ଚାଇନାର ଲାଭ

ବ୍ରହ୍ମ ଚେଲ୍ଲାନି

ଆମେରିକା ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଏଣୁ ଏହା ପ୍ରମୁଖ ବିଶ୍ୱଶକ୍ତି ହୋଇ ରହୁ ବୋଲି ବିଶ୍ୱର ସଂଖ୍ୟାଧିତ୍କ ଗଣତାନ୍ତ୍ରିକ ଦେଶ ଚାହଁିବା ସ୍ବାଭାବିକ। କିନ୍ତୁ ଅଧିକ ରଣନୀତିକ କାର୍ଯ୍ୟ କରିବା ପାଇଁ ଆମେରିକାର ପ୍ରତିବଦ୍ଧତା ସ୍ପଷ୍ଟ ହେଉଛି, ଯେଉଁଥିରେ ସଫଳ ହେବାର ସମ୍ଭାବନା କମ୍‌ । ଆମେରିକାର ବିଶ୍ୱ ସ୍ତରୀୟ ନେତୃତ୍ୱରେ ସମସ୍ୟା ଆମେରିକାରୁ ହିଁ ଆରମ୍ଭ ହୋଇଛି । ଅଧିକ ପକ୍ଷପାତପୂର୍ଣ୍ଣ ରାଜନୀତି ଏବଂ ଗମ୍ଭୀର ଧ୍ରୁବୀକରଣ ଆମେରିକାର ଗଣତନ୍ତ୍ରକୁ ଧୀରେ ଧୀରେ ନଷ୍ଟ କରିବା ସହ ତା’ର ଦୀର୍ଘ ମିଆଦୀ ଲକ୍ଷ୍ୟ ହାସଲ କରିବାରେ ବାଧା ସୃୃଷ୍ଟି କରୁଛି। ବିଦେଶ ନୀତିରେ ପକ୍ଷପାତପୂର୍ଣ୍ଣ ବିଭାଜନର ଧାରଣା ଆମେରିକା ପ୍ରତି ଏକ ଆହ୍ବାନ ଭାବେ ଉଭା ହୋଇପାରେ। ମାର୍ଚ୍ଚ ୨୦୨୧ରେ କରାଯାଇଥିବା ସର୍ଭେ ଅନୁଯାୟୀ, ରିପବ୍ଲିକାନ୍‌ମାନେ ଚାଇନା ପ୍ରତି ଅଧିକ ଚିନ୍ତିତ ଥିବାବେଳେ ଡେମୋକ୍ରାଟ୍‌ମାନେ ରୁଷିଆକୁ ନେଇ ବେଶି ବିବ୍ରତ। ଜୋ ବାଇଡେନ୍‌ ଆମେରିକାର ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ ବା ଶତ୍ରୁ ଚାଇନାର ଆହ୍ବାନଗୁଡ଼ିକ ଉପରେ ଧ୍ୟାନ ନ ଦେଇ କାହିଁକି ରୁଷିଆକୁ ଏକ ସମକକ୍ଷ ପ୍ରତିଯୋଗୀ ଭାବେ ଦେଖୁଛନ୍ତି ତାହା ଏଥିରୁ ସହଜରେ ବୁଝାପଡ଼ୁଛି। ରୁଷିଆ ଓ ଚାଇନା ମଧ୍ୟରେ ତୁଳନା କଲେ ଦେଖାଯାଏ, ଚାଇନା ଲୋକସଂଖ୍ୟା ଏହାଠାରୁ ୧୦ ଗୁଣ ଅଧିକ। ଏହାର ଅର୍ଥ ବ୍ୟବସ୍ଥା ମଧ୍ୟ ୧୦ଗୁଣ ବଡ଼ ଏବଂ ଏହାର ମିଲିଟାରି ବ୍ୟୟ ପାଖାପାଖି ୪ଗୁଣ ବଡ଼। ଚାଇନା କେବଳ ଶକ୍ତିଶାଳୀ ନୁହେଁ, ବରଂ ବିଶ୍ୱଶକ୍ତି ବୋଲାଉଥିବା ଆମେରିକାର ପ୍ରଭୁତ୍ୱକୁ ଦବାଇ ଦେବାକୁ ଚାହେଁ। ଅନ୍ୟ ପଟେ ୟୁକ୍ରେନ ସୀମାରେ ମିଲିଟାରି ମୁତୟନ କରି ରୁଷିଆ ମଧ୍ୟ ତା’ ପଡୋଶୀ ପକ୍ଷରୁ ରହିଥିବା ବିପଦ ହ୍ରାସ କରିବାକୁ ଚାହେଁ।
