Posted inଖେଳ

ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସଫା ସଫା କହି ଦିଆଯାଇଥିଲା।

ଏହା ବ୍ୟତୀତ ରାଜକୋଟ ଟେଷ୍ଟ ପୂର୍ବରୁ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ସପ୍ତାହ ବ୍ୟାପି ଥିବା ସମୟରେ ତାଙ୍କୁ ଘରୋଇ କ୍ରିକେଟ ଖେଳି ନିଜର ଲୟ ଫେରିବାକୁ କୁହାଯାଇଥିଲା। ଯଦି ସେ ବିଶାଖାପାଟନମ୍‌ର ଦ୍ୱିତୀୟ ଇନିଂସରେ ମୂଲ୍ୟବାନ ଶତକ କରି ନ ଥାନ୍ତେ, ତେବେ ସେ ମୋହାଲିକୁ ଯାଇଥାନ୍ତେ, ଯେଉଁଠାରେ ପଞ୍ଜାବ ଫେବୃଆରୀ ୯ ରୁ ରଣଜୀ ଟ୍ରଫିରେ ଗୁଜରାଟ ସହିତ ମୁକାବିଲା କରିବ।

ଗିଲ୍ ମୋହାଲି ଯାଇ ଗୁଜରାଟ ବିପକ୍ଷରେ ରଣଜୀ ଟ୍ରଫି ଖେଳିବେ ବୋଲି ପରିବାର ଲୋକଙ୍କୁ ଜଣାଇଥିବା ସେମାନେ ଗଣମାଧ୍ୟମକୁ କହିଛନ୍ତି।

ଶୁବମନ ଗତ କିଛି ମ୍ୟାଚରେ ରନ୍‌ ମରୁଡ଼ିର ସମ୍ମୁଖୀନ ହେଉଥିଲେ। ଶେଷ ନଅ ଇନିଂସରେ ୧୫୩ ରନ୍ ସ୍କୋର କରିଥିଲେ , ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୩୬ ଥିଲା। ଯାହାପରେ ଟେଷ୍ଟ ଟିମରେ ତାଙ୍କର ତିନି ନମ୍ବର ସ୍ଥାନ ବିପଦରେ ପଡିଥିଲା। ନିକଟ ଅତୀତରେ ସେ ଉଭୟ ସ୍ପିନର ଏବଂ ପେସର ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହେଉଥିଲେ। ତେବେ ବିଶାଖାପାଟଣା ଟେଷ୍ଟରେ ସେ ନିଜର ତ୍ରୁଟିଗୁଡିକ ସଂଶୋଧିତ କରି ଶତକ ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri