Posted inଜାତୀୟ

ସିଜେଆଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କରିବ ନିଟ ସହ ଜଡିତ ସମସ୍ତ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨।୭: ନିଟ ୟୁଜି ପେପର ଲିକ ବିବାଦକୁ ନେଇ ଏକ ବଡ ଅପଡେଟ ଆସିଛି। ନିଟ ପରୀକ୍ଷା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ। ଏହା ସହ ଜଡିତ ମାମଲାଗୁଡ଼ିକ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଜୁଲାଇ ୮ ରେ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ NEET UG ସହ ଜଡିତ ମାମଲା ସୁପ୍ରିମକୋର୍ଟଙ୍କ ଅବାକାଶ ବେଞ୍ଚ ଦ୍ୱାରା ଶୁଣାଣି ହେଉଥିଲା। ସମସ୍ତ ଆବେଦନ ଉପରେ ଶୁଣାଣି ପାଇଁ ବେଞ୍ଚ ଜୁଲାଇ ୮ସ୍ଥିର କରିଛି। ଏଥିସହ, ଜୁଲାଇ ୬ରୁ ଆଡମିଶନ ପାଇଁ କାଉନସେଲିଂ ପ୍ରକ୍ରିୟା ବନ୍ଦ କରିବାକୁ ମନା କରାଯାଇଛି।

ସୁପ୍ରିମକୋର୍ଟଙ୍କ ଡେଲି କଜ ତାଲିକା ଅନୁଯାୟୀ ଶିବାଙ୍ଗୀ ମିଶ୍ର ଏବଂ ଅନ୍ୟମାନଙ୍କ ବନାମ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏବଂ ଅନ୍ୟମାନଙ୍କ ମାମଲା ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ। ଯେଉଁଥିରେ ଜଷ୍ଟିସ ଜେ.ବି ପାଦରିବାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ମାମଲାର ଶୁଣାଣି ଜୁଲାଇ ୮ରୁ ସକାଳ ୧୦ଟା ୩୦ରେ ଆରମ୍ଭ ହେବ।
ସୂଚନାଯୋଗ୍ୟ, ମେ ୫ରେ ନିଟ ୟୁଜି ପରୀକ୍ଷା ଆୟୋଜନ କରାଯାଇଥିଲା। ଏଥିପାଇଁ ୨୩ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଥିଲେ। ଜୁନ ୪ ରେ NEET UG ଫଳାଫଳ ଘୋଷଣା କରାଯାଇଥିଲା। ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ନିଟ ସମ୍ବନ୍ଧୀୟ ଅନିୟମିତତା ଅଭିଯୋଗ ଆରମ୍ଭ ହୋଇଥିଲା। ଫଳାଫଳ ପରେ, ପ୍ରଥମେ ଗ୍ରେସ ମାର୍କସ ବିବାଦ ଏବଂ ପରେ ପେପର ଲିକ ସାମ୍ନାକୁ ଆସିଥିଲା। ପେପର ଲିକ ଅଭିଯୋଗରେ ଏପର୍ଯ୍ୟନ୍ତ କେତେଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ନିଟ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଅନେକ ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

କେତେ ସମ୍ପତ୍ତିର ମାଲିକାଣୀ ସାୟୋନୀ ଘୋଷ? କେବେ ମମତାଙ୍କ ଅତି ଘନିଷ୍ଠ, ଆଜି NDA ମିଟିଂରେ ଯୋଗଦେବା ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୭: କେବେ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିବା ସାୟୋନୀ ଘୋଷଙ୍କ ସ୍ୱର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଟିଏମସି (TMC) ର ଜଣେ ତେଜସ୍ୱୀ ନେତ୍ରୀ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri