ନଦୀରେ ମାଇକ୍‌ ଯୋଗେ କରାଯାଉଛି ସଚେତନ

ରାଜନଗର,୪ା୯ (ଭାସ୍କର ରାଉତରାୟ): କୁମ୍ଭୀର ଆକ୍ରମଣରେ ୭୫ ଦିନରେ ୫ ଜଣଙ୍କ ଜୀବନ ଗଲାଣି। କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁ ସବୁ ମହଲରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କୁମ୍ଭୀର ପ୍ରଜନନ କେନ୍ଦ୍ର ଅଞ୍ଚଳରେ ଗୋଟିଏ ବି କୁମ୍ଭୀର ଆକ୍ରମଣ ଘଟଣା ଘଟି ନ ଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ୫ଟି ଜୀବନ ଯାଇଛି। କୁମ୍ଭୀର ପ୍ରଜନନ ଋତୁରେ କୁମ୍ଭୀରମାନେ ଅଧିକ ଆକ୍ରମଣାମତ୍କ ହୋଇଥାନ୍ତି। ବର୍ଷାଦିନେ ବଢ଼ିପାଣିରେ କୁମ୍ଭୀରମାନେ ଉପର ମୁଣ୍ଡକୁ ଉଠିଆସିଥାନ୍ତି। ନଦୀ ନାଳକୁ ନ ଯିବା ପାଇଁ ନଦୀକୂଳିଆ ଗ୍ରାମବାସୀଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ନଦୀକୂଳିଆ ଗଁାଗୁଡିକରେ ପ୍ରାଚୀର ପତ୍ର ସହିତ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଓ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଉପରେ ରୋକ୍‌ ଲଗାଯାଇପାରୁନି। ରବିବାରଠାରୁ ବିଶେଷକରି ନଦୀ କୂଳେ କୂଳେ ରହୁଥିବା ଗ୍ରାମବାସୀଙ୍କୁ ସଚେତନ କରିବାକୁ ବନ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି। ବୋଟ୍‌ରେ ସଚେତନତା ବ୍ୟାନର ଓ ମାଇକ ବାନ୍ଧି ବନ ବିଭାଗ ପକ୍ଷରୁ ଜଳପଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମ ହଂସୁଆନଦୀରୁ ଆରମ୍ଭ ହୋଇ ବ୍ରାହ୍ମଣୀ, କାଣିନଦୀରେ କରାଯିବ। ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ବିଜୟ କୁମାର ପାତ୍ର, ବିଶ୍ୱ ରଞ୍ଜନ ତରାଇ, ନିରୁପମା ଷଡଙ୍ଗୀ, ଗୀତାଞ୍ଜଳି ସାହୁ, ମନୋରଞ୍ଜନ ସାହୁ, ଚନ୍ଦନ କୁମାର ମଲ୍ଲିକ, କଳାକର ବେହେରା, ସଞ୍ଜୟ କୁମାର ସେଠୀ ପ୍ରମୁଖ ଏହି ସଚେତନତାରେ ସାମିଲ ହୋଇଛନ୍ତି। ସେମାନେ ରବିବାର ରାଜନଗର ହଂସୁଆ ନଦୀରୁ ବାହାରି ରାଜନଗର, କେରଡାଗଡ଼, ରାଜପୁର, ବାଲି, ବେଲପାଳ, ନଗଡ଼, ଓସ୍ତିଆ, ସାହୁପଡ଼ା, ନଳଦିଆ, କଳଦିଆ, ଶ୍ରୀରାମପୁର ଦେଇ ମାଣିକପାଟଣାରେ ପହଞ୍ଚତ୍ଛନ୍ତି। ପ୍ରତି ଗଁା ନିକଟରେ ବୋଟ୍‌ ଲଗାଇ ବନ କର୍ମଚାରୀମାନେ ଓହ୍ଲାଇବା ସହ ନଦୀରେ ଗାଧୋଉଥିବା ଲୋକମାନଙ୍କୁ ନଦୀରେ ନ ଗାଧୋଇବା ପାଇଁ ସଚେତନ କରୁଛନ୍ତି। ଏଥିସହ ପ୍ରତି ଗଁା ନିକଟରେ କୁମ୍ଭୀର ସଚେତନତା ବୋର୍ଡ ମରାଯାଉଛି। କୌଣସି ପରିସ୍ଥିତିରେ ବି ନଦୀ ମଧ୍ୟରେ ନ ଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଉଛି। ଯେଉଁ ସ୍ଥାନରେ ଗାଧୋଇବା ପାଇଁ ବ୍ୟାରିକେଡ ଅଛି, ସେହି ବ୍ୟାରିକେଡ ମଧ୍ୟରେ ଗାଧୋଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ଏହି ବୋଟ ଯୋଗେ ସଚେତନତା କାର୍ଯ୍ୟକ୍ରମ ୮ଦିନ ଧରି ଚାଲିବ। କେନ୍ଦ୍ରାପଡ଼ା ଜିଲାର ପ୍ରତ୍ୟେକ ନଦୀ କୂଳବର୍ତ୍ତୀ ଗଁା ନିକଟରେ ଏହି ସଚେତନତା ବୋଟ୍‌ ପହଞ୍ଚତ୍ବ। ଚଉଦକୁଲାଟଠାରୁ ଆରମ୍ଭ କରି ଭୂଇଁପୁର ଯାଏ ଓ ରାଜନଗରରୁ ଆରମ୍ଭ କରି ନଳଦିଆ ଯାଏ ସବୁଠି ବନ କର୍ମଚାରୀମାନେ ବୋଟ୍‌ ଯୋଗେ ପହଞ୍ଚତ୍ ଲୋକମାନଙ୍କୁ ସଚେତନ କରିବେ ବୋଲି ଡିଏଫ୍‌ଓ ଯାଦବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri