ହିତାଧିକାରୀଙ୍କ ୨ ମାସର ଗହମ ଗାଏବ

ଚଣ୍ଡିଖୋଲ,୨୪ା୧୦(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ଗରିବ ଲୋକଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ତେବେ ଗତ କିଛି ମାସ ହେବ ଗହମର ସଙ୍କଟ ଦେଖା ଦେବାରୁ ଯେଉଁମାନଙ୍କ ରାଶନ କାର୍ଡ଼ରେ ଗହମ ଉଲ୍ଲେଖ ଅଛି ସେମାନଙ୍କୁ ଗତ ଜୁଲାଇରୁ ଗହମ ବଦଳରେ ଚାଉଳ ଯୋଗାଇ ଦିଆଯାଉଛି। ତେବେ ଆଶ୍ଚଯର୍‌ୟର କଥା ଗତ ମେ ଓ ଜୁନ୍‌ ମାସର ଗହମ ହିତାଧିକାରୀଙ୍କୁ ଆଦୌ ଦିଆଯାଇନାହିଁ କିମ୍ବା ତା’ବଦଳରେ ଚାଉଳ ମଧ୍ୟ ମିଳିନାହିଁ। ଏହି ଦୁଇ ମାସର ଗହମ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି। ବଡ଼ଚଣା ବ୍ଲକର ହିତାଧିକାରୀଙ୍କୁ ମେ ଓ ଜୁନ୍‌ରେ ୨ ହଜାର ୫୧୭ କୁଇଣ୍ଟାଲ ୧୯ କେଜି ଗହମ ଦିଆଯିବାର ଥିଲା ବେଳେ ତାହା କୁଆଡ଼େ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା କେବଳ ବଡ଼ଚଣା ବ୍ଲକ୍‌ ନୁହେଁ ସାରା ଯାଜପୁର ଜିଲାରେ ଏହି ୨ ମାସର ଗହମ ସମ୍ପୂର୍ଣ୍ଣ ଗାଏବ ହୋଇଥିବା ଅଭିଯୋଗ ହୋଇଛି ା ଅଦ୍ୟାବଧି ହିତାଧିକାରୀମାନେ ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍ବକୃତୀପ୍ରାପ୍ତ ରିଟେଲରମାନଙ୍କୁ ଦୋଷ ଦେଉଥିବା ବେଳେ ଉପରସ୍ତରରେ ଏପର୍ଯ୍ୟନ୍ତ ଏଥିନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ନାମରେ ଗତ ଏପ୍ରିଲରୁ ୩ ମାସିଆ କିସ୍ତି କରି ଡ଼ିସେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଗହମ ମୁଣ୍ଡ ପିଛା ୫ କେଜି କରି ପ୍ରଦାନ କରୁଛନ୍ତି। ଅଦ୍ୟାବଧି ଗରିବ ଲୋକମାନେ ଏହି ମାଗଣା ଚାଉଳ ଓ ଗହମ ୬ମାସର ପାଇସାରିଲେଣି। ଅକ୍ଟୋବର, ନଭେମ୍ବର ଓ ଡ଼ିସେମ୍ବରର ମାଗଣା ଗହମ ଓ ଚାଉଳ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ଘୋଷଣା କରିଛନ୍ତି। ଯେଉଁମାନଙ୍କ ରାଶନକାର୍ଡ଼ ଥିବ ସେମାନେ ଏହି ମାଗଣା ଚାଉଳ ଓ ଗହମ ପାଇପାରିବେ। ପ୍ରତ୍ୟେକ ମାସରେ କିଲୋ ପ୍ରତି ୧ଟଙ୍କା କରି ୫ କେଜି ଗହମ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥାଏ। ତେବେ ଆଶ୍ଚଯର୍‌ୟର କଥା ମେ ଓ ଜୁନ୍‌ ମାସର ଗହମ ଦିଆଯାଇ ନ ଥିଲା ବେଳେ ଏହାର ପରବର୍ତ୍ତି ସମୟରେ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ୩ ମାସର ଗହମ ପ୍ରଦାନ କରାଯାଇଛି। ଯୋଗାଣ ବିଭାଗ ତରଫରୁ ଏହି ଟଙ୍କାକିଆ ଗହମ ପ୍ରଦାନ କରାଯିବାକୁ ରିଟେଲରମାନଙ୍କୁ ସୂଚନା ଦିଆଯିବା ପରେ ସେମାନେ ମେ ଓ ଜୁନ୍‌ର ଟଙ୍କା ସରକାରଙ୍କ ତହବିଲରେ ଡ୍ରାପ୍ଟ ମାଧ୍ୟମରେ ଡ଼ିପୋଜିଟ୍‌ କରିଛନ୍ତି। ତଥାପି ସେମାନଙ୍କୁ ଏ ପଯର୍‌ୟନ୍ତ ଗହମ ପ୍ରଦାନ କରାଯାଇନାହିଁ। କେବଳ ସେତିକି ନୁହେଁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତ ଅଗଷ୍ଟର ଚାଉଳ ମଧ୍ୟ ହଡ଼ପ ହୋଇଥିବା ନେଇ କେତେଜଣ ହିତାଧିକାରୀ ଅଭିଯୋଗ ଉଠାଇଛନ୍ତି। ସେମାନେ ଚାଉଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ରିଟେଲରମାନେ ପ୍ରତ୍ୟେକ ମାସର ଚାଉଳ ଓ ଗହମ ପିଓଏସ୍‌ ମେଶିନ ମାଧ୍ୟମରେ ବଣ୍ଟନ କରିଥାନ୍ତି। ଏଥିରେ ହିତାଧିକାରୀଙ୍କ ଆଙ୍ଗୁଠି ଛାପ ଓ ଆଖିର ଛାପ ନିଆଯାଇଥାଏ। ପିଓଏସ୍‌ ମେଶିନଟି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ। ଯେଉଁଥିରେ ପିଛିଲା ଭାବେ ବକେୟା ରହିଥିବା କୌଣସି ହିତାଧିକାରୀଙ୍କ ନାମ ଯୋଗ ହୋଇପାରିବ ନାହିଁ। ତେଣୁ କେଉଁ ଉପାୟରେ ମେ ଓ ଜୁନ୍‌ ମାସର ଗହମ ହିତାଧିକାରୀମାନେ ପାଇବେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ଗହମ ମେ ଓ ଜୁନ୍‌ ମାସର ଆସିନାହିଁ କିମ୍ବା ହିତାଧିକାରୀଙ୍କୁ ବଣ୍ଟନ କରାଯାଇନାହିଁ। କେବେ ଦିଆଯିବ ତାହା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସେକ୍‌ ସଲାଉଦ୍ଦିନ୍‌ ଖାଁଙ୍କୁ ଯୋଗାଯୋଗ କରାଯାଇଥିଲା ା ହେଲେ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri