୩ ମାସ ହେଲା ଗହମ ପାଉନାହାନ୍ତି ହିତାଧିକାରୀ, କଳାବଜାରରେ ବିକ୍ରି ପାଇଁ ମସୁଧା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୮ା୪(ଡି.ଏନ.ଏ./ସ୍ବ.ପ୍ର.): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଓ ଗହମ ପ୍ରଦାନ କରାଯାଉଛି। ତେବେ ଫେବୃୟାରୀରୁ ୩ ମାସ ହେଲା ହିତାଧିକାରୀ ଗହମ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବଡ଼ଚଣା ବ୍ଲକ ଅନ୍ତର୍ଗତ ୪୩ ପଞ୍ଚାୟତରେ ଏଭଳି ସମସ୍ୟା ଦେଖାଦେଇଛି। ଅନ୍ୟପକ୍ଷରେ ହିତାଧିକାରୀଙ୍କ ସାମଗ୍ରୀ ଖୋଲାବଜାରରେ ବିକ୍ରି ପାଇଁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି।

ବଡ଼ଚଣାରେ ୪୩ହଜାର ୭ଶହ ୬୮ ରାଶନକାର୍ଡ ଜରିଆରେ ୧ଲକ୍ଷ ୬୪ହଜାର ୧୫୦ହିତାଧିକାରୀ ଚାଉଳ ଓ ଗହମ ପାଉଛନ୍ତି। ସେଥିରୁ ୫୯୪୭.୯୮ କୁଇଣ୍ଟାଲ ଚାଉଳ ଓ ୨୨୫୯.୫୨ କୁଇଣ୍ଟାଲ ଗହମ ପ୍ରତ୍ୟେକ ମାସରେ ହିତାଧିକାରୀ ପାଇବା କଥା। ତେବେ ଏହା ମଧ୍ୟରେ ଫେବୃୟାରୀ ଓ ମାର୍ଚ୍ଚର ଗହମ ଦିଆଯାଇ ନ ଥିବା ବେଳେ ଯୋଗାଣ ବିଭାଗ ତରଫରୁ ଏପ୍ରିଲ, ମେ’ ଓ ଜୁନ୍‌ ମାସର ଚାଉଳ ଓ କିଛି ଗହମ ହିତାଧିକାରୀଙ୍କୁ ଦିଆଗଲାଣି। ଅନ୍ୟପକ୍ଷରେ ଏହି ବ୍ଲକ ଧାନମଣ୍ଡଳଠାରେ ଥିବା ଭାରତୀୟ ଖାଦ୍ୟ ନିଗମ ପଣ୍ୟାଗାରରେ ବ୍ୟାପକ ହେରଫେର ହେଉଥିବା ଯୋଗୁ ରିଟେଲର ସେମାନଙ୍କଠାରୁ ଗହମ ପାଇପାରୁ ନାହାନ୍ତି। ଏହି ପଣ୍ୟାଗାରରୁ ବଡ଼ଚଣା, ଧର୍ମଶାଳା, ରସୁଲପୁର ଓ ବରୀ ବ୍ଲକକୁ ରାସନ ଚାଉଳ ଓ ଗହମ ଯୋଗାଇ ଦିଆଯାଇଥାଏ। ତେବେ ଫେବୃୟାରୀ ମାର୍ଚ୍ଚ ପାଇଁ ୨ ମାସର ୪୪୯୯.୧୮ କୁଇଣ୍ଟାଲ ଗହମ ବଡ଼ଚଣା ପାଇଁ ଆବଶ୍ୟକ ଥିଲା ବେଳେ୨୧୭୬.୭୫ କୁଇଣ୍ଟାଲ ଗହମ ଯୋଗାଇ ଦିଆଯାଇଛି। ଅଦ୍ୟାବଧି ବ୍ଲକକୁ ୨୩୨୨.୪୩ କୁଇଣ୍ଟାଲ ଗହମ ଦିଆଯାଇ ନାହିଁ, ଯାହାକୁ ନେଇ ଖାଉଟି ଓ ରିଟେଲରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ହିତାଧିକାରୀ ସେମାନଙ୍କୁ ରିଟେଲର ଗହମ ଦେଉ ନ ଥିବା ଅଭିଯୋଗ କରୁଥିବାବେଳେ ରିଟେଲର ପଣ୍ୟାଗାରରୁ ଗହମ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ୨ ମାସର ଗହମ ହଡ଼ପ କରିବାକୁ ଠିକାଦାର ଯୋଜନା କରୁଥିବା ଅଭିଯୋଗ ଆସିଛି। ଏହି ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବାଦ ଦେଲେ ଅନ୍ତ୍ୟୋଦୟରେ ୧୯୩୫୮ ହିତାଧିକାରୀ ଚାଉଳ ନେଉଛନ୍ତି। ରାଜ୍ୟ ସରକାରଙ୍କର ଦ୍ୱାରା ସ୍ଥିରିକୃତ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୪୭୩ ଉପଭୋକ୍ତା ରହିଛନ୍ତି। ତେବେ ଚାଉଳ ଠିକ୍‌ଭାବରେ ମିଳୁଥିବା ବେଳେ ଗହମ ମିଳୁନାହିଁ। ମଙ୍ଗଳବାର ଏହି ବ୍ଲକ ଚାରିନଙ୍ଗଳ ପଞ୍ଚାୟତର ବାହାଦୁର ନଗରଠାରେ ରାଶନ ଚାଉଳ ଓ ଗହମ ବୋଝେଇ କରି କଳାବଜାରରେ ବିକ୍ରି କରିବାକୁ ଯାଉଥିବା ବେଳେ ଏକ ଟ୍ରକକୁ ଗ୍ରାମବାସୀ ଧରି ବାଲିଚନ୍ଦ୍ରପୁର ପୋଲିସ୍‌ ଜିମା ଦେଇଥିଲେ। ଏହା ପରେ ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ର ଘଟଣା ସ୍ଥଳକୁ ଯାଇ ଟ୍ରକରେ ଭର୍ତ୍ତି ଥିବା ଚାଉଳ ଓ ଗହମ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଜିନିଷ ବୋଲି ସାବ୍ୟସ୍ତ କରିଛନ୍ତି। ତେବେ ଏହି ଚାଉଳ ଓ ଗହମ କିଏ ବିକ୍ରି କରୁଥିଲା ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁପୁରର ଜଣେ ବ୍ୟବସାୟୀଙ୍କ ନିକଟକୁ ଏହି ଚାଉଳ ଓ ଗହମ ବୋଝେଇ ହୋଇ ଯାଉଥିଲା। ଯିଏ କିଣି ନେଉଥିଲେ ସେ ଜଣେ ଯୋଗାଣ ବିଭାଗର ଠିକାଦାର ବୋଲି ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ତେବେ ଯୋଗାଣ ବିଭାଗର ଏହିଭଳି କାରସାଦି ଯୋଗୁ ହିତାଧିକାରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନେ ଗହମର ଅଭାବ ଦେଖାଇ ଗହମ ଦେଉ ନ ଥିବା ହିତାଧିକାରୀ କହିଛନ୍ତି। ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ଆବଶ୍ୟକ ପରିମାଣର ଗହମ ଆସୁ ନ ଥିବାରୁ ତାହା ହିତାଧିକାରୀଙ୍କୁ ଦିଆଯାଇ ପାରିନାହିଁ। ଆମେ ଜିଲା ଯୋଗାଣ ବିଭାଗକୁ ଲିଖିତ ଭାବେ ଜଣାଇଛୁ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛୁ। ଗାଡ଼ି ଜବତ ସମ୍ପର୍କରେ କହିଛନ୍ତି, ଆମେ ତଦନ୍ତ କରି ଆସିଛୁ। ସମ୍ପୃକ୍ତ ଡିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri