Posted inଜାତୀୟ

୨୦୨୪ ପୂର୍ବରୁ ୟୁପି ଭାଜପାରେ ମତଭେଦ ପଦାରେ…

ଲକ୍ଷ୍ନୌ,୨୨।୫ : ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନା ଗତ ବର୍ଷ ନଭେମ୍ବର ୧୮ ରେ କାନପୁର ମହାନଗରର ସାମଗ୍ରିକ ବିକାଶ ପାଇଁ ଏକ ବୈଠକ ଡାକିଥିଲେ। ବୈଠକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତା’ପରେ କାନପୁର ଏମପି ସତ୍ୟଦେବ ପାଚୌରିଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା। ଏ ସମ୍ପର୍କରେ ଏମପି ମଣ୍ଡଳାୟୁକ୍ତ ରାଜଶେଖରଙ୍କୁ ଏକ ଚିଠି ଲେଖିଥିଲେ। ବର୍ତ୍ତମାନ ସତୀଶ ମହାନା ପୁଣିଥରେ ଏକ ବୈଠକ ଡାକିଛନ୍ତି, ଯାହା ପରେ ଏହି ବିବାଦ ପୁଣିଥରେ ଘଟିବାର ଆଶଙ୍କା କରାଯାଉଛି।
ସୂତ୍ରରୁ ଜଣାପଡ଼ିଛି ଏମପିଙ୍କର ଏହି ବୈଠକ ଡାକିବାର ଅଧିକାର ନାହିଁ ଏବଂ ଏହାକୁ ବାତିଲ କରାଯିବା ଉଚିତ ବୋଲି ଚିଠିରେ ଆପତ୍ତି କରିଯାଇଥିଲା। ଏହି ପ୍ରସଙ୍ଗରେ କାନପୁର ଏମପି ସତ୍ୟଦେବ ପାଚୌରିଙ୍କୁ ଆକବରପୁର ଏମପି ଦେବେନ୍ଦ୍ର ସିଂ ଭୋଲେ ସମର୍ଥନ କରିଥିଲେ। ସତ୍ୟଦେବ ଦେଇଥିବା ଚିଠିରେ ଦେବେନ୍ଦ୍ରଙ୍କ ଦସ୍ତଖତ ଥିଲା। କିନ୍ତୁ ସେତେବେଳେ ଉଭୟ କିଛି କହି ନ ଥିଲେ।

ଏବେ ସତ୍ୟଦେବ ଏବଂ ସତୀଶ ମୁହାଁମୁହିଁ ହୋଇଛନ୍ତି। ସୂଚନାନୁସାରେ, ସତୀଶଙ୍କ ସମର୍ଥକ ପ୍ରମିଳା ପାଣ୍ଡେଙ୍କୁ ମେୟର ପ୍ରାର୍ଥୀ କରାଯିବା ପରେ ସତ୍ୟଦେବ ଅସନ୍ତୁଷ୍ଟ ଅଛନ୍ତି। ସତ୍ୟଦେବଙ୍କ ଝିଇ ତଥା ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବିରେନ୍ଦ୍ର ଜିତ ସିଂଙ୍କ ବୋହୂ ନୀତୁ ସିଂଙ୍କ ଟିକେଟ ମେୟର ପଦ ପାଇଁ ଚୂଡାନ୍ତ ବିବେଚନା କରାଯାଇଥିଲା ଏବଂ ସତ୍ୟଦେବଙ୍କ ସମର୍ଥକଙ୍କର ବିଜୟ ନିଶ୍ଚିତ ଥିଲା।

ମାତ୍ରେ ଶେଷ ମୁହୂର୍ତ୍ତରେ ସତୀଶ ଟିକଟ ପ୍ରମିଳାଙ୍କୁ ଦେଇଥିଲେ। ଏପରି ପରିସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡା ବାହାର କରାଯାଇଥିଲା। ପୌର ପରିଷଦ ନିର୍ବାଚନ ପୂର୍ବରୁ ଏସପି ଭାଜପା ପ୍ରାର୍ଥୀ ପ୍ରମିଳାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିିଥିବାବେଳେ ସତ୍ୟଦେବ ଦର୍ଶାଇଥିଲେ ସେ ଦୁର୍ନୀତିକୁ ସମର୍ଥନ କରିବେ ନାହିଁ।
ଆଗାମୀ ବର୍ଷର ଲୋକସଭା ନିର୍ବାଚନରେ ସତ୍ୟଦେବ ଏବଂ ଦେବେନ୍ଦ୍ର ପୁଣି ଟିକଟ ଦାବି କରୁଛନ୍ତି। କିନ୍ତୁ ଭାଜପାରେ ବୟସ ସୀମା ଏବଂ ସମସ୍ତ କାରଣ ଉଭୟଙ୍କ ବିରୋଧରେ ଯାଉଛି। ସତୀଶ ବର୍ତ୍ତମାନ ୟୁପି ବିଧାନସଭାର ବାଚସ୍ପତି। କିନ୍ତୁ ସମସ୍ତେ ଜାଣନ୍ତି ସକ୍ରିୟ ରହିଆସିଥିବା ସତୀଶ ଏଥିରେ ଆଦୌ ଖୁସି ନୁହଁନ୍ତି ଏବଂ ୨୦୨୪ ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି।
ଏହା ସହିତ ଆକବରପୁର ଲୋକସଭାରେ ମଧ୍ୟ ନିଜର ଆଭିମୁଖ୍ୟ ବଜାୟ ରଖିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri