ବିବାହ ପୂର୍ବରୁ…

ବୋହୂ ବେଶରେ ପ୍ରତିଟି ଝିଅ ଖୁବ୍‌ ସୁନ୍ଦର ଦିଶିବାକୁ ଚାହେଁ। ଆଉ ଏଥିପାଇଁ ବିବାହର ଅନେକ ଦିନ ପୂର୍ବରୁ ଭାବୀ ବୋହୂଟିଏ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଉପଚାର ମଧ୍ୟ କରିଥାଏ। ଯଦି ଆପଣଙ୍କର ବି ବିବାହ ସମୟ ପାଖେଇ ଆସୁଛି ତେବେ କେଉଁ ସବୁ ଉପାୟ ଆପଣେଇଲେ ସୁନ୍ଦର ଲାଗିବେ ଜାଣି ରଖନ୍ତୁ ଟିପ୍ସ …
ବିବାହ ପୂର୍ବରୁ ଅନେକ ଯୁବତୀ ଏଣେ ତେଣେ ମାର୍କେଟିଂ ଲାଗି ଯିବା, ବନ୍ଧୁ ବାନ୍ଧବଙ୍କ ଘରକୁ ଖାଇବାକୁ ଯିବା ଆଦିରେ ଥକିପଡ଼ନ୍ତି। କେବଳ ଏତିକି ନୁହେଁ, ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ଫୋନ୍‌ରେ ଗପିଥାନ୍ତି। ଏସବୁର ପ୍ରଭାବ ସେମାନଙ୍କ ତ୍ୱଚା ଉପରେ ପଡ଼ିଥାଏ, ଫଳସ୍ବରୂପ ଯେତେ ମେକ୍‌ଅପ୍‌ ନେଲେ ବି ମୁହଁର ସୌନ୍ଦର୍ଯ୍ୟ କମ୍‌ ଲାଗିଥାଏ। ତେଣୁ ବିବାହର ଅନ୍ତତଃ ଏକ ସପ୍ତାହ ପୂର୍ବରୁ ଶରୀରକୁ ଆରାମ ଦିଅନ୍ତୁ ଏବଂ ରାତିରେ ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ। ପାଣି ପର୍ଯ୍ୟାପ୍ତ ପରିମାଣରେ ପିଅନ୍ତୁ। ଯୋଗ, ବ୍ୟାୟାମ ଆଦି ମଧ୍ୟ ଆପଣଙ୍କ ଲାଗି ବେଶ୍‌ ଲାଭଦାୟକ ହୋଇପାରିବ।
ସାବୁନ ଲଗାଇବା ଅଭ୍ୟାସ ଥିଲେ ବିବାହର କିଛି ଦିନ ପୂର୍ବରୁ ଏହା ବଦଳରେ ମାଇଲ୍ଡ ଫେସ୍‌ଓ୍ବାଶ୍‌ ଏବଂ ଲିକ୍ୱିଡ୍‌ ବଡିଓ୍ବାଶ୍‌ ବ୍ୟବହାର କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ମୁହଁ ଧୁଅନ୍ତୁ ଏବଂ ଆଣ୍ଟି- ଅକ୍ସିଡାଣ୍ଟ, ଭିଟାମିନ୍‌ ଏ, ସି, ଏବଂ ବି୩ ଯୁକ୍ତ ମଶ୍ଚରାଇଜର ଲଗାନ୍ତୁ।
ଅଧିକ ସୁନ୍ଦର ଲାଗିବା ନିଶାରେ କୌଣସି କେମିକାଲ୍‌ଯୁକ୍ତ ବ୍ୟୁଟିପ୍ରଡକ୍ଟକୁ ନେଇ ଏକ୍ସପେରିମେଣ୍ଟ ନ କରି ପ୍ରାକୃତିକ ଘରୋଇ ସୌନ୍ଦର୍ଯ୍ୟ ଉପଚାର କରନ୍ତୁ।
ସୁନ୍ଦର ତ୍ୱଚା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସନ୍ତୁଳିତ ଆହାର। କାରଣ ଆପଣ ମୁହଁରେ ଯାହା ବି ଲଗାନ୍ତୁ ନା କାହିଁକି ତେଲ ମସଲାଯୁକ୍ତ ଖାଦ୍ୟ ହେଉ ଅବା ଫାଷ୍ଟଫୁଡ଼, ଜଙ୍କଫୁଡ଼ ଆଦି ଖାଇବା ଦ୍ୱାରା ବ୍ରଣ ଦାଗ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ବିବାହ ପୂର୍ବରୁ ଏସବୁ ଖାଦ୍ୟ ଯଥା ସମ୍ଭବ ନ ଖାଇବାକୁ ଚେଷ୍ଟା କରନ୍ତୁ।
ଯଦି ପୂର୍ବରୁ କେବେ ବ୍ୟୁଟିପାର୍ଲର ନ ଯାଇଥାନ୍ତି ତେବେ ବିବାହ ପୂର୍ବରୁ ହଠାତ୍‌ ଫେସିଆଲ୍‌ ଏବଂ ଅନ୍ୟାନ୍ୟ ଉପଚାର କରାନ୍ତୁ ନାହିଁ। କାରଣ କେତେକଙ୍କଠାରେ ଏସବୁର ପାର୍ଶ୍ୱପ୍ରତିକ୍ରିୟା ଦେଖାଦେବାର ନଜିର ରହିଛି। ତେଣୁ ଅନ୍ତତଃ ୨୦ ଦିନ ପୂର୍ବରୁ ଥରେ ଫେସିଆଲ୍‌ କରି ଦେଖନ୍ତୁ। ଯଦି ତ୍ୱଚା ସମ୍ବେଦନଶୀଳ ହୋଇଥାଏ କିମ୍ବା କୌଣସି ସମସ୍ୟା ଥାଏ ତେବେ ଏସବୁ କରିବା କିମ୍ବା ବ୍ରାଇଡାଲ୍‌ ମେକ୍‌ଅପ୍‌ ନେବା ପୂର୍ବରୁ ତ୍ୱଚା ବିଶେଷଜ୍ଞଙ୍କ ପରାମର୍ଶରେ କୌଣସି କ୍ରିମ୍‌ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri