ର଼୍ୟାନାୟାର ବିମାନକୁ ଓହ୍ଲାଇଦେଲା ବେଲାରୁଷ୍‌

ମସ୍କୋ, ୨୫।୫: ବେଲାରୁଷ୍‌ କର୍ତ୍ତୃପକ୍ଷ ଏକ ଯୁଦ୍ଧବିମାନରେ ପିଛା କରି ର଼୍ୟାନାୟାର ବ୍ୟବସାୟିକ ବିମାନକୁ ମିନ୍‌ସ୍କଠାରେ ଜବରଦସ୍ତ ଓହ୍ଲାଇଦେବା ସହ ସେଥିରେ ଥିବା ବେଲାରୁଷ୍‌ର ଜଣେ ଖବରଦାତା ତଥା ବିରୋଧୀ କର୍ମୀଙ୍କୁ ଗିରଫ କରିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା ପ୍ରକାଶ ପାଇବା ସହ ବିମାନକୁ ଜବରଦସ୍ତ ଓହ୍ଲାଇ ଦିଆଯିବା ପଛର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ବିମାନଟି ଏଥେନ୍ସରୁ ଲିଥୁଆନିଆର ଭିଲ୍‌ନିଅସ୍‌କୁ ଯାଉଥିବାବେଳେ ଏହାକୁ ବେଲାରୁଷ୍‌ ରାଜଧାନୀକୁ ନିଆଯାଇ ଅବତରଣ କରାଯାଇଥିଲା।
ର଼୍ୟାନାୟାର ମୁଖପାତ୍ରଙ୍କ କହିବା ଅନୁଯାୟୀ ବିମାନ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ଥିବା ନେଇ ବେଲାରୁଷ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ପକ୍ଷରୁ ବିମାନ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯିବା ସହ ଏହାକୁ ମିନ୍‌ସ୍କ ବିମାନବନ୍ଦରକୁ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିମାନରେ ବିସ୍ଫୋରକ ଥିବା ନେଇ ବେଲାରୁଷ୍‌ କର୍ତ୍ତୃପକ୍ଷ ସୂଚନା ପାଇବା ପରେ ମିଗ୍‌-୨୯ ଯୁଦ୍ଧବିମାନରେ ଏହାର ପିଛା କରି ମିନ୍‌ସ୍କଠାରେ ଅବତରଣ କରାଇବା ପାଇଁ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେନ୍‌ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ବିମାନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିଲା। ଗିରଫ ୨୬ ବର୍ଷୀୟ ଖବରଦାତା ରୋମାନ ପ୍ରୋଟାସେଭିଚ୍‌ ପୋଲାଣ୍ଡର ଅନ୍‌ଲାଇନ ନ୍ୟୁଜ ସର୍ଭିସ ନେକ୍ସଟା ପାଇଁ କାର୍ଯ୍ୟ କରୁଥିଲେ। ଗତବର୍ଷ ବେଲାରୁଷ୍‌ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାରଙ୍କ ବିରୋଧରେ ଗଣ ବିକ୍ଷୋଭର ଫଟୋକୁ ଉକ୍ତ ନ୍ୟୁଜ୍‌ ସର୍ଭିସ ଟେଲିଗ୍ରାମ ମେସେଞ୍ଜର ଆପ୍‌ ଜରିଆରେ ପ୍ରସାରିତ କରିଥିଲା। ପ୍ରୋଟାସେଭିଚ୍‌ଙ୍କ ବିରୋଧରେ ଦଙ୍ଗା ସୃଷ୍ଟି ଅଭିଯୋଗ ଲଗାଇ ବେଲାରୁଷ୍‌ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରଖିଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଆଫ୍ରିକା ମଧ୍ୟରେ ବାଣିଜ୍ୟ ୧୮ ବିଲିୟନ ଡ଼ଲାର ଅତିକ୍ରମ କରିଛି: ପୁଟିନ୍‌

ମସ୍କୋ,୨୮।୭: ଚାଲିଥିବା ରୁଷିଆ-ୟୁକ୍ରେନ୍‌ ବିବାଦ କାରଣରୁ ବୈଶିକ ସ୍ଥରରେ ବିଚ୍ଛିନ୍ନ ହୋଇଥିବା ରୁଷିଆ ଆଫ୍ରିକୀୟ ରାଷ୍ଟ୍ର ସମ୍ମିଳନୀରେ ରୁଷିଆ-ଆଫ୍ରିକା ସମ୍ପର୍କ ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ...

କରୋନା ସଙ୍କଟ: ୮୬ ପ୍ରତିଶତ ଭାରତୀୟଙ୍କୁ ଘାରିଛି ଚାକିରି ହରାଇବା ଭୟ

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ପୃଥିବୀ ସହିତ ବହୁ ଦେଶର ଆର୍ଥିକ ମାନଦଣ୍ଡକୁ କରୋନା ଦୋହଲାଇ ଦେଇଛି।...

୨୧ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବେ ଜେଲେନସ୍କି…

ଓ୍ବାଶିଂଟନ/ମସ୍କୋ,୧୭।୯ : ଆସନ୍ତା ସପ୍ତାହରେ ୟୁକ୍ରେନ ପାଇଁ ଆମେରିକା ପୁଣିଥରେ ପ୍ରମୁଖ ସହାୟତା ଘୋଷଣା କରିପାରେ। ଏହା ସମ୍ଭବ କାରଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି...

ଟିକା ଆସିବା ପୂର୍ବରୁ ୨୦ ଲକ୍ଷଙ୍କ ମୁଣ୍ଡ ନେଇ ସାରିଥିବ କରୋନା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୨୬।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏଭଳି ସ୍ଥିତି ଜାରି ରହିଲେ ପ୍ରତିଷେଧକ ଟିକା ଆସିବା ପୂର୍ବରୁ କରୋନା ୨୦...

୧୮୫ ଦେଶରେ କରୋନା: ଇଟାଲି ଜନଶୂନ୍ୟ; ଦିନେ ଗହଳି ଥିବା ଅଞ୍ଚଳରେ ଏବେ ଉଡୁଛି ପାରା

ଓ୍ବାଶିଂଟନ,୨୧।୩: ମହାମାରୀ କରୋନା ପୃଥିବୀର ୧୮୫ଟି ଦେଶରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୨ ଲକ୍ଷ ୭୫ ହଜାର ୯୯୭ରେ ପହଞ୍ଚିଛି। ଚାଇନାରେ କରୋନା...

ଟୁଇଟର୍‌କୁ ଫେରିବାକୁ ମୋର ଆଗ୍ରହ ନାହିଁ: ଟ୍ରମ୍ପ

ୱାଶିଂଟନ,୨୧।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋଶିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌କୁ ଫେରିଛନ୍ତି। ଟ୍ରମ୍ପଙ୍କ ଟୁଇଟର୍‌ ଆକାଉଣ୍ଟ ଆକ୍ଟିଭ୍‌ ହେବା ପରେ ତାଙ୍କ ଫଲୋଅର୍ସ...

ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ

ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ...

ବିମାନରେ ଖାଦ୍ୟ, ସ୍ନାକ୍ସ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୫ା୧: ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବିମାନରେ ସ୍ନାକ୍ସ ଏବଂ ଭୋଜନ ପରିବେଷଣ ଉପରେ ଶନିବାର ନିଷେଧାଦେଶ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶନାମା ଦେଶର...

Advertisement
Archives

Model This Week