ଚାଷ ଜମିରେ ବେଣାବୁଦା

କେନ୍ଦ୍ରାପଡ଼ା ଅଫିସ, ୮ା୫: କେନ୍ଦ୍ରାପଡ଼ା ଜିଲାର ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ବଞ୍ଚାଇ ରଖିଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ ପରିବାରର ସଦସ୍ୟ କର୍ମ ଅନ୍ବେଷଣରେ ଜିଲା ବାହାରକୁ ଯାଉଛନ୍ତି। ଜଳସେଚନ ଓ ନିଷ୍କାସନ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଫଳରେ ଅର୍ଥକରୀ ଫସଲ ଉପତ୍ନ୍ନ ହୋଇପାରୁନି। ଚାଷ ଜମି ପଡିଆ ପଡ଼ିବା ଦ୍ୱାରା ବେଣାଗଛ ଉଠୁଛି। ଏହି ବେଣାଗଛ ଯୋଗୁ ଚାଷ କାର୍ଯ୍ୟ ବ୍ୟାହତ ହେଉଛି। ବେଣା ଗଛ ମଲା ପରେ ବି ରହୁଥିବା ମୂଳ ଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି। ଏହି ମୂଳକୁ ଉପାଡ଼ିବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ଚାଷୀ ଜମି ଚାଷ ନ କରି ପଡିଆ ପକାଇବାକୁ ବାଧ୍ୟ ହେଉଛନ୍ତି। ଜିଲା ଗଠନ ପରେ ରାଜସ୍ବ ବିଭାଗ ଓ ଜଳ ପରିଚାଳନା ବିଭାଗର ସମନ୍ବୟ ବୈଠକରେ ଏ ନେଇ ଆଲୋଚନା ହେବା ଚାଷୀ କେବେ ଦେଖିନାହାନ୍ତି। ନଦୀ ସଂଯୋଗୀକରଣ ସହ କୃଷିଭିତ୍ତିକ ଶିଳ୍ପକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ଅର୍ଥକରୀ ଫସଲରେ ଜଳ ପରିଚାଳନା ବାଧକ
କେନ୍ଦ୍ରାପଡ଼ା ଜିଲାରେ ଲୁଣା, ଚିତ୍ରୋପତ୍ଳା, ପାଇକା, ମହାନଦୀ, ବିରୂପା, ବ୍ରାହ୍ମଣୀ, ଗୋବରୀ ନଦୀ ପ୍ରବାହିତ ହେଉଛି। ସେହିପରି କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ ଓ ସମ୍ପ୍ରସାରିତ ଗୋବରୀ କେନାଲ ଅଛି। ପ୍ରାୟ ୧୪୦୦ କି.ମି. ଏହି ଜଳପଥ ଜିଲାରେ ଛନ୍ଦାଛନ୍ଦି ହୋଇ ରହିଛି। ୧,୮୨,୧୮୪ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ମାତ୍ର ୪୫,୯୧୪ ହେକ୍ଟର ଜମିରେ କେନାଲ ମାଧ୍ୟମରେ ଜଳସେଚନ ହୋଇପାରୁଛି। ସାମାନ୍ୟ ବର୍ଷାରେ ଜିଲାର ୭୦,୩୩୩ ହେକ୍ଟର ଜମିରେ ପାଣି ଜମି ରହି ଫସଲ ନଷ୍ଟ କରୁଛି। ସେହିପରି ୩୬,୦୩୮ ହେକ୍ଟର ଜମି ପାଣି ବିନା ମରୁଡ଼ି ହେଉଛି। ଏ ସବୁ ସ୍ଥାନରେ ଜମିରେ ବେଣାଗଛ ଦେଖା ଦେଇଛି। ଜିଲାର ଆଳି, ରାଜକନିକା, ରାଜନଗର ଅଞ୍ଚଳରେ ଆଦୌ କେନାଲ ନାହିଁ। ଜଳସେଚନ ଓ ନିଷ୍କାସନ ସମସ୍ୟା ପାଇଁ ଅର୍ଥକରୀ ଫସଲ ଉପତ୍ନ୍ନ ହୋଇପାରୁନାହିଁ।
– ଡା. ପି.ଏନ. ଗୌରାଙ୍ଗ, ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ
କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ନାହିଁ
୧୯୯୩ ଏପ୍ରିଲ ପହିଲାରେ ଅବିଭକ୍ତ କଟକରୁ କେନ୍ଦ୍ରାପଡ଼ା ଜିଲା ପ୍ରତିଷ୍ଠା ହେଲା। ଜିଲାକୁ ସ୍ବତନ୍ତ୍ର ମାନ୍ୟତା ପରେ ରାଜସ୍ବ ଓ ଜଳ ପରିଚାଳନା ବିଭାଗ ସମ୍ପର୍କୀୟ ମଧ୍ୟରେ ସମନ୍ବୟ ରହିପାରୁନି। ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଏଥିପାଇଁ ବାଧକ ହୋଇଛି। କେନ୍ଦ୍ରାପଡ଼ା ଜଳସେଚନ ଡିଭିଜନ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଥିବାବେଳେ ମହାନଦୀ ଉତ୍ତର ଡିଭିଜନର କାର୍ଯ୍ୟାଳୟ କଟକ ଜିଲାରେ ଅଛି। ସେହିପରି ପୁନ୍ଦାଳୋଠାରେ ଚିତ୍ରୋପତ୍ଳା ସବ୍‌ଡିଭିଜନ, ଚଣ୍ଡୀଖୋଲସ୍ଥିତ ଯାଜପୁର ଜଳସେଚନ ଡିଭିଜନ ଓ ଡ୍ରେନେଜ ଡିଭିଜନ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇଠାରେ ଅଛି। ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଦୁହୁରିଆଠାରେ ଓ କାଡ଼ା କେନାଲ ଡିଭିଜନ ଚାନ୍ଦୋଳଠାରେ ଥିବାବେଳେ ଆଳିରେ ତଟବନ୍ଧ ବିଭାଗ କାର୍ଯ୍ୟାଳୟ ଅଛି। ସହରର ତିନିମୁହାଣୀ ଠାରେ ଉଠା ଜଳସେଚନ ବିଭାଗ କାର୍ଯ୍ୟ କରୁଛି। ଜଳ ପରିଚାଳନାକୁ ନେଇ ରାଜସ୍ବ ବିଭାଗ ସହ ଉପରୋକ୍ତ ବିଭାଗର ବୈଠକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜଳ ପରିଚାଳନା ବୈଠକରେ ସମସ୍ତ ଉଚ୍ଚ ଅଧିକାରୀ ଏକାଠି ହେବା ଜିଲା ଗଠନ ପରଠାରୁ ଅଦ୍ୟାବଧି ହୋଇ ନ ଥିବା ଜଣାପଡିଛି।
– ଗୌତମ ବେହେରା, ସଭାପତି ଉତ୍କଳମଣି ଯୁବକ ସଂଘ, କେନ୍ଦ୍ରାପଡ଼ା
କୃଷିଭିତ୍ତିକ ଶିଳ୍ପ ପାଇଁ ନଦୀ ସଂଯୋଗୀକରଣ
ଜୀବନ ଓ ଜୀବିକା ପାଇଁ ଜିଲାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି। ତେବେ ଏଥିପାଇଁ ସୁଚିନ୍ତିତ ଯୋଜନା ନାହିଁ। ଜଳସେଚନ ଓ ନିଷ୍କାସନ ପ୍ରମୁଖ ସମସ୍ୟା ହୋଇଛି। ଧାନ, ମାଛ ଚାଷ ସହ ଅର୍ଥକରୀ ଫସଲ ଭାବେ ସୂର୍ଯ୍ୟମୁଖୀଠାରୁ ଆରମ୍ଭ କରି ତାଳ ଗଛ ପର୍ଯ୍ୟନ୍ତ ଏହି ଜଳବାୟୁ ଉପଯୁକ୍ତ। ନଦୀ ସଂଯୋଗୀକରଣ ଦ୍ୱାରା ବନ୍ୟା ଓ ମରୁଡ଼ିରୁ ମୁକ୍ତି ମିଳିପାରିବ। ଏହାର ଜଳ କୃଷି ଅର୍ଥନୀତିକୁ ସମୃଦ୍ଧ କରିବ। ବନ୍ଧବାଡ଼ ନିର୍ମାଣ ଓ କୃଷିଭିତ୍ତିକ ଶିଳ୍ପକୁ ଗୁରୁତ୍ୱ ଦେବାକୁ ହେବ। ସାମୁଦ୍ରିକ ଗବେଷଣାଗାର ମତ୍ସ୍ୟଚାଷକୁ ବହୁଗୁଣିତ କରିପାରିବ। ସେହିପରି କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦ୍ୱାରା ଉତ୍ତରପିଢ଼ି କୃଷି ପ୍ରତି ଆଗ୍ରହ ପ୍ରକାଶ କରିବେ। ଜିଲାରେ ସାମୁଦ୍ରିକ ଝଡ଼ ଏକ ପ୍ରାକୃତିକ ବିପଦ ଭାବେ ଉଭା ହେଉଛି। ତଟବର୍ତ୍ତୀ ଅଞ୍ଚଳରେ ନୂତନ ହେନ୍ତାଳବଣ ସୃଷ୍ଟି ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ।
– ଭୁବନମୋହନ ଜେନା, ସଭାପତି, ଜନ ଅଧିକାର ଅଭିଯାନ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?