ଆମେରିକାର ବୈଶ୍ୱିକ ନେତୃତ୍ୱର ଶକ୍ତି ହ୍ରାସ କରିବାର ଧାରାକୁ ପୂର୍ବବତ ଡେମୋକ୍ରାଟମାନେ ବଜାୟ ରଖିଛନ୍ତି, ଯାହା ଏବେ ବାଇଡେନ୍‌ କରୁଛନ୍ତି। ଆମେରିକୀୟ ନେତାମାନଙ୍କର ଦ୍ୱିଦଳୀୟ ପ୍ରଦର୍ଶନ ଶୀତଳଯୁଦ୍ଧ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥାରେ ୟୁନିପୋଲାର (ବିନା ପ୍ରତିଯୋଗିତାରେ କେବଳ ଜଣେ ଶକ୍ତିଶାଳୀ ହେବା) ଅର୍ଥକୁ ଠିକ୍‌ ଭାବେ ବୁଝି ପାରିନାହଁି। ଏହା ଯୋଗୁ ଆମେରିକାର ନିର୍ବିରୋଧ ଅର୍ଥନୀତି ଏବଂ ମିଲିଟାରି ପ୍ରାଧାନ୍ୟ କମିବାରେ ଲାଗିଛି। ଆମେରିକା ତା’ୟୁନିପୋଲାର ଅଭିଯାନରେ ସମୟ ଏବଂ ଟଙ୍କା ନଷ୍ଟ କରୁଛି। ମୁଖ୍ୟତଃ ବିଶ୍ୱ ସ୍ତରରେ ସନ୍ତ୍ରାସବାଦ ବିରୋଧରେ ଏକ ବ୍ୟୟବହୁଳ ଏବଂ ଅବ୍ୟବସ୍ଥିତ ଯୁଦ୍ଧ ଚଳାଇବା ସହ ବହୁ କ୍ଷେତ୍ରରେ ମିଲିଟାରି ହସ୍ତକ୍ଷେପ ଏବଂ ରୁଷିଆ ପ୍ରତି ତା’ ଦୃଷ୍ଟିକୋଣ ଯୋଗୁ ଏହା ଘଟୁଛି। ବାସ୍ତବରେ ଶୀତଳଯୁଦ୍ଧରେ ବିଜୟୀ ହେବା ପରେ ଆମେରିକା ରଣନୀତିକ ଯୁଦ୍ଧାଭ୍ୟାସ ଚଳାଇ ପ୍ରଭାବ ବିସ୍ତାର କରିବାକୁ ଚାହଁିଲା। ବିଶେଷକରି ଏହା ନାଟୋକୁ ରୁଷିଆ ସୀମା ଯାଏ ସମ୍ପ୍ରସାରିତ କଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ଏବଂ ଜର୍ମାନୀକୁ ଯେଭଳି ପାଶ୍ଚତ୍ୟ ଆଡ଼କୁ ଆଣିବାରେ ସଫଳ ହୋଇଥିଲା ସେଭଳି ରୁଷିଆକୁ ଆଣିବାକୁ ଉଦ୍ୟମ କଲା। ରୁଷିଆ ସହ ଏହାର ସମ୍ପର୍କ ଖରାପ ହେବାରୁ ଶେଷରେ ୟୁକ୍ରେନ ସୀମାରେ ରୁଷିଆକୁ ସେନା ମୁତୟନ କରିବାକୁ ପଡ଼ିଲା। ଆମେରିକା ସାମରିକ କ୍ଷେତ୍ରରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ।
ହେଲେ ୧୯୯୧ ପରଠାରୁ ଏହା ୟୁରୋପ ଏବଂ ଅନ୍ୟଠାରେ ତା’ର ପ୍ରତିବଦ୍ଧତା ରକ୍ଷା କରିପାରିନାହିଁ। ଏବେ ୟୁକ୍ରେନକୁ ସୁରକ୍ଷା ଦେବା ଲାଗି ଆମେରିକା କାହଁିକି ସେନା ମୁତୟନ କରିବାକୁ ମନା କରୁଛି ତାହା ବୁଝିବାକୁ ହେଲେ ଅନେକ କିଛି ବିଷୟକୁ ଦେଖିବାକୁ ପଡ଼ିବ। ୟୁକ୍ରେନକୁ ଆମେରିକା ଯୁଦ୍ଧାସ୍ତ୍ର ଓ ଗୋଳାବାରୁଦ ଦେଉଛି। ହେଲେ ଏହା ସାମରିକ କ୍ଷେତ୍ରରେ ଶକ୍ତିଶାଳୀ ରୁଷିଆର ଅକ୍ରମଣରୁ ୟୁକ୍ରେନକୁ ରକ୍ଷା କରିପାରିବ ନାହଁି।
ଆମେରିକାର ନେତୃବର୍ଗ ଶୀତଳ ଯୁଦ୍ଧ ପରେ ସାଂଘାତିକ ଭୁଲ କରିଛନ୍ତି। ସେମାନେ ଚାଇନା ଉତ୍‌ଥାନ ପାଇଁ ସହାୟତା ଦେଇ ଏକ ବଡ଼ ଶତ୍ରୁ ସୃଷ୍ଟି କରିଛନ୍ତି। ଚାଇନା ଏବେ ଆମେରିକା ସହ ଏମିତି ଶତ୍ରୁତା ଆଚରଣ କରୁଛି, ଯାହା କେବେ ବି ହୋଇ ନ ଥିଲା। ଏହାସତ୍ତ୍ୱେ ଆମେରିକୀୟ ନେତାମାନେ ଏଥିରୁ କିଛି ଶିକ୍ଷା କରି ନାହାନ୍ତି। ଏହା ପରିବର୍ତ୍ତେ, ଆମେରିକା ବିଶ୍ୱର ବହୁ ସମସ୍ୟା ଉପରେ କମ୍‌ ଧ୍ୟାନ ଦେବାରେ ଲାଗିଛି ଓ ଏଗୁଡ଼ିକର ସମାଧାନ ପାଇଁ ପର୍ଯ୍ୟାପ୍ତ ସଂସାଧନ ଯୋଗାଇ ଦେଉନାହିଁ। ଅନ୍ୟପଟରେ ଅତ୍ୟଧିକ କଟକଣା ଲଗାଇବା ଦ୍ୱରା ଚାଇନାର ପ୍ରଭାବ ବଢ଼ିଚାଲିଛି। ଉଦାହରଣ ସ୍ବରୂପ, ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏବଂ ଏବକାର ବାଇଡେନ ପ୍ରଶାସନ ସେମାନଙ୍କ ମିତ୍ର ଏବଂ ମେଣ୍ଟ ରାଷ୍ଟ୍ରଗୁଡ଼ିକୁ ଇରାନରୁ ତୈଳ ଆମଦାନୀ କରିବାକୁ ବାରଣ କରିବା ଦ୍ୱାରା ଚାଇନାର ଲାଭ ହେଲା। ଚାଇନା ଇସ୍‌ଲାମିକ ରିପବ୍ଲିକରୁ ବହୁ ରହାତିରେ ତେଲ ପାଇବା ସହ ସେଠାରେ ବଡ଼ ନିବେଶକ ଭାବେ ଉଭା ହେଲା ଏବଂ ସୁରକ୍ଷା କ୍ଷେତ୍ରରେ ଭାଗୀଦାରି ମଧ୍ୟ ହୋଇପାରିଲା। ଚାଇନା ସହ କାମ୍ବୋଡିଆର ଚୁକ୍ତିକୁ ଭିତ୍ତିକରି ଆମେରିକା ଏହା ଉପରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଇଲା। ଏହାକୁ ନେଇ ଗତବର୍ଷ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହୁନ୍‌ ସେନ କହିଥିତ୍ଲେ ଯେ, ମୁଁ ଯଦି ଚାଇନା ଉପରେ ଭରସା ନ କରିବି ତେବେ କାହା ଉପରେ ଭରସା କରିବି?
ରୁଷିଆ ମଧ୍ୟ ସମାନ ପ୍ରଶ୍ନ ନିଜକୁ ପଚାରି ଆସୁଛି। ରୁଷିଆ ଓ ଚାଇନା ମଧ୍ୟରେ ଅନେକ ଦଶନ୍ଧି ଧରି ନିକଟ ସମ୍ପର୍କ ରହିଛି। ତେବେ ୨୦୧୪ରେ କ୍ରମିଆକୁ ନିଜ ଦେଶ ସହ ମିଶାଇବା କାର୍ଯ୍ୟକଳାପ ଯୋଗୁ ରୁଷିଆ ଉପରେ ଆମେରିକା କଟକଣା ଲଗାଇଥିଲା। ଫଳରେ ଏହା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଚାଇନା ସହ ରଣନୀତିକ ଭାଗୀଦାରି ହେବାକୁ ପ୍ରେରିତ କଲା। ୟୁକ୍ରେନ୍‌ରେ ଯାହା ବି ଘଟିଲେ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ରହିବାର ସମ୍ଭାବନା ଅଧିକ। କିନ୍ତୁ ରୁଷିଆ ୟୁକ୍ରେନ ଆକ୍ରମଣ କଲେ ବହୁ କଠୋର କଟକଣା ଲଗାଇବ ବୋଲି ଆମେରିକା କହିଛି। ଏହା ହେଲେ ରୁଷିଆ – ଚାଇନା ସମ୍ପର୍କ ମଜଭୁତ ହେବ ଓ ଚାଇନାକୁ ଅଧିକ ଲାଭ ମିଳିବ। ରୁଷିଆ ପ୍ରତି ଅତ୍ୟଧିକ ଆର୍ଥିକ ଦଣ୍ଡର ଯୋଜନା ବି କରିଛି ଆମେରିକା। ରୁଷୀୟ ବ୍ୟାଙ୍କଗୁଡ଼ିକୁ ଅନ୍ତର୍ଜାତୀୟ ଏସ୍‌ଡବ୍ଲ୍ୟୁଆଇଏଫ୍‌ଟ ପେମେଣ୍ଟ ବ୍ୟବସ୍ଥାରୁ ବିଚ୍ଛିନ୍ନ କରିବାକୁ ଯୋଜନା କରିଛି। ଏହା ହେଲେ ରୁଷିଆର ବ୍ୟାଙ୍କର ହୋଇଯିବ ଚାଇନା। ଫଳରେ ଚାଇନା ଅନ୍ତର୍ଜାତୀୟ ସ୍ତରରେ ତା’ ମୁଦ୍ରା ବ୍ୟବହାରକୁ ସମ୍ପ୍ରସାରିତ କରିବାକୁ ସକ୍ଷମ ହେବ। ଆଉ ମଧ୍ୟ ବାଲ୍‌ଟିକ ସାଗର ଦେଇ ରୁଷିଆରୁ ଜର୍ମାନୀ ଯାଏ ଲମ୍ବିଥିବା ନର୍ଡ ଷ୍ଟ୍ରିମ୍‌ର ଦୁଇ ଗ୍ୟାସ୍‌ ଲାଇନକୁ ଯଦି ବାଇଡେନ୍‌ ବନ୍ଦ କରନ୍ତି ତେବେ ରୁଷିଆ ଚାଇନାକୁ ଅଧିକ ଶକ୍ତି ରପ୍ତାନି କରିବ। ଫଳରେ ଚାଇନା ରୁଷିଆଠାରୁ ଅଧକ ଶକ୍ତି ପାଇବ। ଚଳିତ ମାସରେ ପୁଟିନ ରୁଷିଆର ପ୍ରାକୃତିକ ଗ୍ୟାସ ରପ୍ତାନି ୧୦ଗୁଣ ବୃଦ୍ଧି କରିବାର ପ୍ରତଶ୍ରୁତିି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପାଇବା ଦ୍ୱାରା ସମ୍ଭାବ୍ୟ ତାଇଓ୍ବାନ ଆକ୍ରମଣକୁ ନେଇ ପାଶ୍ଚାତ୍ୟର ଶକ୍ତି କଟକଣାକୁ ସାମ୍ନା କରିବା ଏପରି କି ଯୋଗାଣ ବନ୍ଦ ଥିବାବେଳେ ଚାଇନା ଏକ ସୁରକ୍ଷା ବଳୟ ସୃଷ୍ଟି କରିବାରେ ଲାଗିପିଡ଼ିଛି। ରୁଷିଆ ଓ ଚାଇନା ମଧ୍ୟରେ ଏକ ମଜଭୁତ ସମ୍ପର୍କ ସୃଷ୍ଟି ହେବାରେ ଲାଗିଛି। ଏହା ଯୋଗୁ ୟୁକ୍ରେନ ସଙ୍କଟର ପରିଣାମ ଆମେରିକା ପାଇଁ ସବୁଠୁ ଖରାପ ହେବା ସମ୍ଭାବନା ରହିଛି। ଏଣୁ ରୁଷିଆ ସହ ସମାଧାନ କରିବା ସବୁଠୁ ଭଲ। ରୁଷିଆ ୟୁକ୍ରେନ ଆକ୍ରମଣ କରିବ ନାହିଁ କିମ୍ବା ତାହାକୁ ତା ସହ ମିଶାଇବ ନାହଁି ବୋଲି ନିଶ୍ଚିତ କରିବାକୁ ହେବ। ଆଗକୁ ୟୁରୋପରେ ଜଟିଳ ସମସ୍ୟା ସୃଷ୍ଟିକରିବାରୁ ଆମେରିକାକୁ ବିରତ ରଖାଯାଇ ପାରିଲେ ମୁଖ୍ୟ ଲକ୍ଷ୍ୟଗୁଡ଼ିକ ପୂରଣ ହୋଇପାରିବ। ବିଶେଷ କରି ଉପଲବ୍ଧ ସଂସାଧନ ଓ କ୍ଷମତା ବଳରେ ଇଣ୍ଡୋ ପାସିଫିକ୍‌ରେ ଚାଇନାର ଅଧିକାରକୁ ପ୍ରତିହତ କରାଯାଇପାରିବ।
ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଆମେରିକାର ନେତୃତ୍ୱର ଭବିଷ୍ୟତ ଏସିଆରେ ହିଁ ସ୍ପଷ୍ଟ ହେବ। ହେଲେ ଆମେରିକାର ପ୍ରଭାବକୁ ପ୍ରତିହତ କରିବା ଲାଗି ଚାଇନା ସବୁ କ୍ଷେତ୍ରରେ ତା’ ଶକ୍ତି ଖଟାଉଛି। ଚାଇନା ପ୍ରାୟତଃ ଶକ୍ତିଶାଳୀ ହୋଇଗଲାଣି। ଯଦି ବାଇଡେନ୍‌ ପ୍ରଶାସନ ଚାଇନା ସୃଷ୍ଟି କରୁଥିବା ବିପଦକୁ ସ୍ବୀକାର ନ କରେ ଏବଂ ଉପଯୁକ୍ତ ରଣନୀତି ନ ଆପଣାଏ, ତେବେ ଆମେରିକାର ପ୍ରଭୁତ୍ୱ ବିସ୍ତାର କରିବାର ଯେଉଁ କିଛି ସୁଯୋଗର ପଥ ଖୋଲା ରହିଛି ତାହା ବି ବନ୍ଦ ହୋଇଯିବ।
ପ୍ରଫେସର, ଷ୍ଟ୍ରାଟେଜିକ ଷ୍ଟଡିଜ୍‌,
ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?