Posted inଖେଳ

ଆଇପିଏଲ୍‌ ୨୦୨୩ରେ ଏହି ୩ ଖେଳାଳିଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୨: ଡିସେମ୍ବର ୨୩ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ ପାଇଁ ନିଲାମ ଅନୁଷ୍ଠିତ ହେବ। କୋଚିରେ ହେବାକୁ ଥିବା ଏହି ନିଲାମ ସମୟରେ ଅନେକ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜର ନଜର ରହିବ। କିଛି ଦଳ ମଧ୍ୟ ଆଇପିଏଲ୍‌ ପାଇଁ ନୂତନ ଅଧିନାୟକ ଖୋଜିବେ।

ଆଇପିଏଲ୍‌ର ୧୬ ତମ ସଂସ୍କରଣ ପାଇଁ ୪୦୩ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଛି। ଏହି ଖେଳାଳିଙ୍କ ମଧ୍ୟରୁ କେତେକ ସେମାନଙ୍କ ଜାତୀୟ ଦଳର ଅଧିନାୟକ ଅଟନ୍ତି। ତେଣୁ ସେମାନଙ୍କୁ ଆଇପିଏଲ୍‌ରେ ମଧ୍ୟ ଅଧିନାୟକତ୍ୱ ମିଳିପାରେ ବୋଲି କୁହାଯାଉଛି। ଏହି ତାଲିକାରେ ବେନ ଷ୍ଟୋକ୍ସ, କେନ ୱିଲିୟମସନ ଏବଂ ଜାସନ ହୋଲ୍ଡର୍‌ ପ୍ରମୁଖ ଖେଳାଳି ଅଛନ୍ତି।

ବେନ ଷ୍ଟୋକ୍ସ (ବେସ ମୂଲ୍ୟ – ୨ କୋଟି ଟଙ୍କା):
ବେନ ଷ୍ଟୋକ୍ସ ଆଇପିଏଲ୍‌ର ଗତ ସିଜନର ଅଂଶ ନ ଥିଲେ। କିନ୍ତୁ ଏଥର ସେ ଉପଲବ୍ଧ ରହିବେ। ଆଇପିଏଲ୍‌ ୨୦୨୩ ନିଲାମରେ ଷ୍ଟୋକ୍ସକୁ ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖାଯାଇଛି । ହେଲେ ସେ ଏହାଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇପାରନ୍ତି। ଜୋ ରୁଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଇଂଲଣ୍ଡର ଟେଷ୍ଟ ଅଧିନାୟକ କରାଯାଇଥିଲା। ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଦଳ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା। ଯଦି ଆମେ ଏଥର ଦଳଗୁଡିକୁ ଦେଖିବା, ତେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ଜଣେ ଅଧିନାୟକ ଖୋଜିବେ। ତେଣୁ ଏହି ଦଳମାନେ ଷ୍ଟୋକ୍ସକୁ ବାଛି ପାରନ୍ତି ବୋଲି ଅନୁମାନ କରାଯାଉଛି।

କେନ ୱିଲିୟମ୍ସନ (ବେସ ମୂଲ୍ୟ ୨ କୋଟି ଟଙ୍କା):
ନ୍ୟୁଜିଲ୍ୟାଣ୍ଡର ଭେଟେରାନ ଖେଳାଳି କେନ ୱିଲିୟମସନଙ୍କ ପାଇଁ ଏହି ବର୍ଷ ସେତେଟା ସହଜ ନ ଥିଲା। ଆଇପିଏଲ୍‌ର ଗତ ସିଜନରେ ସେ କିଛି ବିଶେଷ କରିପାରି ନ ଥିଲେ। ନଭେମ୍ବରରେ ତାଙ୍କୁ ହାଇଦ୍ରାବାଦ ମୁକ୍ତ କରିଛି। କିନ୍ତୁ ସେ ତାଙ୍କ ଜାତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲ୍ୟାଣ୍ଡ ଏଥର ଟି -୨୦ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିଛି। ତେଣୁ ଚେନ୍ନାଇ ପରି ଏକ ଦଳ ତାଙ୍କ ଉପରେ ବାଜି ଲଗାଇ ପାରିବେ। ଦଳ ଏମ୍‌ଏସ୍‌ ଧୋନିଙ୍କ ବିକଳ୍ପ ଭାବରେ ତାଙ୍କୁ ବାଛିପାରେ।

ଜେସନ ହୋଲ୍ଡର (ବେସ ମୂଲ୍ୟ ୨ କୋଟି ଟଙ୍କା):
ୱେଷ୍ଟଇଣ୍ଡିଜର ପ୍ରତିଭାଶାଳୀ ଖେଳାଳି ଜାସନ ହୋଲ୍ଡର୍‌ ଅନେକ ଥର ତାଙ୍କ ଦଳ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ବ୍ୟାଟିଂ ସହିତ ସେ ବୋଲିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ୨୦୧୫ ମସିହାରେ ୱେଷ୍ଟଇଣ୍ଡିଜ ଦଳର ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ୍‌ ୨୦୨୨ରେ ୮.୭୫ କୋଟିରେ କିଣିଥିଲା। କିନ୍ତୁ ସେ ଆଶାନୂରୁପ ଖେଳିପାରି ନ ଥିଲେ। ହେଲେ ଏଥର ତାଙ୍କୁ ଅଧିନାୟକ ଭାବରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri