Chandra Grahan 2025: ଗ୍ରହଣର ଗୋଟିଏ ଦିନ ପୂର୍ବରୁ ଏହି ୪ ରାଶିଙ୍କ ଜୀବନରେ ଲାଗିଯିବ ଗ୍ରହଣ! ଆରମ୍ଭ ହେବ ଭୟଙ୍କର ଯୋଗ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୬ ସେପ୍ଟେମ୍ବର ୨୦୨୫ରେ ଚନ୍ଦ୍ରମା କୁମ୍ଭ ରାଶିରେ ପ୍ରବେଶ କରିବେ, ଯେଉଁଠାରେ ରାହୁ ପୂର୍ବରୁ ଉପସ୍ଥିତ ଅଛନ୍ତି। ଏହି ରାହୁ ଓ ଚନ୍ଦ୍ରମାଙ୍କ ଯୁତି କୁମ୍ଭ ରାଶିରେ ଗ୍ରହଣ ଯୋଗ ସୃଷ୍ଟି କରିବ, ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। ତେବେ, ଏହି ଗ୍ରହଣ ଯୋଗ କେତେକ ରାଶି ପାଇଁ ନକାରାତ୍ମକ ପ୍ରଭାବ ଆଣିପାରେ। ଏହା ପୂର୍ବରୁ ଜ୍ୟୋତିଷୀୟ ଗଣନା ଅନୁସାରେ, ୭ ସେପ୍ଟେମ୍ବର ୨୦୨୫ରେ ଚନ୍ଦ୍ରରେ ଗ୍ରହଣ ଲାଗିବ।

କେଉଁ ରାଶି ଉପରେ ନକାରାତ୍ମକ ପ୍ରଭାବ?
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହଣ ଯୋଗର ନକାରାତ୍ମକ ପ୍ରଭାବ ନିମ୍ନଲିଖିତ ରାଶିମାନଙ୍କ ଉପରେ ପଡ଼ିପାରେ:

ତୁଳା (Libra):
ତୁଳା ରାଶିର ବ୍ୟକ୍ତିମାନଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡ଼ିବ। ଆର୍ଥିକ ନିଷ୍ପତ୍ତି ନେବା ସମୟରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରନ୍ତୁ, କାରଣ ଅପରେକ୍ଷିତ ଖର୍ଚ୍ଚ ବା ଆର୍ଥିକ କ୍ଷତିର ସମ୍ଭାବନା ରହିଛି। ସୱାସ୍ଥ୍ୟ ସମସ୍ୟା ମଧ୍ୟ ବୃଦ୍ଧି ପାଇପାରେ। ଛାତ୍ରମାନଙ୍କୁ ପରୀକ୍ଷା ଓ ପ୍ରତିଯୋଗିତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ର୍ଧୈଯ୍ୟ ଓ ସଂଯମ ରକ୍ଷା କରିବା ଏହି ସମୟରେ ଲାଭଦାୟକ ହେବ।

ମୀନ (Pisces):
ମୀନ ରାଶିର ବ୍ୟକ୍ତିମାନଙ୍କୁ ପରିବାର ଓ ଭାଇଭଉଣୀଙ୍କ ସହ ମନୋମାଳିନ୍ୟର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଗୋପନୀୟତା ବଜାୟ ରଖନ୍ତୁ, ନଚେତ ଶତ୍ରୁମାନେ ଏହାର ଅପବ୍ୟବହାର କରିପାରନ୍ତି। ପ୍ରେମ ସମ୍ପର୍କରେ ଗଳତଫହମୀ ଦୂର କରିବା ପାଇଁ ଖୋଲା ଆଲୋଚନା ଆବଶ୍ୟକ। ଆଇନଗତ ମାମଲାରେ ଜଲ୍ଦବାଜୀ ଏଡାଇବା ଉଚିତ। ଆତ୍ମବିଶ୍ୱାସରେ କମୀ ଅନୁଭବ ହୋଇପାରେ, ତେଣୁ ର୍ଧୈଯ୍ୟ ରକ୍ଷା କରନ୍ତୁ।

