ବାସଗୃହ ଯୋଜନାରୁ ବଞ୍ଚିତ ହେଲେ ହିତାଧିକାରୀ

ଡେରାବିଶ, ୬।୯(ବେବର୍ତ୍ତା ଅଜୟ ଦାସ): ଗରିବ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ସାମିଲ କରିବାକୁ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟରେ ଚୟନ କରାଯାଇଥିବା ଜଣେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇ ପରେ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଛି। ଫଳରେ ହିତାଧିକାରୀ ଭଙ୍ଗା ଚାଳ ଘରେ ଜୀବନ ବିତାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ। ବ୍ଲକ ଅଧୀନ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡା ଗ୍ରାମର ଅଜିଜା ଖାତୁନ୍‌। ସ୍ବାମୀ ସେକ ଜିଆ ଉଲ ହକ୍‌ ଜଣେ ଦିନ ମଜୁରିଆ। ଭଙ୍ଗା ଚାଳ ଘରେ ରହୁଥିବା ଏହି ପରିବାର ବାସଗୃହ ଯୋଜନାରେ ନିଜକୁ ସାମିଲ କରି ପକ୍କା ଘର ଖଣ୍ଡେ ପାଇବା ପାଇଁ ଆବେଦନ କରିଥିଲେ। ଶେଷରେ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ସାମିଲ ହୋଇଥିଲା। ଏଥିପାଇଁ କାର୍ଯ୍ୟାଦେଶ ମଧ୍ୟ ପାଇଥିଲେ। ମାତ୍ର ପ୍ରଥମ କିସ୍ତି ପାଇବାରେ ବିଳମ୍ବ ହେବାରୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଅଜିଜା ଖାତୁନ୍‌ ପଚାରି ଥିଲେ। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ନ ଥିବା ଦେଖିବାକୁ ପାଇଥିଲେ। ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଶେଷରେ ନିରାଶ ହୋଇ ଭଙ୍ଗା ଚାଳ ଘରେ ନିଜ ପରିବାର ସହ ଭାଗ୍ୟକୁ ଆଦରି ପଡି ରହିଛନ୍ତି ା ଏହି ଭଙ୍ଗା ଦଦରା ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି। ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଏହି ଚାଳ ଘର କେତେବେଳେ ଯେ ମାଟିରେ ମିଶିଯିବ କହିହେବ ନାହିଁ। ଏ ସମ୍ପର୍କରେ ଜିଆ ଉଲ୍‌ କୁହନ୍ତି, ପ୍ରତ୍ୟେକ ଦିନ ମଜୁରି ଲାଗି ପରିବାରକୁ ପ୍ରତିପୋଷଣ କରିବା ନିଜ ପକ୍ଷରେ ସମ୍ଭବ ନୁହେଁ। ସେଥିରେ ଭଙ୍ଗା ଘରକୁ ମରାମତି କରିବା ମଧ୍ୟ ତାଙ୍କ ପକ୍ଷରେ ସମ୍ପୂର୍ଣ୍ଣ କଷ୍ଟକର ହୋଇପଡିଛି। ଟୋପାଏ ବର୍ଷା ହେଲେ ଘର ଭିତରେ ପାଣି ପଶିଯାଏ। ସାପ ଓ ବେଙ୍ଗ ପଶିବା ଭୟରେ ସାରା ପରିବାର ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେବେ ଯୋଗ୍ୟ ହିତାଧିକାରୀ ତାଲିକାରୁ ତାଙ୍କ ନାମ ବାଦ୍‌ ପଡିବା ତାଙ୍କୁ ଚକିତ କରିଛି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ଜିଆଙ୍କର ଏକ କୋଠାଘର ଥିବା ତାଲିକାରେ ଭୁଲ୍‌ କ୍ରମେ ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଜିଆଙ୍କ ନାମକୁ ତାଲିକାଭୁକ୍ତ କରାଯାଇ ତାଙ୍କୁ ପକ୍କା ଘର ମିଳିବାର ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଅଜିଜାଙ୍କୁ ମିଳିଥିବା କାର୍ଯ୍ୟାଦେଶ ନଂ. ଓଆର ୧୫୨୮ ୬୯୦୬୮/ ୧୯ା୬ା୨୦୨୩ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଅଠରନଳା ଉପରେ ଚୁଲି ଜାଳି କଲେ ମାଂସ ଭୋଜି, ଭିଡିଓ ଭାଇରାଲ…

ପୁରୀ,୨୩।୬: ପୁରୀର ଐତିହାସିକ ସ୍ଥଳ ଅଠରନଳାରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। କିଛି ବାହାର ରାଜ୍ୟର ମିସ୍ତ୍ରୀ ଅଠରନଳା ଉପରେ ଚୁଲି ଜାଳି ମାଂସ ରାନ୍ଧି…

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କେମିତି ଯିବେ ଜାଣନ୍ତୁ…

ପୁରୀ,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri