ଆମ୍ବପତ୍ରକୁ ନେଇ ବିଶ୍ୱାସ

ହିନ୍ଦୁଧର୍ମ ଅନୁଯାୟୀ, ପୂଜାପାଠ ସମୟରେ ଆମ୍ବପତ୍ର ଓ ଆମ୍ବ କାଠର ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଧର୍ମଶାସ୍ତ୍ରରେ ବି ଆମ୍ବପତ୍ରକୁ ନେଇ ଅନେକ କଥା କୁହାଯାଇଛି। ଯେମିତିକି: ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ରର ତୋରଣ ଲଗାଇଲେ, ଘରେ ସକାରାତ୍ମକ ଊର୍ଜାର ପ୍ରଭାବ ବଢିଥାଏ। ପରିବାର ସଦସ୍ୟଙ୍କୁ କାହାରି ଖରାପ ନଜର ପଡେ ନାହିଁ। ବାରମ୍ବାର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳେ; ଯଦ୍ଦ୍ବାରା ମନ ସବୁବେଳେ ଖୁସି ରହେ।

ସେହିପରି କୁହାଯାଏ, ଗଙ୍ଗାଜଳରେ ଆମ୍ବ ପତ୍ରକୁ ବୁଡ଼ାଇ ଘରେ ପ୍ରତିଦିନ ଛିଞ୍ଚିଲେ ଘରୁ କ୍ରମେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଅନ୍ୟପକ୍ଷେ ଯେ କୌଣସି ଶୁଭକାର୍ଯ୍ୟ ହେଉନା କାହିଁକି ପ୍ରଭୁ ଗଣେଶଙ୍କୁ ଆବାହନ କରିବା ସମୟରେ ତାଙ୍କ ନିକଟରେ ପବିତ୍ର ମନରେ ଆମ୍ବପତ୍ରଟିଏ ରଖିଲେ କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ସେହିପରି କେହି କେହି କୁହନ୍ତି, ଯଦି ପ୍ରତିଦିନ ଆମ୍ବଗଛ ମୂଳରେ ଜଳ ଅର୍ପଣ କରି ମୁଣ୍ଡିଆ ମରାଯାଏ, ତା’ହେଲେ ବ୍ୟବସାୟରେ ଉନ୍ନତି ହେବା ସହ କ୍ୟାରିୟରରେ କିଛି ସମସ୍ୟା ଥିଲେ ତାହା ଧୀରେ ଧୀରେ ସମାଧାନ ହୋଇଯାଏ। ତେବେ ସେ ଯାହା ବି ହେଉ ଏସବୁ ହେଉଛି କେବଳ ଆସ୍ଥା ଓ ବିଶ୍ୱାସର କଥା; ଏହାକୁ ମାନିବା ଓ ନ ମାନିବା ନିର୍ଭର କରେ ବ୍ୟକ୍ତିଙ୍କ ଭାବନା ଉପରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୃଷ୍ଟି ହେବ ସମସପ୍ତକ ଯୋଗ, ମାଲାମାଲ ହେବେ ଏହି ୩ରାଶିର ବ୍ୟକ୍ତି

ଜ୍ୟୋତିଷ ଶାସ୍ତ୍ରରେ ସମାସପ୍ତକ ଯୋଗକୁ ଶୁଭ ଭାବେ ବିବେଚନା କରାଯାଇଥାଏ । ଏହି ଯୋଗ ମଙ୍ଗଳ ଏବଂ ଚନ୍ଦ୍ରଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଦ୍ୱାରା ଗଠିତ ।…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri