ନଦୀରେ ମାଇକ୍‌ ଯୋଗେ କରାଯାଉଛି ସଚେତନ

ରାଜନଗର,୪ା୯ (ଭାସ୍କର ରାଉତରାୟ): କୁମ୍ଭୀର ଆକ୍ରମଣରେ ୭୫ ଦିନରେ ୫ ଜଣଙ୍କ ଜୀବନ ଗଲାଣି। କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁ ସବୁ ମହଲରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କୁମ୍ଭୀର ପ୍ରଜନନ କେନ୍ଦ୍ର ଅଞ୍ଚଳରେ ଗୋଟିଏ ବି କୁମ୍ଭୀର ଆକ୍ରମଣ ଘଟଣା ଘଟି ନ ଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ୫ଟି ଜୀବନ ଯାଇଛି। କୁମ୍ଭୀର ପ୍ରଜନନ ଋତୁରେ କୁମ୍ଭୀରମାନେ ଅଧିକ ଆକ୍ରମଣାମତ୍କ ହୋଇଥାନ୍ତି। ବର୍ଷାଦିନେ ବଢ଼ିପାଣିରେ କୁମ୍ଭୀରମାନେ ଉପର ମୁଣ୍ଡକୁ ଉଠିଆସିଥାନ୍ତି। ନଦୀ ନାଳକୁ ନ ଯିବା ପାଇଁ ନଦୀକୂଳିଆ ଗ୍ରାମବାସୀଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ନଦୀକୂଳିଆ ଗଁାଗୁଡିକରେ ପ୍ରାଚୀର ପତ୍ର ସହିତ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଓ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଉପରେ ରୋକ୍‌ ଲଗାଯାଇପାରୁନି। ରବିବାରଠାରୁ ବିଶେଷକରି ନଦୀ କୂଳେ କୂଳେ ରହୁଥିବା ଗ୍ରାମବାସୀଙ୍କୁ ସଚେତନ କରିବାକୁ ବନ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି। ବୋଟ୍‌ରେ ସଚେତନତା ବ୍ୟାନର ଓ ମାଇକ ବାନ୍ଧି ବନ ବିଭାଗ ପକ୍ଷରୁ ଜଳପଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମ ହଂସୁଆନଦୀରୁ ଆରମ୍ଭ ହୋଇ ବ୍ରାହ୍ମଣୀ, କାଣିନଦୀରେ କରାଯିବ। ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ବିଜୟ କୁମାର ପାତ୍ର, ବିଶ୍ୱ ରଞ୍ଜନ ତରାଇ, ନିରୁପମା ଷଡଙ୍ଗୀ, ଗୀତାଞ୍ଜଳି ସାହୁ, ମନୋରଞ୍ଜନ ସାହୁ, ଚନ୍ଦନ କୁମାର ମଲ୍ଲିକ, କଳାକର ବେହେରା, ସଞ୍ଜୟ କୁମାର ସେଠୀ ପ୍ରମୁଖ ଏହି ସଚେତନତାରେ ସାମିଲ ହୋଇଛନ୍ତି। ସେମାନେ ରବିବାର ରାଜନଗର ହଂସୁଆ ନଦୀରୁ ବାହାରି ରାଜନଗର, କେରଡାଗଡ଼, ରାଜପୁର, ବାଲି, ବେଲପାଳ, ନଗଡ଼, ଓସ୍ତିଆ, ସାହୁପଡ଼ା, ନଳଦିଆ, କଳଦିଆ, ଶ୍ରୀରାମପୁର ଦେଇ ମାଣିକପାଟଣାରେ ପହଞ୍ଚତ୍ଛନ୍ତି। ପ୍ରତି ଗଁା ନିକଟରେ ବୋଟ୍‌ ଲଗାଇ ବନ କର୍ମଚାରୀମାନେ ଓହ୍ଲାଇବା ସହ ନଦୀରେ ଗାଧୋଉଥିବା ଲୋକମାନଙ୍କୁ ନଦୀରେ ନ ଗାଧୋଇବା ପାଇଁ ସଚେତନ କରୁଛନ୍ତି। ଏଥିସହ ପ୍ରତି ଗଁା ନିକଟରେ କୁମ୍ଭୀର ସଚେତନତା ବୋର୍ଡ ମରାଯାଉଛି। କୌଣସି ପରିସ୍ଥିତିରେ ବି ନଦୀ ମଧ୍ୟରେ ନ ଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଉଛି। ଯେଉଁ ସ୍ଥାନରେ ଗାଧୋଇବା ପାଇଁ ବ୍ୟାରିକେଡ ଅଛି, ସେହି ବ୍ୟାରିକେଡ ମଧ୍ୟରେ ଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ଏହି ବୋଟ ଯୋଗେ ସଚେତନତା କାର୍ଯ୍ୟକ୍ରମ ୮ଦିନ ଧରି ଚାଲିବ। କେନ୍ଦ୍ରାପଡ଼ା ଜିଲାର ପ୍ରତ୍ୟେକ ନଦୀ କୂଳବର୍ତ୍ତୀ ଗଁା ନିକଟରେ ଏହି ସଚେତନତା ବୋଟ୍‌ ପହଞ୍ଚତ୍ବ। ଚଉଦକୁଲାଟଠାରୁ ଆରମ୍ଭ କରି ଭୂଇଁପୁର ଯାଏ ଓ ରାଜନଗରରୁ ଆରମ୍ଭ କରି ନଳଦିଆ ଯାଏ ସବୁଠି ବନ କର୍ମଚାରୀମାନେ ବୋଟ୍‌ ଯୋଗେ ପହଞ୍ଚତ୍ ଲୋକମାନଙ୍କୁ ସଚେତନ କରିବେ ବୋଲି ଡିଏଫ୍‌ଓ ଯାଦବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?