ବେଲାରୁଷ ପହଞ୍ଚିଲା ଆଣବିକ ଅସ୍ତ୍ର ଭଣ୍ଡାର: ସୂଚନା ଦେଲେ ପୁଟିନ…

ମସ୍କୋ,୧୭।୬ : ଆଣବିକ ଅସ୍ତ୍ର ଭଣ୍ଡାର ବେଲାରୁଷରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ନିଶ୍ଚିତ କରିଛନ୍ତି। ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମର ଆୟୋଜନ କରୁଥିବାବେଳେ ପୁଟିନ କହିଛନ୍ତି ପ୍ରଥମ ବ୍ୟାଚ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଯାଇଛି। ଏଥି ସହିତ, ଅବଶିଷ୍ଟ ଅସ୍ତ୍ର ଗ୍ରୀଷ୍ମ ଶେଷ ସୁଦ୍ଧା ବିତରଣ କରାଯିବ।
ଆମେ ଏହି ପଦକ୍ଷେପ ନେଇଛୁ । ଯାହା ଦ୍ୱାରା କିଛି ଲୋକ ଭାବୁଛନ୍ତି ଯଦି ସେମାନେ ଆମକୁ ନିୟନ୍ତ୍ରଣ କରିପାରିବେ ତେବେ ସେମାନେ ତାହା ଭୁଲ କରୁଛନ୍ତି। ରୁଷିଆର କୌଣସି ଅଞ୍ଚଳ ପ୍ରତି ବିପଦ ଆସିଲେ ଆମେ ସେଗୁଡିକୁ ବ୍ୟବହାର କରିବୁ। ପୁଟିନ କହିଛନ୍ତି ଆମେ କାହିଁକି ସମଗ୍ର ବିଶ୍ୱକୁ ଧମକ ଦେବା ଆରମ୍ଭ କଲୁ? ମୁଁ ପୂର୍ବରୁ କହିସାରିଛି ରୁଷିଆ ପ୍ରତି ବିପଦ ଥିବାବେଳେ ଏହା ବ୍ୟବହାର ହେବ।

ଆଣବିକ ଅସ୍ତ୍ର ନିୟୋଜନ କରିବାର ସମୟ ସୀମା ସ୍ଥିର କରିବାର ପ୍ରାୟ ୧୦ ଦିନ ପରେ ପୁଟିନ ଏ ବିଷୟରେ ସୂଚନା ଦେଇଛନ୍ତି। ଯେଉଁଠାରେ ପୂର୍ବରୁ କୁହାଯାଇଥିଲା ଜୁଲାଇ ପ୍ରଥମ ସପ୍ତାହ ପୂର୍ବରୁ ଅସ୍ତ୍ରଶସ୍ତ୍ର ନିୟୋଜିତ ହେବ ନାହିଁ। ତେବେ ଅନ୍ତର୍ଜାତୀୟ ଅଥନୈତିକ ଫୋରମର ଆୟୋଜନ କରୁଥିବାବେଳେ ପୁଟିନ ଏହି ଅସ୍ତ୍ରଶସ୍ତ୍ର ନିୟୋଜିତ ହୋଇଥିବା ସ୍ପଷ୍ଟ କରିଛନ୍ତି।

ପୁଟିନଙ୍କ ବିବୃତ୍ତି ପରେ ଆମେରିକା ସରକାର କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ ପାଇଁ କ୍ରେମଲିନ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଛି। ଏଥି ସହିତ ଏକ ଦିନ ପୂର୍ବରୁ ଖବର ଆସିଥିଲା ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ନିଶ୍ଚିତ କରିଛନ୍ତି ତାଙ୍କୁ କ୍ଷେପଣାସ୍ତ୍ର ଏବଂ ବୋମା ମିଳିଛି। ୧୯୪୫ ମସିହାରେ ହିରୋସିମା ଏବଂ ନାଗାସାକି ଉପରେ ପଡିଥିବା ବୋମା ଅପେକ୍ଷା ଏହି ବୋମା ତିନି ଗୁଣା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି।

ରୁଷିଆର ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଲୁକାଶେଙ୍କୋ କହିଛନ୍ତି ଏହି ଅସ୍ତ୍ରଶସ୍ତ୍ର ରଖିବା ପାଇଁ ସୋଭିଏତ ୟୁନିଅନର ୬ ଟି ଆଣବିକ ଭିତ୍ତିଭୂମି ସ୍ଥିର କରାଯାଇଛି। ସେ କହିଛନ୍ତି, ୨୦୨୦ରୁ ପଶ୍ଚିମ ଆମ ଦେଶ ଆମକୁ ଅନେକ ଖଣ୍ଡରେ ଭାଙ୍ଗିବାକୁ ଚାହୁଁଥିଲେ। ଆମେ ସବୁବେଳେ ସେମାନଙ୍କର ଲକ୍ଷ୍ୟ ହୋଇ ଆସିଛୁ। ଲୁକାଶେଙ୍କୋ ଏହା ମଧ୍ୟ କହିଛନ୍ତି ସେ ତାଙ୍କ ସୀମା ଅଞ୍ଚଳରେ ରୁଷିଆ ଆଣବିକ ଅସ୍ତ୍ର ନିୟୋଜନ କରିବ। ଲୁକାଶେଙ୍କୋ କହିଛନ୍ତି, ଯଦି ଆବଶ୍ୟକତା ପଡେ, ତେବେ ଆମେ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଦ୍ୱିଧା କରିବୁ ନାହିଁ। ଏହାକୁ ଅନୁମୋଦନ କରିବା ପାଇଁ ମୋତେ କେବଳ ପୁଟିନଙ୍କୁ ଡାକିବା ଆବଶ୍ୟକ। ତେବେ ଏହାର ନିୟନ୍ତ୍ରଣ କେବଳ ରୁଷିଆରେ ରହିବ ବୋଲି ରୁଷିଆ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?