Posted inଜାତୀୟ

‘ଭିକ ମାଗୁଛି, ଜୀବନ ଶେଷ କରନାହିଁ’

ଚେନ୍ନାଇ,୧୫।୯: ତାମିଲନାଡୁରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଚାପର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କୁ ବୁଧବାର ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ। ଏହି ବିବାଦୀୟ ପରୀକ୍ଷା କାରଣରୁ ଗୋଟିଏ ସପ୍ତାହରେ ରାଜ୍ୟର ୩ ଆଶାୟୀ ଆତ୍ମହତ୍ୟା କରିଛନ୍ତି।

୧୭ ବର୍ଷୀୟା ଜଣେ ଛାତ୍ରୀ ତାମିଲନାଡୁରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଜଣେ ଦିନ ମଜୁରିଆଙ୍କ ଝିଅ। ସେ ଚଳିତ ବର୍ଷ ନିଟ୍‌ ପରୀକ୍ଷା ଦେଇଥିଲେ। କିନ୍ତୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ନା ନାହିଁ, ସେଥିଲାଗି ସେ ଚିନ୍ତିତ ଥିଲେ। ଦ୍ୱାଦଶ ପରୀକ୍ଷାରେ ପୀଡ଼ିତାଙ୍କ ୮୪.୯ ପ୍ରତିଶତ ମାର୍କ ଆସିଥିଲା। ଏଥିପୂର୍ବରୁ ନିଟ୍‌ ପରୀକ୍ଷା ପୂର୍ବରୁ ରାଜ୍ୟରେ ଦୁଇ ଛାତ୍ର ଆତ୍ମହତ୍ୟା କରିଥିଲେ। ଗତ କିଛି ବର୍ଷ ହେଲା, ପ୍ରତିବର୍ଷ ରାଜ୍ୟରେ ୧୫ ମେଡିକାଲ ଆଶାୟୀ ଆତ୍ମହତ୍ୟା କରୁଛନ୍ତି।

”ମୁଁ ତୁମମାନଙ୍କୁ ଭିକ ମାଗୁଛି, ତୁମେ ଜୀବନ ଶେଷ କରନାହିଁ। ତୁମ ପାଇଁ କିଛି ଅସମ୍ଭବ ନୁହେଁ। ନିଜ ଉପରେ ବିଶ୍ୱାସ ରଖି ପାଠପଢ଼। ଛୁଆଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ପରିବାରବର୍ଗ ଛୁଆଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ଦରକାର“ ବୋଲି ନିଟ୍‌ ଆଶାୟୀଙ୍କୁ ଅନୁରୋଧ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ଏଥିସହ ସେ ଛାତ୍ରୀଛାତ୍ରଙ୍କୁ ୧୦୪ ଡାଏଲ୍‌ କରି ମାନସିକ ବିଶେଷଜ୍ଞଙ୍କ ସହ କଥା ହେବାକୁ ପରମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ପର୍ଯ୍ୟାୟ ଟିକାକରଣ: ଅଧିକାଂଶ ରାଜ୍ୟରେ ଟିକା ନାହିଁ

ନୂଆଦିଲ୍ଲୀ, ୩୦।୪: କିଛିଦିନ ହେଲା ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ସଂକ୍ରମଣକୁ ରୋକିବା...

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ: ରବିବାର ଜନତା କର୍ଫ୍ୟୁ

ନୂଆଦିଲ୍ଲୀ,୨୦ା୩(ପି.ଟି.): ମହାମାରୀ କରୋନା ଭୂତାଣୁ ନେଇ ସୃଷ୍ଟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୨ ତାରିଖ (ରବିବାର) ଦେଶରେ...

ନନ୍ଦୀଗ୍ରାମରେ ନିର୍ବାଚନ ନ ଜିତିଲେ ଛାଡ଼ିଦେବି ରାଜନୀତି – ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୮।୧: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ଛିଡା ହେବା ନେଇ ଘୋଷଣା କରିବା ପରେ ପ୍ରତିକ୍ରିୟା...

ସୋନୋଓ୍ବାଲ, ମୁରୁଗାନ୍‌ ହେଲେ ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮।୯: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ଲାଗି ଭାଜପା ଶନିବାର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଏଲ୍‌. ମୁରୁଗାନଙ୍କୁ ପ୍ରାର୍ଥୀ...

କରୋନା ଟିକାର ଦ୍ୱିତୀୟ ଡୋଜ ନେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨ ।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଟିକାର ଦ୍ୱିତୀୟ ଡୋଜ ସୋମବାର ନେଇଛନ୍ତି । ଏହାପରେ ସେ ସମସ୍ତଙ୍କୁ କରୋନା ଟିକା...

କ୍ୟାବିନେଟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ,୧୪ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ୬ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡ଼ିକୁ ପୁନର୍ଗଠନ କରିଛନ୍ତି। ମଙ୍ଗଳବାର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି...

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ଡବଲ ଇଞ୍ଜିନ୍‌ର ୨ ଡ୍ରାଇଭରଙ୍କ ପଳାୟନ, ଭାଜପାକୁ ଟାର୍ଗେଟ…

ଲକ୍ଷ୍ନୌ,୭।୯: ସମାଜବାଦୀ ପାର୍ଟି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଅଖିଳେଶ ଯାଦବ କହିଛନ୍ତି ଯେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ...

Advertisement


Archives

Model This Week