ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। ଏହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ। କିନ୍ତୁ ମାଠିଆ ପାଣି ଶରୀର ପାଇଁ ସର୍ବୋତ୍ତମ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ମାଠିଆ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ହୋଇଥିବାରୁ ଏହି ପାଣି ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ। ତେବେ ମାଠିଆ ପାଣି ପିଇବାର ଅନେକ ଲାଭ ବିଷୟରେ ଆସନ୍ତୁ ଜାଣିବା ।

*ମାଠିଆ ପାଣି ପିଇବା ଦ୍ବାରା ପେଟ ଥଣ୍ଡା ରହିବା ସହ ପାଚନ କ୍ରିୟା ସଠିକ ଭାବେ ହୋଇଥାଏ। ଏଥିସହ ବଦହଜମୀ ଏବଂ ଅମ୍ଳ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

*ମାଠିଆ ପାଣି ପିଇବା ଦ୍ବାରା ଶରୀରରେ ହରମୋନ ସ୍ତର ନିୟନ୍ତ୍ରିତ ରହିଥାଏ । ଏହା ଦ୍ବାରା ମେଟାବୋଲିଜିମ (ଶରୀରର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା) ସଠିକ୍‌ ରହିଥାଏ ।

* ମାଠିଆ ପାଣିରେ ରୋଗ ପ୍ରତିରୋଧକ ଶକ୍ତି ଭରପୁର ମାତ୍ରାରେ ରହିଥାଏ। ମାଠିଆରେ ଥିବା ବିଶେଷ ତତ୍ତ୍ବ ପାଣିର ଅଶୁଦ୍ଧତା ଦୂର କରିଥାଏ । ଏଥିସହ ମାଠିଆ ପାଣି ଶରୀରକୁ ଆବଶ୍ୟକୀୟ ମିନେରାଲ୍ସ ମଧ୍ୟ ପ୍ରଦାନ କରିଥାଏ। ଫଳରେ ଥଣ୍ଡା, କାଶ ଏବଂ ଗଳା ସମସ୍ୟା ଭଳି ରୋଗ ହୋଇ ନ ଥାଏ। କେବଳ ସେତିକି ନୁହେଁ ମାଠିଆ ପାଣି ଅଂଶୁଘାତରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ଖରାଦିନେ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ରରେ ପାଣି ପାଇଁ ମାଠିଆର ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

କେମିତି ବାଛିବେ ଅଫିସ୍‌ ଆଉଟ୍‌ଫିଟ୍‌: ଜାଣନ୍ତୁ କିଛି ଟିପ୍ସ

ଅଧିକାଂଶ କର୍ମଜୀବୀ ଅଫିସ୍‌କୁ ବାହାରିବା ସମୟରେ କ’ଣ ପିନ୍ଧି ବାହାରିବେ ଏ ନେଇ ଚିନ୍ତାରେ ପଡ଼ିଥାଆନ୍ତି। ତେବେ କେଉଁଭଳି ଆଉଟ୍‌ଫିଟ୍‌ ପିନ୍ଧିଲେ ଆପଣ ଅଫିସରେ ଫିଟ୍‌...

ବର୍ଷାଦିନେ ମହିଳାମାନେ କେମିତି ରହିବେ ସୁସ୍ଥ: ଆପଣାନ୍ତୁ ଏହି ଉପାୟ

ସ୍ବାସ୍ଥ୍ୟ ହିଁ ସମ୍ପଦ। ବର୍ଷକ ୧୨ମାସ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ହୋଇଥାଏ। ତାହା ଯେଉଁ ଋତୁ ହେଉ ନା କାହିଁକି...

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ...

ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

କେମିତି ନେବେ ପ୍ରି-ୱେଡିଂ ସ୍କିନ୍‌ କେୟାର

ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ...

ଜବ୍‌ ସହିତ କ୍ୟାରିୟର୍‌ ଗଢିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଅଧିକ ରୋଜଗାର କରିବା ଆଉ ନିଜ ପସନ୍ଦର କ୍ୟାରିୟର କରିବା, ଦୁଇଟା ଭିନ୍ନ କଥା। ସେଥିପାଇଁ ତ ଅନେକ ସମୟରେ ଚାକିରି କରିବା ପରେ ବି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri