁ ସମୀର କୁମାରଙ୍କୁ ବିହାରରୁ ଜ୍ୟୋତିଙ୍କୁ ହତ୍ୟା କରିବାକୁ ଡାକିଥିଲେ। ତେବେ ଯୋଜନା ମୁତାବକ ଅଗଷ୍ଟ ୩ରେ ପୃଥ୍ବୀରାଜ ଜ୍ୟୋତିଙ୍କୁ ବୁଲାଇନେବା ବାହାନାରେ ଉଦପିକୁ ନେଇ ଯାଇଥିଲେ। ସେଠାରେ ଜ୍ୟୋତିଙ୍କୁ ସେମାନେ ଗଳା କାଟି ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିଲେ। ୪ ତାରିଖରେ ପୃଥ୍ବୀରାଜ ସ୍ତ୍ରୀ ନିଖୋଜ ଥିବା ନେଇ ଥାନାରେ ଏକ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏପରିକି ପୋଲିସ ପୃଥ୍ବୀରାଜଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲା। ସେତିକି ବେଳେ ପୃଥ୍ବୀରାଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପରେ ପୋଲିସ ମୃତଦେହକୁ ଏକ ଘାଟରୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ର ପୂରା ଯୋଜନା ବିଷୟରେ କହିଲେ ଇସ୍ରୋ ମୁଖ୍ୟ: ଥୁଥୁକୋଡିରେ ହେବ ସ୍ପେସ୍‌ ପୋର୍ଟ

ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ୍‌ ନୂଆବର୍ଷରେ ଦେଶବାସୀଙ୍କ ଆଗରେ ଚଳିତବର୍ଷର ଲକ୍ଷ୍ୟ ଏବଂ ଯୋଜନା ଉପସ୍ଥାନ କରିଛନ୍ତି। ଦେଶର...

ତାମିଲନାଡୁରେ ଇଡବ୍ଲୁଏସ ରାଜନୀତି ତେଜିଲା…

ଚେନ୍ନାଇ,୧୨।୧୧ : ତାମିଲନାଡୁର ଶାସକ ରାଜନୈତିକ ଦଳ ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ (ଇଡବ୍ଲୁଏସ ସଂରକ୍ଷଣ)କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ୧୦୩ତମ...

ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ...

ଭାରତ-ନେପାଳ ସମ୍ପର୍କ ସୁପରହିଟ୍‌ ପାଇଁ ନିଷ୍ପତ୍ତି: ମୋଦି

ନୂଆଦିଲ୍ଲୀ,୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନେ ପକାଇ ଦେଇଛନ୍ତି ଯେ, ୯...

ସର୍ବବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ହାଇଦ୍ରାବାଦ,୨୨ା୬(ପି.ଟି.) : ବିଶ୍ୱର ସର୍ବବୃହତ୍‌ ବହୁମୁଖୀ ଉଠା ଜଳସେଚନ ପ୍ରକଳ୍ପ କାଲେଶ୍ୱରମ୍‌ (କେଏଲ୍‌ଆଇପି)କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏହି...

ମୋବାଇଲ୍‌ ଧରୁଥିବା ଝିଅ ନୁହନ୍ତି, ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି: ଦିଗ୍‌ବିଜୟ

ଭୋପାଳ,୨୬।୧୨: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ କାର୍ଯ୍ୟକ୍ରମକୁ...

୨୮ କୋଟିର କୋକେନ୍‌ ଚୋରା ଚାଲାଣ: ୨ ମହିଳା ଗିରଫ

ନୂଆଦିଲ୍ଲୀ,୨୮।୫: ଉଗାଣ୍ଡାର ଦୁଇ ମହିଳା ୨୮ କୋଟି ଟଙ୍କାର କୋକେନ୍‌ ଚୋରା ଚାଲାଣ କରୁଥିବାବେଳେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସେମାନଙ୍କୁ ଗିରଫ କରାଯାଇଛି। ଦୁଇ...

ହ୍ବାର୍ଟସ୍‌ଆପ ସର୍ଭର ଡାଉନ୍‌, ସେବା ବନ୍ଦ

ନୂଆଦିଲ୍ଲୀ,୨୫।୧୦: ଭାରତରେ ହ୍ବାର୍ଟସ୍‌ଆପ ଠପ୍‌ ହୋଇଯାଇଛି। ଆଜି ୧୨.୩୦ରୁ ଉପଭୋକ୍ତାମାନେ ହ୍ବାର୍ଟସାପ୍‌ ବ୍ୟବହାର କରିବାରେ ଅସମର୍ଥ ହୋଇପଡିଛନ୍ତି। ଏହାକୁ ନେଇ ଲୋକେ ଟୁଇଟରରେ ଅଭିଯୋଗ କରିଥିଲେ।...

Advertisement
Archives

Model This Week