Posted inଜାତୀୟ

ନିଆଁ ସହ ନ ଖେଳନ୍ତୁ ମମତା

କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାଜପା ଏବଂ ତୃଣମୂଳ କଂଗ୍ରେସ ଦଳର କର୍ମୀଙ୍କ ମଧ୍ୟରେ କଥା କଟାକଟି ହେବା ସହ ମାରପିଟ୍‌ ଖବର ମଧ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଜଗଦୀପ ଧନଖର କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶ୍ନ କରିଛନ୍ତି, ରାଜ୍ୟ ବାହାର ଲୋକ କିଏ, ଏହାର ଅର୍ଥ କ’ଣ? ଭାରତୀୟ ନାଗରିକମାନେ ବାହାର ଲୋକ କି? ମମତା ଏହିପରି ବିବୃତ୍ତି ଦୂରେଇ ରହିବ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନିଆଁ ସହିତ ଖେଳିବା ଉଚିତ ନୁହେଁ। ସମ୍ବିଧାନ ଅନୁସରଣ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ସମ୍ବିଧାନର ଆତ୍ମାକୁ ମନେ ରଖନ୍ତୁ, ଭାରତ ହେଉଛି ଏହାର ନାଗରିକ। ଯଦି ତୁମେ ଏହି ପଥରୁ ବିଚ୍ୟୁତ ହୁଅ, ତେବେ ମୋର ଦାୟିତ୍ୱ ଆରମ୍ଭ ହୁଏ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଭାଜପାର ମୁଖ୍ୟ ଜେପି ନଡ୍ଡାଙ୍କ ଗାଡି ଉପରେ ଆକ୍ରମଣ କରାଯିବା ଘଟଣା ଏବଂ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ଡିସେମ୍ବର ୧୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଆର୍ଯ୍ୟନ

ମୁମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ...

ବିଶ୍ୱ ନେତାଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ : ନଡ୍ଡା

ନୂଆଦିଲ୍ଲୀ,୨।୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ବିଶ୍ୱ ନେତା। ମୋଦିଙ୍କୁ ଏହି ମାନ୍ୟତା ଦେଇଛି ଆମେରିକାର ଏକ ସର୍ଭେ ସଂସ୍ଥା ମର୍ନିଂ କନସଲ୍ଟ ।...

ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି...

ବିବାହ ହଲରେ ନିଆଁ ଲାଗିବା ପରେ ବି ଖାଇବା ଥାଳିରୁ ଉଠିଲେ ନାହିଁ

ଥାଣେ,୩୦।୧୧: ଖାଦ୍ୟ ପ୍ରତି ଭଲ ପାଇବାର ଏଭଳି ଦୃଷ୍ଟାନ୍ତ ବୋଧହୁଏ କେବେ ଶୁଣି ନ ଥିବେ। ମହାରାଷ୍ଟ୍ର ଥାଣେର ଭିଓ୍ବାଣ୍ଡି ଅଞ୍ଚଳରେ ଆୟୋଜିତ ଏକ ବିବାହ...

ସଂସଦର ଉଭୟ ଗୃହରେ ହଟ୍ଟଗୋଳ…

ନୂଆଦିଲ୍ଲୀ,୨୨।୭: ଜୁଲାଇ ୧୯ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ବିରୋଧୀ ଦଳଙ୍କ ବିଭିନ୍ନ ଦାବି ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ...

ଦେଶରେ ୧୫୧, ବିଦେଶରେ ୨୭୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ, ୧୯।୩ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସନ୍ଧ୍ୟା ସୁଦ୍ଧା ୧୫୧କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏମାନଙ୍କ...

ଦୈନିକ ସଂକ୍ରମଣ ପୁଣି ଟପିଲା ୪୦ ହଜାର…

ନୂଆଦିଲ୍ଲୀ,୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ରାମପୁର ଉପନିର୍ବାଚନ:ଏସ୍‌ପି ଆଗୁଆ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶ ରାମପୁର ଆସନରେ ହୋଇଥିବା ଉପନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଭାଜପା ପ୍ରାର୍ଥୀ ଭାରତ ଭୁଷଣ ଗୁପ୍ତା ଏସ୍‌ପି ପ୍ରାର୍ଥୀ ତଞ୍ଜିନ୍‌...

Advertisement


Archives

Model This Week