ସାକ୍ଷୀଗୋପାଳ,୩।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ରାଜ୍ୟରେ ଗରିବଙ୍କ ନିମନ୍ତେ ସମସ୍ତ କଚ୍ଚାଘରକୁ ପକ୍କାଘର କରି ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ‘ମୋ ଘର ଯୋଜନା’ କରିଛନ୍ତି। ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଏହି ଯୋଜନାର ସୁବିଧା ନେବା ପାଇଁ ହିତାଧିକାରୀଙ୍କ ଆଖିଦୃଶିଆ ସଂଖ୍ୟା ଛୁଇଁପାରିନାହିଁ। ସୂଚନା ଅନୁସାରେ ସତ୍ୟବାଦୀ ବ୍ଲକରେ ଗତ ୨ ମାସ ମଧ୍ୟରେ ୩୬୭୦ଜଣ ମୋ ଘର ଯୋଜନା ପାଇଁ ଅନଲାଇନ୍ରେ ରେଜିଷ୍ଟ୍ରେଶନ କରିଥିବା ବେଳେ ୩୩୧୫ଜଣଙ୍କ ଆବେଦନ ପତ୍ର ବ୍ଲକ ପ୍ରଶାସନର ହସ୍ତଗତ ହୋଇଛି। ୫୮୬ ଜଣଙ୍କ ଆବେଦନ ପତ୍ରକୁ ଯାଞ୍ଚ କରାଯାଇ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ୩୦ଟି ଆବେଦନ ପତ୍ରକୁ ବିଭିନ୍ନ କାରଣରୁ ବିଡିଓ ରଦ୍ଦ କରିଛନ୍ତି। ଅନ୍ୟପଟେ ମୋ ଘର ଯୋଜନା ପାଇଁ ହୋଇଥିବା ଗାଇଡ୍ଲାଇନ୍ ପ୍ରକ୍ରିୟା ଓ ବ୍ୟାଙ୍କ ଋଣ ଦେବା ପାଇଁ ସୃଷ୍ଟି ହେଉଥିବା ସମସ୍ୟା ଯୋଗୁ ଏହି ଯୋଜନାରେ ଅଧିକ ଲୋକ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବା କେତେଜଣ ହିତାଧିକାରୀ କହିଛନ୍ତି। ଏପଟେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ହିତାଧିକାରୀ କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଘରେ ବାସ କରୁଥିବେ। ପୂର୍ବରୁ ସରକାରଙ୍କ କୌଣସି ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇ ନଥିବେ, ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍ ଥିବ, ପରିବାରରେ ୪ଚକିଆ ଯାନ ନଥିବ, କେହି ସରକାରୀ କର୍ମଚାରୀ କିମ୍ବା ପେନସନ୍ଭୋଗୀ ହୋଇ ନଥିବେ, ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଯାଇ ଏହି ଯୋଜନାରେ ଋଣ ଓ ସବସିଡି ପାଇବା ପାଇଁ ଯୋଗ୍ୟ ହୋଇପାରିବେ।
ସେହିଭଳି ଏହି ଯୋଜନାରେ ୪ଟି ସ୍ତରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହିତାଧିକାରୀ ଋଣ ନେଇପାରିବେ। ଏଥିରେ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି/ ଜନଜାତି/ ଦିବ୍ୟାଙ୍ଗ ମୁଖ୍ୟ ପରିବାର ପାଇଁ ଭିନ୍ନ ସବସିଡି ମିଳିବ। ୧ ଲକ୍ଷ ଟଙ୍କାର ଋଣ ନେଲେ ସାଧାରଣ ବର୍ଗଙ୍କୁ ୩୦ ହଜାର, ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗଙ୍କ ପାଇଁ ୪୦ ହଜାର। ୧.୫ ଲକ୍ଷ ଟଙ୍କାର ଋଣ ପାଇଁ ୪୫ ଓ ୫୫ ହଜାର। ୨ ଲକ୍ଷ ପାଇଁ ୬୦ ଓ ୭୦ ହଜାର ଟଙ୍କା ସବସିଡିରେ ମିଳିବ। ଘର ନିର୍ମାଣ ସମୟରେ ୨ ଓ ୩ଟି ପର୍ଯ୍ୟାୟରେ ଏହି ଅର୍ଥ ଦିଆଯିବ। ହିତାଧିକାରୀ ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷରେ ଋଣ ପରିଶୋଧ କରିବେ। ମାସିକ କିସ୍ତି ମାଧ୍ୟମରେ ଋଣ ଶୁଝିବେ। ୧୦ବର୍ଷରୁ କମ୍ ସମୟରେ ବି ଋଣ ଶୁଝିପାରିବେ। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ମଞ୍ଜୁର ପାଇଁ କୌଣସି ପ୍ରୋସେସିଂ ଫି ନେବେନି ଏବଂ ବନ୍ଧକ ସମୟରେ ଆବଶ୍ୟକ ପଞ୍ଜୀକରଣ ଶୁଳ୍କ ଓ ଷ୍ଟାମ୍ପ ଡିଉଟି ଛାଡ଼, ସବରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଆବଶ୍ୟକ ଦସ୍ତାବିଜ ସମ୍ବନ୍ଧୀୟ ନକଲ, ଇସି ଇତ୍ୟାଦି ପାଇଁ ଦେୟ ମଧ୍ୟ ସରକାର ଛାଡ଼ କରିଛନ୍ତି। ଏହାସତ୍ତ୍ୱେ ଏହି ଯୋଜନା ପାଇଁ ହିତାଧିକାରୀଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖାଯାଉ ନ ଥିବା ଜଣାପଡ଼ିଛି। ଏ ନେଇ ବିଡିଓ ଲୋଚନ ଦାଶ କହିଛନ୍ତି, ଉକ୍ତ ଯୋଜନା ମାଧ୍ୟମରେ କିଭଳି ଅଧିକରୁ ଅଧିକ ହିତାଧିକାରୀ ସାମିଲ ହେବେ ଓ ଋଣ କ୍ଷେତ୍ରରେ ସରଳୀକରଣ କରିବା ପାଇଁ ସ୍ଥାନୀୟ ବ୍ୟାଙ୍କ ସମୂହକୁ କୁହାଯାଇଛି।
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