କର୍କଟ (Cancer):
କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଭାବନାତ୍ମକ ଅସ୍ଥିରତା ଆଣିପାରେ। ପରିବାର ଓ ଘରୋଇ ଜୀବନରେ ଚାପ ଅନୁଭବ ହୋଇପାରେ। ରାହୁର ପ୍ରଭାବ ହେତୁ ପରିବାରରେ ଗଳତଫହମୀ ବା ଅପରେକ୍ଷିତ ଘଟଣା ଘଟିପାରେ। ଶାନ୍ତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ।

ସିଂହ (Leo):
ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଗ୍ରହଣ ଯୋଗ ପରିଚୟ ଓ ଆତ୍ମସମ୍ମାନ ଉପରେ ଚ୍ୟାଲେଞ୍ଜ ଆଣିପାରେ। ଯୋଗାଯୋଗରେ ସାବଧାନତା ଅବଲମ୍ବନ କରନ୍ତୁ, କାରଣ ଅଜାଣତରେ କହିଦିଆ କଥା ସମସ୍ୟା ସୃଷ୍ଟି କରିପାରେ।

ଗ୍ରହଣ ଯୋଗର ନକାରାତ୍ମକ ପ୍ରଭାବ କଣ?
ଗ୍ରହଣ ଯୋଗ ରାହୁ ଓ ଚନ୍ଦ୍ରମାଙ୍କ ଯୁତି ହେତୁ ସୃଷ୍ଟି ହୁଏ, ଯାହା ଭାବନାତ୍ମକ ଅସ୍ଥିରତା, ଆର୍ଥିକ ସମସ୍ୟା, ସୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ ଅଶାନ୍ତି ଆଣିପାରେ। ଏହି ସମୟରେ ରାହୁର ନକାରାତ୍ମକ ଶକ୍ତି ଚନ୍ଦ୍ରମାଙ୍କ ମାନସିକ ଶାନ୍ତି ଉପରେ ପ୍ରଭାବ ପକାଇପାରେ, ଯାହା ବ୍ୟକ୍ତିଙ୍କୁ ଅତ୍ୟଧିକ ଚିନ୍ତା କିମ୍ବା ଭୟରେ ପକାଇପାରେ।

ଗ୍ରହଣ ଯୋଗର ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ଜ୍ୟୋତିଷୀୟ ଉପାୟ ଅବଲମ୍ବନ କରାଯାଇପାରେ:
ମନ୍ତ୍ର ଜପ: ମହାମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ଚନ୍ଦ୍ର ବୀଜ ମନ୍ତ୍ର (ଓଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମସେ ନମଃ) ଜପ କରନ୍ତୁ। ଶିବ ମନ୍ଦିରରେ ଚାଉଳ, ଓ ୧୧ ଟଙ୍କା ଦାନ କରନ୍ତୁ। ଗ୍ରହଣ ପୂର୍ବରୁ ଓ ପରେ ଗଙ୍ଗାଜଳ ମିଶ୍ରିତ ପାଣିରେ ସ୍ନାନ କରନ୍ତୁ। ଗ୍ରହଣ ସମୟରେ ତୁଳସୀ ପତ୍ର ମୁଖରେ ରଖିବା ନକାରାତ୍ମକ ଶକ୍ତିଠାରୁ ରକ୍ଷା କରିପାରେ। ଶାନ୍ତ ରହି ଧ୍ୟାନ କରନ୍ତୁ ଏବଂ ପାରିବାରିକ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

୭ ସେପ୍ଟେମ୍ବର ୨୦୨୫ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ କୁମ୍ଭ ରାଶି ଓ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଘଟିବ, ଯାହା ଏହି ଗ୍ରହଣ ଯୋଗର ପ୍ରଭାବକୁ ଆହୁରି ତୀବ୍ର କରିବ। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ଏବଂ ଏହାର ସୁତକ କାଳ ସେପ୍ଟେମ୍ବର ୭ ଦିନ ୧୨:୫୮ ଅପରାହ୍ନରୁ ଆରମ୍ଭ ହୋଇ ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?