୩ ମାସ ହେଲା ଗହମ ପାଉନାହାନ୍ତି ହିତାଧିକାରୀ, କଳାବଜାରରେ ବିକ୍ରି ପାଇଁ ମସୁଧା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୮ା୪(ଡି.ଏନ.ଏ./ସ୍ବ.ପ୍ର.): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଓ ଗହମ ପ୍ରଦାନ କରାଯାଉଛି। ତେବେ ଫେବୃୟାରୀରୁ ୩ ମାସ ହେଲା ହିତାଧିକାରୀ ଗହମ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବଡ଼ଚଣା ବ୍ଲକ ଅନ୍ତର୍ଗତ ୪୩ ପଞ୍ଚାୟତରେ ଏଭଳି ସମସ୍ୟା ଦେଖାଦେଇଛି। ଅନ୍ୟପକ୍ଷରେ ହିତାଧିକାରୀଙ୍କ ସାମଗ୍ରୀ ଖୋଲାବଜାରରେ ବିକ୍ରି ପାଇଁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି।

ବଡ଼ଚଣାରେ ୪୩ହଜାର ୭ଶହ ୬୮ ରାଶନକାର୍ଡ ଜରିଆରେ ୧ଲକ୍ଷ ୬୪ହଜାର ୧୫୦ହିତାଧିକାରୀ ଚାଉଳ ଓ ଗହମ ପାଉଛନ୍ତି। ସେଥିରୁ ୫୯୪୭.୯୮ କୁଇଣ୍ଟାଲ ଚାଉଳ ଓ ୨୨୫୯.୫୨ କୁଇଣ୍ଟାଲ ଗହମ ପ୍ରତ୍ୟେକ ମାସରେ ହିତାଧିକାରୀ ପାଇବା କଥା। ତେବେ ଏହା ମଧ୍ୟରେ ଫେବୃୟାରୀ ଓ ମାର୍ଚ୍ଚର ଗହମ ଦିଆଯାଇ ନ ଥିବା ବେଳେ ଯୋଗାଣ ବିଭାଗ ତରଫରୁ ଏପ୍ରିଲ, ମେ’ ଓ ଜୁନ୍‌ ମାସର ଚାଉଳ ଓ କିଛି ଗହମ ହିତାଧିକାରୀଙ୍କୁ ଦିଆଗଲାଣି। ଅନ୍ୟପକ୍ଷରେ ଏହି ବ୍ଲକ ଧାନମଣ୍ଡଳଠାରେ ଥିବା ଭାରତୀୟ ଖାଦ୍ୟ ନିଗମ ପଣ୍ୟାଗାରରେ ବ୍ୟାପକ ହେରଫେର ହେଉଥିବା ଯୋଗୁ ରିଟେଲର ସେମାନଙ୍କଠାରୁ ଗହମ ପାଇପାରୁ ନାହାନ୍ତି। ଏହି ପଣ୍ୟାଗାରରୁ ବଡ଼ଚଣା, ଧର୍ମଶାଳା, ରସୁଲପୁର ଓ ବରୀ ବ୍ଲକକୁ ରାସନ ଚାଉଳ ଓ ଗହମ ଯୋଗାଇ ଦିଆଯାଇଥାଏ। ତେବେ ଫେବୃୟାରୀ ମାର୍ଚ୍ଚ ପାଇଁ ୨ ମାସର ୪୪୯୯.୧୮ କୁଇଣ୍ଟାଲ ଗହମ ବଡ଼ଚଣା ପାଇଁ ଆବଶ୍ୟକ ଥିଲା ବେଳେ୨୧୭୬.୭୫ କୁଇଣ୍ଟାଲ ଗହମ ଯୋଗାଇ ଦିଆଯାଇଛି। ଅଦ୍ୟାବଧି ବ୍ଲକକୁ ୨୩୨୨.୪୩ କୁଇଣ୍ଟାଲ ଗହମ ଦିଆଯାଇ ନାହିଁ, ଯାହାକୁ ନେଇ ଖାଉଟି ଓ ରିଟେଲରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ହିତାଧିକାରୀ ସେମାନଙ୍କୁ ରିଟେଲର ଗହମ ଦେଉ ନ ଥିବା ଅଭିଯୋଗ କରୁଥିବାବେଳେ ରିଟେଲର ପଣ୍ୟାଗାରରୁ ଗହମ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ୨ ମାସର ଗହମ ହଡ଼ପ କରିବାକୁ ଠିକାଦାର ଯୋଜନା କରୁଥିବା ଅଭିଯୋଗ ଆସିଛି। ଏହି ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବାଦ ଦେଲେ ଅନ୍ତ୍ୟୋଦୟରେ ୧୯୩୫୮ ହିତାଧିକାରୀ ଚାଉଳ ନେଉଛନ୍ତି। ରାଜ୍ୟ ସରକାରଙ୍କର ଦ୍ୱାରା ସ୍ଥିରିକୃତ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୪୭୩ ଉପଭୋକ୍ତା ରହିଛନ୍ତି। ତେବେ ଚାଉଳ ଠିକ୍‌ଭାବରେ ମିଳୁଥିବା ବେଳେ ଗହମ ମିଳୁନାହିଁ। ମଙ୍ଗଳବାର ଏହି ବ୍ଲକ ଚାରିନଙ୍ଗଳ ପଞ୍ଚାୟତର ବାହାଦୁର ନଗରଠାରେ ରାଶନ ଚାଉଳ ଓ ଗହମ ବୋଝେଇ କରି କଳାବଜାରରେ ବିକ୍ରି କରିବାକୁ ଯାଉଥିବା ବେଳେ ଏକ ଟ୍ରକକୁ ଗ୍ରାମବାସୀ ଧରି ବାଲିଚନ୍ଦ୍ରପୁର ପୋଲିସ୍‌ ଜିମା ଦେଇଥିଲେ। ଏହା ପରେ ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ର ଘଟଣା ସ୍ଥଳକୁ ଯାଇ ଟ୍ରକରେ ଭର୍ତ୍ତି ଥିବା ଚାଉଳ ଓ ଗହମ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଜିନିଷ ବୋଲି ସାବ୍ୟସ୍ତ କରିଛନ୍ତି। ତେବେ ଏହି ଚାଉଳ ଓ ଗହମ କିଏ ବିକ୍ରି କରୁଥିଲା ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁରର ଜଣେ ବ୍ୟବସାୟୀଙ୍କ ନିକଟକୁ ଏହି ଚାଉଳ ଓ ଗହମ ବୋଝେଇ ହୋଇ ଯାଉଥିଲା। ଯିଏ କିଣି ନେଉଥିଲେ ସେ ଜଣେ ଯୋଗାଣ ବିଭାଗର ଠିକାଦାର ବୋଲି ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ତେବେ ଯୋଗାଣ ବିଭାଗର ଏହିଭଳି କାରସାଦି ଯୋଗୁ ହିତାଧିକାରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନେ ଗହମର ଅଭାବ ଦେଖାଇ ଗହମ ଦେଉ ନ ଥିବା ହିତାଧିକାରୀ କହିଛନ୍ତି। ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ଆବଶ୍ୟକ ପରିମାଣର ଗହମ ଆସୁ ନ ଥିବାରୁ ତାହା ହିତାଧିକାରୀଙ୍କୁ ଦିଆଯାଇ ପାରିନାହିଁ। ଆମେ ଜିଲା ଯୋଗାଣ ବିଭାଗକୁ ଲିଖିତ ଭାବେ ଜଣାଇଛୁ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛୁ। ଗାଡ଼ି ଜବତ ସମ୍ପର୍କରେ କହିଛନ୍ତି, ଆମେ ତଦନ୍ତ କରି ଆସିଛୁ। ସମ୍ପୃକ୍ତ ଡିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?