Posted inଖେଳ

ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ବହିଷ୍କୃତ

ବେଙ୍ଗାଲୁରୁ, ୭।୧(ପି.ଟି.)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ବେଙ୍ଗାଲୁରୁ ଏଫ୍‌ସିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟ କୋଚ୍‌ କାର୍ଲେସ କ୍ୱାଡ୍ରାଟ୍‌ଙ୍କୁ ବହିଷ୍କାର କରାଯାଇଛି। ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁ ଗତ ମୁମ୍ବାଇ ସିଟି ଏଫ୍‌ସିକୁ ମିଶାଇ କ୍ରମାଗତ ୩ ମ୍ୟାଚରେ ପରାଜିତ ହୋଇଛି। ଚଳିତ ସିଜନରେ କ୍ୱାଡ୍ରାଟ୍‌ ନିଜର କାର୍ଯ୍ୟ ଠିକ୍‌ଭାବେ ତୁଲାଇ ପାରିନାହାନ୍ତି ବୋଲି କ୍ଲବ ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ପ୍ରକାଶ କରିଛନ୍ତି। ୩ଟି ଲେଖାଏ ବିଜୟ, ପରାଜୟ ଓ ଡ୍ର ସହିତ ବେଙ୍ଗାଲୁରୁ ଆଇଏସ୍‌ଏଲ୍‌ ପଏଣ୍ଟ ଟେବୁଲର ଟପ୍‌-୪ରୁ ବାହାରେ ରହିଛି। ଦଳ ୧୨ ପଏଣ୍ଟ ପାଇଛି, ଯାହାକି ଶୀର୍ଷସ୍ଥାନରେ ଥିବା ମୁମ୍ବାଇ ସିଟି ଏଫ୍‌ସିଠାରୁ ୧୦ ପଏଣ୍ଟ କମ୍‌। ବୁଝାମଣା ଭିତ୍ତିରେ କ୍ୱାଡ୍ରାଟ୍‌ଙ୍କୁ ବିଦା କରାଯାଇଥିବା କ୍ଲବ ପକ୍ଷରୁ ପ୍ରକାଶ କରାଯାଇଛି। ଅଲବର୍ଟ ରୋକା କୋଚ୍‌ ଥିବାବେଳେ କ୍ୱାଡ୍ରାଟ୍‌ ୨ ସିଜନ ତାଙ୍କ ସହକାରୀ ଦାୟିତ୍ୱ ତୁଲାଇଥିଲେ। ଏହାପରେ କ୍ରମାଗତ ୩ ସିଜନ ମୁଖ୍ୟ କୋଚ୍‌ ଥିଲେ। କ୍ୱାଡ୍ରାଟ୍‌ଙ୍କ ପ୍ରଶିକ୍ଷଣରେ ବେଙ୍ଗାଲୁରୁ ଏକମାତ୍ର ଦଳଭାବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ଚାମ୍ପିୟନ ହୋଇଥିଲା। ତାଙ୍କ ସ୍ଥାନରେ ନୌସାଦ ମୋସାଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁଟ୍‌ଆଉଟରେ ଭାରତ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍‌ଆଉଟ/ସଡନ୍‌ଡେଥ୍‌ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ...

ଟିମ୍‌ ଇଣ୍ଡିଆର ସଫଳତା ପଛର କାରଣ କହିଲେ କୋହଲି

ଅହମ୍ମଦାବାଦ,୩।୩ : ଭାରତୀୟ ଦଳର ସଫଳତା ପଛର କାରଣ ବୁଧବାର ସ୍ପଷ୍ଟ କରିଛନ୍ତି ଅଧିନାୟକ ବିରାଟ କୋହଲି। ଆମେ କଦାପି ପିଚ୍‌କୁ ସମାଲୋଚନା କରୁନାହିଁ। ପିଚ୍‌ରେ...

କାଲିସ ଇଂଲଣ୍ଡ ବ୍ୟାଟିଂ ପରାମର୍ଶଦାତା

ଲଣ୍ଡନ, ୨୧ା୧୨ (ପି.ଟି.)-ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ମାସରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା କିମ୍ବଦନ୍ତୀ...

ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି ଏହିସବୁ କ୍ରିକେଟର୍‌

କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଶ୍ୱରେ ଏମିତି କିଛିି କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି।...

ଟ୍ରମ୍ପଙ୍କୁ ଭେଟିଲେ ଗାଭାସ୍କର

ନୂଆଦିଲ୍ଲୀ,୨୩।୮(ପିଟି): କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଗାଭାସ୍କର ଏକ ଚ୍ୟାରିଟି ପାଉଣ୍ଡେଶନ ପାଇଁ ସେ ଅର୍ଥ ଯୋଗାଡ଼...

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬...

ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଝଟ୍‌କା: ପାକିସ୍ତାନ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ଲାଙ୍ଗର

ମେଲବୋର୍ନ,୫।୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଲାଙ୍ଗର। ସେ ଶନିବାର ହଠାତ୍‌ ଦଳର ମୁଖ୍ୟ କୋଚ୍‌ ପଦରୁ...

ପ୍ରଥମ ଅର୍ଦ୍ଧଶତକ ସହ ମାଇଲଷ୍ଟୋନ ହାତେଇଲେ ଶାର୍ଦ୍ଦୁଳ

ପାର୍ଲ,୨୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବଲ ସହ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିମ୍ନକ୍ରମରେ ବ୍ୟାଟିଂ କରିବାକୁ...

Advertisement
Archives

Model This Week