ବେଲପାହାଡ଼ ପୌର ପରିଷଦରେ ଅଚଳାବସ୍ଥା

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୧୬ା୧୨: ବେଲପାହାଡ ପୌର ନିର୍ବାହୀ ଅଧିକାରୀଙ୍କ ତରଫରୁ ଗୁରୁବାର ୩ନଂ କାଉନିସଲ ବୈଠକ ଆହ୍ବାନ କରାଯାଇଥିଲା। ବୈଠକରେ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୩ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ କୋରମ ଅଭାବରୁ ବୈଠକ ହୋଇପାରି ନ ଥିଲା। ଏହା ପୂର୍ବରୁ କାଉନସିଲ ବୈଠକ ଆହ୍ବାନ କରାଯାଇଥିବାବେଳେ ଏଥିରେ ଅଧିକାଂଶ କାଉନସିଲର ଯୋଗଦେଇ ନ ଥିଲେ। ଏଭଳି ସ୍ଥିତି ଲାଗିରହିବା ଫଳରେ ପୌରାଞ୍ଚଳର ଉନ୍ନୟନ ବାଧାପ୍ରାପ୍ତ ହୋଇ ଅଚଳାବସ୍ଥା ଦେଖାଦେଇଛି ା ଏ ନେଇ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କ ସମେତ ୫ଜଣ କାଉନସିଲର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଗତ ଅଗଷ୍ଟ ୧୦ରେ ହେବାକୁ ଥିବା କାଉନସିଲ୍‌ ବୈଠକ ଶାରଦୀୟ ଦୁର୍ଗାପୂଜା, ଉପନିର୍ବାଚନ ଓ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ୩ମାସ ପାଇଁ ସ୍ଥଗିତ କରାଯାଇଥିଲା। ସ୍ଥଗିତ ରହିଥିବା ବୈଠକ ଗୁରୁବାର କରିବାପାଇଁ ପୌର ପରିଷଦ ତରଫରୁ ସମସ୍ତ କାଉନସିଲରଙ୍କୁ ସୂଚନା ଦିଆଯାଇଥିଲା। ହେଲେ ବୈଠକରେ ପୌରଧ୍ୟକ୍ଷ ପଣ୍ଡା, ବିଧାୟିକା ଅଳକା ମହାନ୍ତିିଙ୍କ ସମେତ ୫ଜଣ କାଉନସିଲର ଉପସ୍ଥିତ ଥିବାବେଳେ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୨ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ ଆଲୋଚନା ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରି ନ ଥିଲା। ପୌର ପରିଷଦର ଉନ୍ନତି ପାଇଁ ଲୋକେ ଜନପ୍ରତିନିଧିଭାବେ ନିର୍ବାଚିତ କରିଛନ୍ତି। ହେଲେ ସେମାନେ ବୈଠକରେ ଯୋଗଦେଇ ମତସାବ୍ୟସ୍ତ କରୁନାହାନ୍ତି। ଫଳରେ ପୌରାଞ୍ଚଳର ବିକାଶ ବଧାପ୍ରାପ୍ତ ହେଉଛି। ଏ ଦିଗରେ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ପୌରାଧ୍ୟକ୍ଷ ପଣ୍ଡା ଦାବି କରିଛନ୍ତି। ଉପଧ୍ୟକ୍ଷା ରୀନା ସୁନା କହିଛନ୍ତି, ପୌର ନିର୍ବାହୀ ଅଧିକାରୀ ରେଜୋଲୁଶନ କରି କାଉନସିଲ୍‌ ବୈଠକ ଆହ୍ବାନ କରିବା କଥା। ହେଲେ ଏହା କରାଯାଉନାହିଁ। ଓ୍ବାର୍ଡର ବିଭିନ୍ନ ସମସ୍ୟା ନେଇ କାଉନସିଲରମାନେ ପୌର ପରିଷଦର ଅଧିକାରୀମାନଙ୍କୁ ଅବଗତ କଲେ ଏହାର ସମାଧାନ କରା ନ ଯାଇ ଲିଖିତଭାବେ ଜଣାଇବାପାଇଁ କୁହାଯାଉଛି। ଏଥିରେ କାଉନସିଲରମାନେ ଅସନ୍ତୋଷ ବ୍ୟକ୍ତ କରି କାଉନସିଲ ବୈଠକରେ ଯୋଗଦେଇନାହାନ୍ତି। ନିର୍ବାଚନ ହେବାର ଇତିମଧ୍ୟରେ ୮ମାସ ହେଲାଣି। ପ୍ରତିମାସରେ କାଉନସିଲ ବୈଠକ କରାଯିବା କଥା। ଅଦ୍ୟାବଧି ୩କାଉନସିଲ୍‌ ବୈଠକ ଆହ୍ବାନ କରାଯାଇଛି। ଏଭଳି ଅବ୍ୟବସ୍ଥା ନେଇ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ବେଲପାହାଡ ପୌର ପରିଷଦ ୧୯ ଓ୍ବାର୍ଡକୁ ନେଇ ଗଠିତ। ଚଳିତ ନିର୍ବାଚନରେ ୧୪ଜଣ କାଉନସିଲର ବିଜେଡି ସମର୍ଥତ୍ତ, ୩ଜଣ ଭାଜପା ଓ ୨ କଂଗ୍ରେସ ସମର୍ଥତ୍ତ ବିଜୟୀ ହୋଇଛନ୍ତି। କଂଗ୍ରେସ ଦଳର ପୌରାଧ୍ୟକ୍ଷ ରହିଥିବାବେଳେ ବିଜେଡିର ଉପଧ୍ୟକ୍ଷା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri