ବେଜିଂ ଅନୁଗତ ହଂକଂ ନେତା

ହଂକଂ,୯ା୫: ଚାଇନା ସମର୍ଥତ୍ତ ପ୍ରାର୍ଥୀ ଜନ୍‌ ଲି ନିର୍ଦ୍ୱନ୍ଦ୍ୱରେ ହଂକଂର ନୂଆ ନେତା ନିର୍ବାଚିତ ହୋଇଛନ୍ତି। ସେ କେରି ଲାମ୍‌ଙ୍କ ସ୍ଥାନରେ ଦାୟିତ୍ୱ ତୁଲାଇବେ ବୋଲି ରବିବାର ହଂକଂ ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମ ପରେ ବ୍ରିଟେନର ପୂର୍ବତନ ଉପନିବେଶ ତଥା ବିଶ୍ୱର ଅନ୍ୟତମ ବୃହତ୍‌ ଫାଇନାନ୍ସିଆଲ ହବ୍‌ରେ ଚାଇନାର ହସ୍ତକ୍ଷେପ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
କନ୍‌ଭେନ୍‌ସନ ଆଣ୍ଡ ଏକ୍‌ଜିବିଶନ ସେଣ୍ଟରରେ ନୂଆ ନେତା ବାଛିବା ପାଇଁ ରବିବାର ୯୯% ମତଦାନ ଏବଂ ଘଣ୍ଟାଏ ଭିତରେ ଭୋଟ ଗଣତି ଶେଷ ହୋଇଥିଲା। ୬୪ ବର୍ଷୀୟ ଜନ୍‌ ଲିଙ୍କୁ ୧୪୬୦ ଇଲେକ୍ଟରଙ୍କ ମଧ୍ୟରୁ ୧୪୧୬ ଜଣ ସମର୍ଥନ କରିଥିବା ରିଟର୍ନିଂ ଅଫିସର ସୂଚନା ଦେଇଛନ୍ତି। ଜନ୍‌ ବିଦାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ କେରି ଲାମ୍‌ଙ୍କ ଉତ୍ତରାଧିକାରୀ ଭାବେ ଜୁଲାଇ ୧ ତାରିଖରୁ ୫ ବର୍ଷିଆ କାର୍ଯ୍ୟକାଳ ଆରମ୍ଭ କରିବେ। କେରି ଲାମ୍‌ ଏହି ପଦ ପାଇଁ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଗତମାସ ସ୍ପଷ୍ଟ କରିବା ପରେ ଜନ୍‌ଙ୍କ ପଥ ପରିଷ୍କାର ହୋଇଥିଲା। ପୂର୍ବରୁ ହଂକଂ ପ୍ରଶାସନର ନଂ.୨ ପାହ୍ୟା ଚିଫ୍‌ ସେକ୍ରେଟାରି ଭାବେ ଦାୟିତ୍ୱ ସମ୍ଭାଳିଥିବା ଜନ୍‌ଙ୍କ ବିରୋଧରେ କେହି ପ୍ରାର୍ଥୀ ନ ଥିବାରୁ ବେଜିଂ ପକ୍ଷରୁ ୨୦୨୧ରେ ପୁନର୍ଗଠିତ ନିର୍ବାଚନ କମିଟି ତାଙ୍କୁ ନୂଆ ନେତା ଚୟନ କରିଛି। କମିଟି ସଦସ୍ୟମାନେ ଜନ୍‌ଙ୍କ ସହ ଫଟୋ ପାଇଁ ପୋଜ୍‌ ଦେଉଥିବାବେଳେ ଆଶ୍ୱସ୍ତ ଜଣାପଡ଼ୁଥିଲେ। କେରି ଲାମ୍‌ ଜନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ନିର୍ବାଚନ ଫଳାଫଳ ବେଜିଂକୁ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି। ଏହାର ତାତ୍ପର୍ଯ୍ୟ ହେଲା ଜନ୍‌ ଅଧିକରୁ ଅଧିକ ଚାଇନା ସରକାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ପ୍ରୋତ୍ସାହନ ଦେବେ। ଏଥିସହ ହଂକଂରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ରାଜନୈତିକ ହସ୍ତକ୍ଷେପ ବଢ଼ିବ। ବିନା କୌଣସି ବିରୋଧୀ ଦଳରେ କେରିଙ୍କ ତୁଳନାରେ ହଂକଂକୁ ଶାସନ କରିବା ଜନ୍‌ଙ୍କୁ ସହଜ ହୋଇପାରେ।
ତବେ ଜନ୍‌ଙ୍କ ନୀତିଗୁଡ଼ିକ ଥାର୍ଡ ସାଇଡ୍‌ ପାର୍ଟି ପ୍ରତିଷ୍ଠାତା ତଥା ନିର୍ବାଚନ କମିଟି ସଦସ୍ୟ ଟିକ୍‌ ଚି-ୟୁଏନ୍‌ ଓଙ୍କୁ ପ୍ରଭାବିତ କରିନାହିଁ। ଟିକ୍‌ ଗଣମାଧ୍ୟମକୁ କହିଛନ୍ତି, ଜନ୍‌ଙ୍କ ପ୍ଲାଟ୍‌ଫର୍ମ ‘ଫାଙ୍କା’ ମନେହେଉଛି। ସେଥିରେ ଥାର୍ଡ ସାଇଡ୍‌ର ଆଶା ଆକାଂକ୍ଷା ପ୍ରତିଫଳିତ ହେଉନାହିଁ। ତଥାପି ସୌହାର୍ଦ୍ଦ୍ୟ ଦୃଷ୍ଟିରୁ ଏବଂ ହଂକଂର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ବିଚାରଧାରାର ଦଳଗୁଡ଼ିକ କିପରି ଏକାଠି ହୋଇପାରନ୍ତି, ତାହା ଦର୍ଶାଇବା ପାଇଁ ସେ ଜନ୍‌ଙ୍କୁ ଭୋଟ ଦେଇଛନ୍ତି। ଅନ୍ୟପକ୍ଷେ ଉଭୟ କୋଭିଡ୍‌ କଟକଣା ସହ ବିକ୍ଷୋଭ ଆଶଙ୍କାରେ ଜାତୀୟ ସୁରକ୍ଷା ଆଇନ ଅଧୀନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ମାତ୍ର ୪ ଜଣ ବ୍ୟକ୍ତି ଜନ୍‌ଙ୍କ ନିର୍ବାଚନକୁ ବିରୋଧ କରି ସ୍ବର ଉତ୍ତୋଳନ କରିଥିଲେ। ଲିଗ୍‌ ଅଫ୍‌ ସୋସିଆଲ ଡେମୋକ୍ରାଟ୍ସର ୩ ଆକ୍ଟିଭିଷ୍ଟ ଓ୍ବାନ୍‌ଚାଇରେ ବିକ୍ଷୋଭ କରୁଥିବାବେଳେ ଜଣେ କର୍ମୀ ମତଦାନ କେନ୍ଦ୍ରକୁ ଯାଇଥିବା ରାସ୍ତା ଅବରୋଧ ପାଇଁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି। ଏକ୍‌ଜିକ୍ୟୁଟିଭ୍‌ କାଉନ୍‌ସିଲ ସଦସ୍ୟ ରୋନି ଟୋଙ୍ଗ୍‌ ଏହି ନିର୍ବାଚନକୁ ‘ଓ୍ବାନ୍‌ ମ୍ୟାନ୍‌ ଶୋ’ ଭାବେ ଅଭିହିତ କରିଛନ୍ତି। ଏଥିସହ ବିବିଧ ମତବାଦର ଲୋକଙ୍କୁ ନେଇ ଏକ ସମାବେଶୀ ପ୍ରଶାସନ ଗଠନ ନିମନ୍ତେ ସେ ଜନ୍‌ଙ୍କୁ ପରାମର୍ଶ ଦେଇଛନ୍ତି। ଏପରି କଲେ ୩ ବର୍ଷ ଧରି ହଂକଂ ଭୋଗୁଥିବା ଅସୁବିଧା ଦୂର ହୋଇପାରିବ ବୋଲି ରୋନି କହିଛନ୍ତି। କାର୍ଯ୍ୟନିର୍ବାହୀ ପରିଷଦର ଅନ୍ୟତମ ସଦସ୍ୟ ତଥା ବେଜିଂ ସପକ୍ଷବାଦୀ ଆଇନପ୍ରଣେତା ରେଗିନା ଇପ୍‌ଙ୍କ ମତରେ ଜନ୍‌ ଚାଇନାର ମୂଳ ଭୂଖଣ୍ଡ ସହ ସଂଲଗ୍ନ ହଂକଂର ସୀମାଗୁଡ଼ିକୁ ଖୋଲିବା ଦିଗରେ ପ୍ରଥମେ ଉଦ୍ୟମ କରିବା ଉଚିତ। ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ପରେ ୨୦୨୨ ହଂକଂ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ନିର୍ବାଚନ ଭବିଷ୍ୟତ ପାଇଁ ଆଦର୍ଶ ପାଲଟିଛି ବୋଲି ନ୍ୟାଶନାଲ ପିପୁଲ୍ସ କଂଗ୍ରେସର ଉପମୁଖ୍ୟ ତଥା ସିଟିର ଆଇନପ୍ରଣେତା ଷ୍ଟାନ୍‌ଲି ଏନ୍‌ଜି କହିଛନ୍ତି।

ପୋଲିସ ଅଧିକାରୀରୁ ମୁଖ୍ୟ କାର୍ଯ୍ୟନିର୍ବାହୀ

ବ୍ରିଟିଶ ଶାସନ ଅମଳରେ ୧୯୫୭ ଡିସେମ୍ବର ୭ରେ ହଂକଂରେ ଜନ୍‌ ଲି କା-ଚିଉଙ୍କ ଜନ୍ମ। ୩ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଜନ୍‌ ପରବର୍ତ୍ତୀ ସମୟରେ ସୁରକ୍ଷା ମନ୍ତ୍ରଣାଳୟରେ ଯୋଗଦେଇଥିଲେ। ଏହି ମନ୍ତ୍ରଣାଳୟ ଜାତୀୟ ସୁରକ୍ଷା ଉପରେ ଚାଇନାର ଗୁରୁତ୍ୱକୁ ପ୍ରତିପାଦନ କରିଥାଏ। ବିଶେଷକରି ୨୦୧୯ରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ହିଂସାମତ୍କ ଆନ୍ଦୋଳନ ପରଠୁ ବିକ୍ଷୋଭକାରୀଙ୍କ ଦମନ କ୍ଷେତ୍ରରେ ସୁରକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। କେରି ଲାମ୍‌ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ବାଷ୍ପ ଓ ଲାଠିମାଡ଼ କରି ସେମାନଙ୍କୁ ଗିରଫ କରିବା ପାଇଁ ଦେଉଥିବା ନିର୍ଦ୍ଦେଶକୁ ଜନ୍‌ କାର୍ଯ୍ୟକାରୀ କରାଉଥିଲେ। ବେଜିଂ ଦ୍ୱାରା ପ୍ରସ୍ତୁତ ଜାତୀୟ ସୁରକ୍ଷା ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ୧୮୨ ଜଣଙ୍କୁ ଗିରଫ କରାଯାଇଥିଲା। ଏଥିସହ ବହୁ ସଂଖ୍ୟକ ଗଣମାଧ୍ୟମ ସଂସ୍ଥାରେ ତାଲା ଝୁଲାଇ ଦିଆଯାଇଥିଲା। ୨୦୦୩ ଆନ୍ଦୋଳନ ପରେ ହଟାଇ ଦିଆଯାଇଥିବା ଅତିରିକ୍ତ ସୁରକ୍ଷା ଆଇନ ‘ଆର୍ଟିକଲ-୨୩’କୁ ଫେରାଇ ଆଣିବା ପାଇଁ କେରିଙ୍କ ପ୍ରତିଜ୍ଞାକୁ ଜନ୍‌ ପାଳନ କରିବେ ବୋଲି ଦୋହରାଇଛନ୍ତି। ସେହିପରି କେରିଙ୍କ ବିବାଦୀୟ ପ୍ରକଳ୍ପ ନର୍ଦର୍ନ ମେଟ୍ରୋପଲିସ୍‌ ଏବଂ ଲଣ୍ଟାଉ ଟୁମୋରୋକୁ ମଧ୍ୟ ସେ ସମ୍ପୂର୍ଣ୍ଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ…

ପୁରୀର ଖଜା ଦୋକାନରେ ଚଢ଼ାଉ, ଗୁଣବତ୍ତା ସହ ଲାଇସେନ୍ସ ଯାଞ୍ଚ

ପୁରୀ, ୧୭।୯( ଅଜିତ୍ କୁମାର ମହାନ୍ତି ): ନିମ୍ନମାନର ଓ ଭେଜାଲ ଖଜା ବିକ୍ରି ନେଇ ଆସୁଥିବା ଅଭିଯୋଗକୁ ଆଧାର କରି ପୁରୀ ସହରର ବିଭିନ୍ନ ଖଜା…

ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି।…

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ…

ଝଡ଼ବାତ୍ୟାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ, ୧୯୯୯ ମହାବାତ୍ୟାରେ…

ମହାକାଳପଡ଼ା,୧୭ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଭାବେ ଜଣାଶୁଣା। ଏହି ଉପକୂଳବର୍ତ୍ତୀ ନଦୀ ସମୁଦ୍ର ଧାରେ ଧାରେ ପ୍ରାକୃତିକ…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?